ମହାରାଷ୍ଟ୍ର: ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ବିଜେପିର ପ୍ରଚଣ୍ଡ ଆକ୍ରମଣରେ ସବୁ ବିରୋଧୀ ଦଳ ଏମିତି ଖିନଭିନ ହୋଇଛନ୍ତି ଯେ ତାହା ଦଳର ଆଭ୍ୟନ୍ତରୀଣ ବ୍ୟାପାରକୁ ଯୋରଦାର ଆଘାତ ଲାଗିଛି ।
ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଅମରାବତୀରେ । ଏଠାରେ ବହୁଜନ ସମାଜ ବାଦୀ ପାର୍ଟିର ନିର୍ବାଚନ ପରାଜୟ ସମୀକ୍ଷା ବୈଠକ ଚାଲିଥିବା ବେଳେ ହଠାତ ଦଳୀୟ ଅନ୍ତଃକନ୍ଦଳ ଏତେ ଭୟଙ୍କର ଥିଲା ଯେ ଦଳୀୟ ନେତା ନିଜ ନିଜ ଭିତରେ ମାରପିଟ ଆରମ୍ଭ କରିଦେଇଥିଲେ ।
ସେଠାରେ ବସିବା ପାଇଁ ଥିବା ପ୍ଲାଷ୍ଟିକ ଚୌକି ସବୁ ଫୋପାଡିବା ସହିତ ମାରପିଟ ଆରମ୍ଭ ହୋଇଥିଲା । ନିର୍ବାଚନ ସମୀକ୍ଷା ବେଳେ ଦଳର ଏପରି ହଙ୍ଗାମାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ।