ETV Bharat / briefs

ରୋଡ ଶୋ' ପରେ ମମତାଙ୍କୁ ଶାହଙ୍କ ଟାର୍ଗେଟ୍ - party people

ରୋଡ ଶୋ' ଶେଷ ହେବା ପରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇବା ସହ ମମତାଙ୍କ ଉପରେ ବର୍ଷିଛନ୍ତି ଶାହ ।

ଫାଇଲ ଫଟୋ
author img

By

Published : May 15, 2019, 12:06 AM IST

କୋଲକାତା: ବହୁ ହିଂସାତ୍ମକ କାର୍ଯ୍ୟକଳାପ ପରେ ପଶ୍ଚିମବଙ୍ଗରେ ଶାହଙ୍କ ରୋଡ୍ ଶୋ ଶେଷ ହୋଇଛି । ରୋଡ ଶୋ' ଶେଷ ହେବା ପରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ । କୋଲକାତାରେ ବିଡେପିର ରୋଡ ଶୋ' ସମୟରେ ସହରବାସୀଙ୍କ ଉତ୍ସାହକୁ ଦେଖି ଟିଏମସି ଭୟଭୀତ ହୋଇଉଠିଥିଲା । ତେଣୁ ଏଥିରେ ବାଧା ସୃଷ୍ଟି କରିବାକୁ ଟିଏମସି ଏଭଳି ପଦକ୍ଷେପ ନେଇଥିବା ଶାହା କହିଛନ୍ତି ।

amit shah, road show, target, mamata banarjee
ଫଟୋ ସୌଜନ୍ୟ: ଏଏନଆଇ@ଟ୍ବିଟର
ମମତା ବାନାର୍ଜୀଙ୍କ ଦଳ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଛି । ଯାହାର ଉଚିତ୍ ଜବାବ ପଶ୍ଚିମବଙ୍ଗ ଜନତା ଦେବେ । ପଶ୍ଚିମବଙ୍ଗରୁ ଟିଏମସି ସରକାରଙ୍କୁ ଉପାଡି ଫୋପାଡିବା ଦରକାର । ତେବେ ଯାଇ ସାରା ରାଜ୍ୟରୁ ହିଂସା ଶେଷ ହେବ ବୋଲି ଶାହ କହିଛନ୍ତି ।

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନର ଅନ୍ତିମ ତଥା ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଦେଖାଦେଇଛି । କୋଲକାତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ରାଲି ସମୟରେ ବିଜେପି ସମର୍ଥକ ଓ ଟିଏମସି ଛାତ୍ର ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ରୋଡ ଶୋ' ସମୟରେ ଶାହାଙ୍କ ଗାଡି ଉପରକୁ ଅଣ୍ଡାମାଡ ହେବା ପରେ ଏହି ମାରପିଟ୍‌ ଆରମ୍ଭ ହୋଇଥିଲା । ଏପରିକି ହିଂସା ବେଳେ କିଛି ଗାଡି ମଧ୍ୟ ଜଳାଇ ଦିଆଯାଇଥିବା ଜଣାପଡିଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.