ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧିନ ପାରମହଲା ଗାଁରେ ଘଟିଯାଇଛି ଏକ ଦୁଃଖଦ ଅଭାବନୀୟ ଘଟଣା । ସଭ୍ୟ ସମାଜକୁ ଦୋହଲାଇ ଦେଇଛି ଏମିତି ଏକ ବୀଭତ୍ସ ହତ୍ୟାକାଣ୍ଡ । ସାତ ଜନ୍ମ ପାଇଁ ସାଥିରେ ରହିବାକୁ "କୋରାନ ଛୁଇଁ ଶପଥ ନେଇଥିବା ଏହି ଦମ୍ପତି ସାତ ଜନ୍ମତ ଦୂରର କଥା ଗୋଟିଏ ଜନ୍ମବି ସାଥିରେ କଟାଇ ପାରିନାହାଁନ୍ତି ।
ସୂଚନା ମୁତାବକ ବାଲେଶ୍ବର ସୋର ଥାନା ଅଧୀନ ପାରମହଲାର ସେଖ ମଣ୍ଟୁ ଗତ ରାତିରେ ନିଜ ପତ୍ନୀ ବିବି ଖାତୁନଙ୍କ ବେକ କାଟି ହତ୍ୟା କରିଛି । ହତ୍ୟାପରେ ମଣ୍ଟୁ ନିଜ ମାନସିକ ସନ୍ତୁଳନ ହରାଇ ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଛି । ମଣ୍ଟୁ ଆତ୍ମହତ୍ୟା କରୁଥିବାବେଳେ ଲୋକଙ୍କ ନଜରରେ ଆସିଯାଇଥିଲା । ଗ୍ରାମବାସୀ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୁର୍ମୁଷ ଅବସ୍ଥାରେ ମଣ୍ଟୁକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରି ଘଟଣାର ତଦନ୍ତ କରୁଛି ।
ତେବେ କାହିଁକି ? କେଉଁ ପରିସ୍ଥିତିରେ ଏପରି ଏକ ହତ୍ୟାକାଣ୍ଡ ମଣ୍ଟୁ ଘଟାଇଲା ତାହା ଏବେବି ପୋଲିସର ଆଢୁଆଳରେ । ଜଣେ ସ୍ବାମୀ ନିଜ ପତ୍ନୀକୁ ହତ୍ୟା କରିବା ଘଟଣାକୁ ସହଜରେ ବିଶ୍ବାସ କରିପାରୁନାହାଁନ୍ତି ସ୍ଥାନୀୟ ଅଞ୍ଚଳରେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ