ଭୁବନେଶ୍ବର: ଓଡିଆ ଆଇଏଫଏସ ଅଫିସର ଅରୁଣ ସାହୁଙ୍କୁ ନୂଆ ଦାୟିତ୍ବ ଦେଲା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । ଅରୁଣଙ୍କୁ ତ୍ରିନିଦାଦଓ ଟୋବାଗୋରେ ଭାରତର ରାଷ୍ଟ୍ରଦୁତ ହେଲେ ଅରୁଣ ସାହୁ । 1996 ବ୍ୟାଚର IFS ଅଫିସର ଅରୁଣ ବର୍ତମାନ କାନାଡାରେ ଉପ-ଉଚ୍ଚାୟୁକ୍ତ ଅଛନ୍ତି ।
ପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟରେ ଯୁଗ୍ମସଚିବ ଭାବେ କାମ କରିଥିବା ଅରୁଣ ଚୀନ, ଲଣ୍ଡନ ଓ ତେହେରାନରେ ମଧ୍ୟ ରାଷ୍ଟ୍ରଦୂତ ଭାବେ କାମ କରିଛନ୍ତି । ଅରୁଣ ଏତେ ବଡ ପଦପଦବିରେ ଥିଲେ ମଧ୍ୟ ନିଜ ମାତୃଭାଷାରେ ଦୁଇଗୋଟି ପୁସ୍ତକ ରଚନା କରିଛନ୍ତି ।
ତାଙ୍କ ଦ୍ବାରା ରଚିତ ପୁସ୍ତକ ହେଉଛି ଆକାଶର ଲୁହଓ ଚିରା ମଲାଟ ଯାହା ରାଜ୍ୟରେ ବେଶ ଲୋକପ୍ରିୟ । ସୂଚନାଯୋଗ୍ୟ ଯେ ଅରୁଣ ସାହୁ କଟକ ରେଭେନ୍ସା କଲେଜର ଛାତ୍ର ଥିଲେ ।