ETV Bharat / technology

ମାର୍କେଟକୁ ଆସିଲା Oppoର ମନୀଷ ମଲହୋତ୍ରା ଏଡିସନ ସ୍ମାର୍ଟଫୋନ; କଣ ଖାସ ଜାଣନ୍ତୁ - Manish Malhotra Edition Oppo Mobile

author img

By ETV Bharat Tech Team

Published : 3 hours ago

Manish Malhotra Limited Edition Mobile: ଲଞ୍ଚ ହୋଇଯାଇଛି Oppoର ମନୀଷ ମଲହୋତ୍ରା ଏଡିସନ ଲିମିଟେଡ ସ୍ମାର୍ଟଫୋନ । ଆସନ୍ତା ଅକ୍ଟୋବର 3 ତାରିଖଠାରୁ ଏହାର ସେଲ୍‌ ଭାରତରେ ଆରମ୍ଭ ହେବାକୁ ଯାଉଛି । ଏହି ଫୋନରେ କଣ ଖାସ ଜାଣନ୍ତୁ...

Oppo Reno 12 Pro 5G Manish
Oppo Reno 12 Pro 5G Manish (Oppo India)

ହାଇଦ୍ରାବାଦ: ଭାରତରେ ଆରମ୍ଭ ହୋଇସାରିଛି ଫେଷ୍ଟିଭ ସିଜନ । ଏହାକୁ ଆଖି ଆଗରେ ରଖି ଚାଇନିଜ ମୋବାଇଲ ନିର୍ମାତା କମ୍ପାନୀ ଓପୋ (Oppo) ଏକ ସୁନ୍ଦର ଡିଜାଇନର ସ୍ମାର୍ଟଫୋନ ଲଞ୍ଚ କରିଛି । ଯାହାର ନାମ ରଖାଯାଇଛି ଓପୋ ରେନୋ 12 ପ୍ରୋ 5ଜି ମନୀଷ ମଲହୋତ୍ରା ଏଡିସନ ଲିମିଟେଡ (Oppo Reno 12 Pro 5G Manish Malhotra limited edition) ସ୍ମାର୍ଟଫୋନ । ଆସନ୍ତା ଅକ୍ଟୋବର 3 ତାରିଖଠାରୁ ଭାରତରେ ଏହାର ସେଲ୍‌ ଆରମ୍ଭ ହେବାକୁ ଯାଉଛି ।

ମୋବାଇଲରେ କଣ ଖାସ ?

ଓପୋ ଇଣ୍ଡିଆର କହିବାନୁସାରେ ଫୋନର ଡିଜାଇନ୍ ଭାରତର ସମୃଦ୍ଧ କଳା ପରମ୍ପରା ଦ୍ବାରା ଅନୁପ୍ରାଣିତ ହୋଇଛି । ଯେପରିକି ମୋଗଲ କଳାର ଫ୍ଲୋରାଲ ଡିଜାଇନ ଏବଂ ରାଜସ୍ଥାନ ଓ ଉତ୍ତରପ୍ରଦେଶର ଏମ୍ବ୍ରୋଡୋରୀ ଡିଜାଇନ ଏହି ସ୍ମାର୍ଟଫୋନର ପଛ ଭାଗରେ ଦେଖିବାକୁ ମିଳିବ । କଳା ଏବଂ ଗୋଲ୍ଡ ରଙ୍ଗର ପାର୍ସୀ ଗାରା ଏମ୍ବ୍ରୋଡୋରୀ କାମ ମଧ୍ୟ ଏଥିରେ ଦେଖିବାକୁ ମିଳିବ । ଯାହା ଏହାର ଶୋଭାକୁ ଦ୍ବିଗୁଣିତ କରୁଛି । କଳାର କାଳଜୟୀ ସୌନ୍ଦର୍ଯ୍ୟକୁ ପ୍ରତିପାଦିତ କରୁଥିବାବେଳେ ଗୋଲ୍ଡ ରଙ୍ଗ ଲକ୍ସରୀ ଏବଂ ଫେଷ୍ଟିଭ ସିଜନ ଉଦ୍ଦେଶ୍ୟରେ ଡିଜାଇନ କରାଯାଇଛି । ଭାରତର ବିଶିଷ୍ଟ ଡିଜାଇନର ମନୀଷ ମଲହୋତ୍ରାଙ୍କ ମିଳିତ ଉଦ୍ୟମରେ ଏହି ଫୋନକୁ ଡିଜାଇନ କରାଯାଇଥିବାରୁ ଏହାର ନାମ ମଧ୍ୟ ଏପରି ରଖାଯାଇଛି ।

Oppo Reno 12 Pro 5G Manish
Oppo Reno 12 Pro 5G Manish (Oppo India)
Also Read: ଲଞ୍ଚ ହେଲା ସାମସଙ୍ଗ ଗାଲାକ୍ସି S24 FE; ମିଳିବ ଜବରଦସ୍ତ କ୍ୟାମରା ଓ ବ୍ୟାଟେରୀ - Samsung Galaxy S24 FE launched
Oppo Reno 12 Pro 5G Manish
Oppo Reno 12 Pro 5G Manish (Oppo India)

କଣ ରହିଛି ଖାସ ?

  • ଡିସପ୍ଲେ: OPPO ରେନୋ 12 ପ୍ରୋ 5G ପୂର୍ବ ପରି ସମାନ 6.7-ଇଞ୍ଚ ଡିସପ୍ଲେ ସହିତ ଆସିଛି । ଏହାର 120Hz FHD + AMOLED କ୍ବାଡ୍-କର୍ଭଡ ପ୍ୟାନେଲ୍ ଅଛି ଯାହାକି 1200nits ପର୍ଯ୍ୟନ୍ତ ବ୍ରାଇଟନେସ ପ୍ରଦାନ କରିବ ।
  • ଚିପସେଟ୍‌: OPPO ରେନୋ 11 5Gରେ ମିଡିଆଟେକ ଡାଇମେନସିଟି 8200 SoC ତୁଳନାରେ ଏହି ସ୍ମାର୍ଟଫୋନରେ ମିଡିଆ ଟେକ୍ ଡାଇମେନସିଟି 7300-ଏନର୍ଜି ଚିପସେଟ୍ ରହିଛି ।
  • RAM ଓ ଷ୍ଟୋରେଜ୍: ଏହି ସ୍ମାର୍ଟଫୋନରେ ଗୋଟିଏ 12GB RAM ଏବଂ 256GB ଆଭ୍ୟନ୍ତରୀଣ ଷ୍ଟୋରେଜ୍ ଅଛି ।
  • ପଛ କ୍ୟାମେରା: OPPO ରେନୋ 12 5Gରେ OIS- ସକ୍ଷମ 50MP ସୋନି LYT600 ମୁଖ୍ୟ କ୍ୟାମେରା, 50MP ସାମସଙ୍ଗ S5KJN5 ଟେଲିଫୋଟୋ ସେନ୍ସର ଏବଂ 8MP ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ ସେନ୍ସର ଅଛି ।
  • ଫ୍ରଣ୍ଟ କ୍ୟାମେରା: ସେଲଫି ଏବଂ ଭିଡିଓ କଲ ପାଇଁ ସ୍ମାର୍ଟଫୋନରେ 50MP JN5 ସେନସର ରହିଛି ।
  • ସଫ୍ଟୱେର୍: ରେନୋ 12 ପ୍ରୋ 5G ଆଣ୍ଡ୍ରଏଡ୍ 14 ଉପରେ ଆଧାର କରି ColorOS 14.1 ଚଲାଇଥାଏ ଏବଂ ତିନି ବର୍ଷର OS ଅପଡେଟ ଏବଂ 4ବର୍ଷର ସିକ୍ୟୁରିଟି ଅପଡେଟ ପ୍ରଦାନ କରେ ।
  • ବ୍ୟାଟେରୀ, ଚାର୍ଜିଂ: ସ୍ମାର୍ଟଫୋନରେ 80W ୱେୟାର ଫାଷ୍ଟ ଚାର୍ଜିଂ ସହିତ ଏକ ଷ୍ଟାଣ୍ଡାର୍ଡ 5000mAh ବ୍ୟାଟେରୀ ଅଛି ।
  • ଅନ୍ୟାନ୍ୟ ଫିଚର: ଏଥିରେ ଏକ IP65 ପାଣି ଏବଂ ଧୂଳି ପ୍ରତିରୋଧ ମୂଲ୍ୟାୟନ, ଡୁଆଲ୍ ସିମ୍ ସପୋର୍ଟ, ଆଇଆର ବ୍ଲାଷ୍ଟର, ବ୍ଲୁଟୁଥ୍ v5.4 ରହିଛି ।
  • AI ଫିଚର: ଫୋନରେ AI ବେଷ୍ଟ ଫେସ୍, AI ଇରେଜର 2.0, ଏଆଇ କ୍ଲିୟର ଫେସ୍, ଏଆଇ ରାଇଟର୍, ଏଆଇ ସମରି, ଏଆଇ ସ୍ପିକ୍, ଏଆଇ ରେକର୍ଡିଂ ସମରି ଭଳି ଏଆଇ ଫିଚର ରହିଛି ।
Oppo Reno 12 Pro 5G Manish
Oppo Reno 12 Pro 5G Manish (Oppo India)

ଦାମ କେତେ ଓ କେଉଁଠୁ କିଣିବେ ?

  • କମ୍ପାନୀ ଏହି ସ୍ମାର୍ଟଫୋନର ଦାମ ଭାରତରେ 12GB+256GB ପାଇଁ Rs 36,999 ରଖିଛି ।
  • ଏହାର ପ୍ରି-ବୁକିଂ ଆରମ୍ଭ ହୋଇସାରିଛି ।
  • ଅକ୍ଟୋବର 3 ତାରିଖଠାରୁ ଏହା OPPO e-Store, ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଓ ରିଟେଲ ଆଉଟଲେଟ୍‌ରେ ଉପଲବ୍ଧ ହେବ ।
  • ଗ୍ରାହକ ଫ୍ଲିପକାର୍ଟ, ଓପୋ ଇ-ଷ୍ଟୋରରେ କିଛି ମୁଖ୍ୟ ବ୍ୟାଙ୍କ କାର୍ଡରେ ଇନଷ୍ଟାଣ୍ଟ 10% କ୍ୟାସବ୍ୟାକ୍‌ ପାଇପାରିବେ ।
  • OPPO Reno 12 Pro 5G ଭାରତରେ 8GB+256GB ଓ 12GB+512GB ଷ୍ଟୋରେଜ ପାଇଁ ଯଥାକ୍ରମେ Rs 36,999 ଓ Rs 40,999 ଟଙ୍କାରେ ଲଞ୍ଚ ହୋଇଥିଲା ।
Oppo Reno 12 Pro 5G Manish
Oppo Reno 12 Pro 5G Manish (Oppo India)

ସୂଚନା ଥାଉ କି ଚଳିତ ବର୍ଷ ଜୁଲାଇ ମାସରେ OPPO Reno 12 Pro 5G ସ୍ମାର୍ଟଫୋନ ବଜାରକୁ ଆସିଥିଲା । ଏବେ ଏହାର ମନୀଷ ମଲହୋତ୍ରା ଏଡିସନ ଲଞ୍ଚ ହୋଇଛି ।

Oppo Reno 12 Pro 5G
Oppo Reno 12 Pro 5G (Oppo India)
Also Read: SpaceX କ୍ୟାପସୁଲକୁ ମହାକାଶରେ ସ୍ବାଗତ କଲେ ସୁନୀତା; 2025ରେ ପୃଥିବୀ ଫେରିବେ - Sunita Welcomes SpaceX Capsule

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.