ETV Bharat / briefs

ଆଇନଜୀବୀଙ୍କ ସମସ୍ତ ସମସ୍ୟା ଦୂର କରାଯିବ: ଆଇନ ମନ୍ତ୍ରୀ

ରାଜ୍ୟର ସମସ୍ତ ଆଇନଜୀବୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ, ଆଇନଜୀବୀଙ୍କ ସମସ୍ୟାକୁ ଖୁବଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆଇନ ମନ୍ତ୍ରୀ ।

author img

By

Published : Jun 30, 2019, 8:57 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଓଡିଶା ଆଇନଜୀବୀ ଆସୋସିଏସନର ରାଜ୍ୟ କାର୍ଯ୍ୟକରିଣୀ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଥିବା ଆଇନଜୀବୀ ମାନଙ୍କ ସଂଗଠନର ବିଭିନ୍ନ ବାର ଆସୋସିଏସନର ଲିଗାଲ ବଡି ଅନୁମୋଦିତ ପ୍ରତିନିଧି ମାନେ ଏଥିରେ ଯୋଗ ଦେଇ ସେମାନଙ୍କ ସମସ୍ୟା କାର୍ଯ୍ୟକାରିଣୀ ବୈଠକରେ ଆଲୋକପାତ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସ୍ଥାନୀୟ ପାନ୍ଥନିବାସ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣୀ ବୈଠକରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ସରକାର ସବୁବେଳେ ଆଇନଜୀବୀଙ୍କ ସପକ୍ଷରେ ରହିଥିବା କହିଛନ୍ତି । ଯେତେବେଳେ ଯାହା ଆଇନଜୀବୀ ମାନେ ଦାବି ଉପସ୍ଥାପନ କରିଛନ୍ତି ତାହା ତାଙ୍କ ସରକାର ପୂରଣ କରିବା ସହ ଆଇନଜୀବୀ ମାନଙ୍କର କଲ୍ୟାଣ ପାଇଁ ବିଭିନ୍ନ ପଦକ୍ଷେପ ନେଇଥିବା କହିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଓକିଲ ମାନଙ୍କ ମଙ୍ଗଳ ପାଇଁ ପାଣ୍ଠି ପ୍ରଦାନ ହେଉ କିମ୍ବା ରାଜ୍ୟରେ ଆଇନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଉ କି ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଆଡଭୋକେଟ ଏକାଡେମୀ ପ୍ରତିଷ୍ଠା ପାଇଁ ସରକାର ସମ୍ମତି ଜଣାଇଛନ୍ତି ।

ଏହାସହ କାର୍ଯ୍ୟକାରିଣୀ ବୈଠକରେ ଦିଆଯାଇଥିବା ଦାବିକୁ ସହୃଦୟତାର ସହ ବିଚାର କରାଯିବ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ଏହି କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଙ୍ଘ ସଭାପତି ଆଡଭୋକେଟ ଜ୍ଞାନରଞ୍ଜନ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଆଡଭୋକେଟ ବିଭୁପ୍ରସାଦ ତ୍ରିପାଠୀ ସଭା କାର୍ଯ୍ୟ ପରିଚାଳନା କରିଥିଲେ ଏହାସହ ବହୁ ସଦସ୍ୟ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

DFGD

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.