କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଅଞ୍ଚଳର ଭୀମଖୋଜପଡା ନିକଟରେ ବିଜୁ ଏକ୍ସପ୍ରେସ୍ପ ୱେ କାମ ଚାଲିଥିବା ବେଳେ ସେଠାରୁ ଏକ ଦୁର୍ଲଭ କଇଁଛ ଉଦ୍ଧାର ହୋଇଛି । ଏହି କଇଁଛର ଓଜନ ପ୍ରାୟ 42କିଲୋ ଥିବା ଜଣାପଡିଛି । ଏହି କଇଁଛକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କର ଭିଡ ଜମିଥିଲା ।
ପରେ ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି କଇଁଛକୁ ଉଦ୍ଧାର କରିଛି । କଳାହାଣ୍ଡି ଏକ ପ୍ରାକୃତିକ ସମ୍ପଦ ଭରା ଜିଲ୍ଲା ସହ ଘଞ୍ଚ ଜଙ୍ଗଲ ଥିବାରୁ ଏଭଳି ବିଲୁପ୍ତ ଦୁର୍ଲଭ ବହୁ ଜଳଚର ପ୍ରାଣୀ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।