ନୂଆଦିଲ୍ଲୀ: ଭୂକମ୍ପରେ ଝଟକାରେ ଥରିଲା ନିକୋବର ଦ୍ବୀପପୁଞ୍ଜ । ରିକ୍ଟର ସ୍କେଲରେ ତୀବ୍ରତା 4.9 ରେକର୍ଡ କରାଯାଇଛି । ଏହି ଭୂକମ୍ପ ଆଣ୍ଡାମାନ ଦ୍ବୀପରେ ଭୋର 3.49 ସମୟରେ ଅନୁଭୂତ ହୋଇଥିଲା । ଏଥିରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା
ମିଳିନାହିଁ ।
ଗତ କିଛିମାସ ଧରି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଲଗାଥର ଭୂମ୍ପର ସାମ୍ନା କରୁଛି । ମେ 26 ତାରିଖରେ 2ଟି ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ 5.0 ଓ 4.8 ରେକର୍ଡ କରାଯାଇଛି ।
ସେହିପରି ଗତକାଲିତ 5ଟି ଭୂକମ୍ପ ଅନୁଭୂତ ହୋଇଥିଲା । ସେଥିମଧ୍ୟରୁ ସର୍ବାଧିକ ତୀବ୍ରତା 6.0 ୟାବିନ ସହରରେ ଅନୁଭୂତ ହୋଇଥିଲା । ଏହି ଭୂକମ୍ପ ରାତି 10.55ରେ କେନ୍ଦ୍ରସ୍ଥଳଠାରୁ 10 କିମି ଗଭୀରତାରେ ସୃଷ୍ଟି ହୋଇଥିବା ଚୀନର ଏକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ତେବେ 2008 ମସିହାରେ ହୋଇଥିବା 7.9 ତୀବ୍ରତା ବିଶିଷ୍ଟ ଭୂକମ୍ପରେ 87 ହଜାର ଲୋକ ପ୍ରାଣ ହରାଇଥିଲେ ।