ଭଦ୍ରକ: ରାଜ୍ୟରେ ଦିନକୁ ଦିନ ଦୃତ ଗତିରେ ମାଡ଼ି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି(ମଙ୍ଗଳବାର) ଭଦ୍ରକ ଜିଲ୍ଲାରୁ 40 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 15 ଜଣ କ୍ବାରେଣ୍ଟାଇନରୁ ଥିବା ବେଳେ 25 ଜଣ ସ୍ଥାନୀୟ ସଂକ୍ରମଣ । ଯାହା ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲିଟିଛି । ତେବେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 717 ରେ ପହଞ୍ଚିଛି।
![ଭଦ୍ରକରେ ପୁଣି 40 କୋରୋନା ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା 717କୁ ବୃଦ୍ଧି](https://etvbharatimages.akamaized.net/etvbharat/prod-images/12:23:51:1596524031_od-bha-02-corona-update-04-08-7203442_04082020121647_0408f_1596523607_785.jpg)
![ଭଦ୍ରକରେ ପୁଣି 40 କୋରୋନା ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା 717କୁ ବୃଦ୍ଧି](https://etvbharatimages.akamaized.net/etvbharat/prod-images/12:23:51:1596524031_od-bha-02-corona-update-04-08-7203442_04082020121647_0408f_1596523607_743.jpg)
ଗତ 24 ଘଣ୍ଟା ମଧ୍ୟରେ 24 ଜଣ ସୁସ୍ଥ ହୋଇଥିବାବେଳେ ଏପର୍ଯ୍ୟନ୍ତ ମୋଟ 589 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ 126 ଜଣ ସକ୍ରିୟ ଅଛନ୍ତି । ଜିଲ୍ଲାରୁ ମୋଟ 20,028 ଟି ନମୁନା ପରୀକ୍ଷା କରାଯାଇଥିବା ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।
![ଭଦ୍ରକରେ ପୁଣି 40 କୋରୋନା ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା 717କୁ ବୃଦ୍ଧି](https://etvbharatimages.akamaized.net/etvbharat/prod-images/12:23:52:1596524032_od-bha-02-corona-update-04-08-7203442_04082020121647_0408f_1596523607_841.jpg)
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ