ETV Bharat / entertainment

ମିଥୁନ ଚକ୍ରବର୍ତ୍ତୀଙ୍କୁ ‘ଦାଦା ସାହେବ ଫାଲକେ’, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ନବୀନ ଜଣାଇଲେ ଶୁଭେଚ୍ଛା - Mithun Chakraborty - MITHUN CHAKRABORTY

Mithun Chakraborty To Get 'Dadasaheb Phalke': ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ସମ୍ମାନଜନକ ‘ଦାଦା ସାହେବ ଫାଲକେ’ ପୁରସ୍କାର । ଅକ୍ଟୋବର 8 ତାରିଖରେ ହେବେ ସମ୍ମାନିତ । ଅଧିକ ପଢନ୍ତୁ

ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ‘ଦାଦା ସାହେବ ଫାଲକେ’ ସମ୍ମାନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ‘ଦାଦା ସାହେବ ଫାଲକେ’ ସମ୍ମାନ (ETV Bharat Odisha)
author img

By ETV Bharat Odisha Team

Published : Sep 30, 2024, 10:37 AM IST

Updated : Sep 30, 2024, 3:58 PM IST

ନୂଆଦିଲ୍ଲୀ: ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ‘ଦାଦା ସାହେବ ଫାଲକେ’ରେ ସମ୍ମାନିତ ହେବେ ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଆସନ୍ତାମାସ (ଅକ୍ଟୋବର) 8 ତାରିଖରେ ଆୟୋଜିତ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ହେବାକୁ ଯାଉଥିବା ‘ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ମିଥୁନ ଏହି ସମ୍ମାନ ଗ୍ରହଣ କରିବେ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ‘ଦାଦା ସାହେବ ଫାଲକେ’ ହେଉଛି ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ । ହିନ୍ଦୀ ସମେତ ବଙ୍ଗଳା, ଓଡ଼ିଆ, ଭୋଜପୁରୀ ସହ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରିଛନ୍ତି ମିଥୁନ ଦାଦା । ବର୍ତ୍ତମାନ ସୁଦ୍ଧା ସେ ପ୍ରାୟ 350 ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଛନ୍ତି ।

ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ‘ଦାଦା ସାହେବ ଫାଲକେ’ ସମ୍ମାନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ‘ଦାଦା ସାହେବ ଫାଲକେ’ ସମ୍ମାନ (ETV Bharat Odisha)

ଟ୍ବିଟ କରି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି,'' ଭାରତୀୟ ସିନେମାରେ ମିଥୁନ ଦାଙ୍କ ଉଲ୍ଲେଖନୀୟ ଯାତ୍ରା ଆଗାମୀ ପିଢିଙ୍କୁ ପ୍ରେରଣା ଯୋଗାଇବ । ଦାଦାସାହେବ ଫାଲକେ ଜୁରି ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବା ପାଇଁ ଚୟନ କରିଛନ୍ତି । ଭାରତୀୟ ସିନେମାରେ ତାଙ୍କର ବଳିଷ୍ଟ ଅବଦାନ ପାଇଁ ଏହି ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯିବ । ଏହା ଘୋଷଣା କରିଥିବାରୁ ମୁଁ ଗର୍ବିତ । ଆସନ୍ତା ଅକ୍ଟୋବର 8 ତାରିଖରେ 70 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ତାଙ୍କୁ ସମ୍ମାନିତ କରାଯିବ । ''

80 ଦଶକରେ ମିଥୁନ
80 ଦଶକରେ ମିଥୁନ (ETV Bharat Odisha)
  • ବଲିଉଡରେ ମିଥୁନଙ୍କ ଡେବ୍ୟୁ:

1976 ମସିହାରେ ମ୍ରିନାଲ ସେନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମ୍ରିଗୟା’ରେ ବଲିଉଡରେ ଡେବ୍ୟୁ କରିଥିଲେ ମିଥୁନ । ଚଳଚ୍ଚିତ୍ରରେ ବଳିଷ୍ଠ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । 1982 ମସିହାରେ ଚଳଚ୍ଚିତ୍ର ‘ଡିସ୍କୋ ଡ୍ୟାନ୍ସର’ରେ ତାଙ୍କର ଟିଟୁଲାର ଭୂମିକା ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ବକ୍ସ ଅଫିସରେ ଏହି ଫିଲ୍ମ ସଫଳତା ପାଇଥିଲା । 1990 ମସିହାରେ ରିଲିଜ ହୋଇଥିଲା ଚଳଚ୍ଚିତ୍ର ‘ଅଗ୍ନିପଥ’ ପାଇଁ ତାଙ୍କୁ ବେଶ ପ୍ରଶଂସା ମଧ୍ୟ କରାଯାଇଥିଲା । ଅନେକ ଡ୍ୟାନ୍ସ ରିଆଲିଟି ସୋ’ରେ ମଧ୍ୟ ସେ ନଜର ଆସିଛନ୍ତି । ଚଳିତବର୍ଷ ତାଙ୍କୁ ଦେଶରେ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଭୂଷଣ’ରେ ସମ୍ମାନିତ କରାଯାଇଥିଲା ।

  • 80 ଦଶକର ହିରୋ ମିଥୁନ ଦା:-

80 ଦଶକରେ ମିଥୁନ ଚକ୍ରବର୍ତ୍ତୀ ଭାରତୀୟ ସିନେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ସେହି ସମୟରେ ସେ "ଡିସ୍କୋ ଡାନ୍ସର୍", "ଡ୍ୟାନ୍ସ ଡ୍ୟାନ୍ସ", "ପ୍ୟାର୍ ଝୁକତା ନେହିଁ", "କସମ ଦିୟା କରନେ ୱାଲ୍ କି" ଏବଂ "କମାଣ୍ଡୋ" ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ରରେ ବଳିଷ୍ଠ ଅଭିନୟ କରିଥିଲେ । ତାଙ୍କର ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଥିଲା । ଗୋଟିଏ ଦିନରେ ଚାରିଟି ଚଳଚ୍ଚିତ୍ରର ସୁଟିଂରେ ସେ କାମ କରୁଥିଲେ । ପ୍ରଶଂସକମାନେ ତାଙ୍କୁ 'ଡ୍ୟାନ୍ସ ଷ୍ଟାର' ଏବଂ 'ଡିସ୍କୋ ଡାନ୍ସର୍'ର ମୋନିକର୍ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ମିଥୁନ-ଉଷାଙ୍କୁ ପଦ୍ମ ଭୂଷଣ ପୁରସ୍କାର, ଖୁସିବ୍ୟକ୍ତ କଲେ ସେଲିବ୍ରିଟି - Celebs Got Padma Bhushan

ଏହା ମଧ୍ୟ ପଢନ୍ତୁ-ମିଥୁନ ଚକ୍ରବର୍ତ୍ତୀଙ୍କୁ ପଦ୍ମ ଭୂଷଣ ସମ୍ମାନ; ଫ୍ୟାନ୍ସ-ସମର୍ଥକଙ୍କୁ ଶ୍ରେୟ ଦେଲେ ଅଭିନେତା

  • ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ:-

ଭାରତୀୟ ସିନେମା କ୍ଷେତ୍ରରେ ଦାଦାସାହେବ ଫାଲକେ ସମ୍ମାନ ହେଉଛି ଭାରତର ସର୍ବୋଚ୍ଚ ସର୍ବୋଚ୍ଚ । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ବାରା ପରଚାଳିତ ‘ଚଳଚ୍ଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟ’ ଦ୍ବାରା ପ୍ରତିବର୍ଷ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ଏହା ପ୍ରଦାନ କରାଯାଇ ଆସୁଛି । ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ କଳାକାରଙ୍କୁ ଏହି ସମ୍ମାନରେ ସାମ୍ମାନିତ କରାଯାଏ । ଏଥିପାଇଁ ଏକ ଉଚ୍ଚସ୍ତରୀୟ ଚୟନ କମିଟି ମଧ୍ୟ ରହିଛି । ଏହି ସମ୍ମାନରେ ଏକ ସ୍ବର୍ଣ୍ଣପଦ୍ମ, ଉତ୍ତରୀୟ ଚାଦର ସହ 10 ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର ରାଶି ପ୍ରଦାନ କରାଯାଏ ।

  • ଦାଦା ସାହେବ ଫାଲକେ ସମ୍ମାନର ଆରମ୍ଭ:-

1969 ମସିହାରେ ପ୍ରଥମ କରି ଭାରତ ସରକାର ଏହି ସମ୍ମାନ ପ୍ରଦାନ ଆରମ୍ଭ କରିଥିଲେ । 1913 ରେ ପ୍ରଥମ ଭାରତୀୟ ଚଳଚିତ୍ର ‘ରାଜା ହରିଶ୍ଚନ୍ଦ୍ର’ ନିର୍ମାଣ କରି ଭାରତୀୟ ସିନେମାରେ କ୍ରମବିକାଶରେ ଏକ ବଳିଷ୍ଠ ପଦାଙ୍କ ଛାଡିଥିବା ପ୍ରଖ୍ୟାତ ସିନେ ନିର୍ମାତା ଓ ନିର୍ଦ୍ଦେଶକ ଦାଦାସାହେବ ଫାଲକେଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ଏହି ସମ୍ମାନର ଆରମ୍ଭ କରାଯାଇଥିଲା । ଯାହା ସେବେଠାରୁ ପ୍ରତି ବର୍ଷ ପ୍ରଦାନ କରାଯାଇ ଆସୁଛି ।

  • କିଏ ପ୍ରଥମେ ପାଇଥିଲେ ଏହି ସମ୍ମାନ:-

70 ଦଶକର ଲୋକପ୍ରିୟ ଅଭିନେତ୍ରୀ ଦେବିକା ରାଣୀ 17ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ପ୍ରଥମ ଥର ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ । ବର୍ଷ 2023 ସୁଦ୍ଧା, 53 ଜଣ ବିଶିଷ୍ଟ ଅଭିନେତା ଅଭିନେତ୍ରୀ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏହି ତାଲିକାରେ ଏବେ ମିଥୁନ ଚକ୍ରବର୍ତ୍ତୀଙ୍କ ନାମ ଯୋଡି ହେବାକୁ ଯାଉଛି ।

  • ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ

‘ଦାଦା ସାହେବ ଫାଲକେ’ରେ ସମ୍ମାନିତ ହେବେ ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ଏହାକୁ ନେଇ ସାରା ଦେଶରୁ ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଛୁଟୁଛି ଶୁଭେଚ୍ଛା ସୁଅ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧି ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ଅଭିନେତା ମିଥୁନଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 30, 2024, 3:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.