ବିଶାଖାପାଟନାମ: ଆରମ୍ଭ ହେଲା ଭାରତ-ଅଷ୍ଟ୍ରେଲିଆ ନୌସେନାର ଯୁଦ୍ଧାଭ୍ୟାସ । ଅନ୍ଧ୍ର ପ୍ରଦେଶର ବିଶାଖାପାଟନାମରେ ମଙ୍ଗଳବାର ଆସି ପହଞ୍ଚିଲା ରୟାଲ ଅଷ୍ଟ୍ରେଲିଆନ ନେଭି ସିପ୍ ଏବଂ ସବ୍ମେରାଇନ୍। ଭାରତ-ଅଷ୍ଟ୍ରେଲିଆ (ଅସିନଡେକ୍ସ)ର ଏହା ତୃତୀୟ ସଂସ୍କରଣ । ସୂଚନା ଦେଲେ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ।
ରୟାଲ ଅଷ୍ଟ୍ରେଲିଆନ ନେଭି ସିପ୍-ସବ୍ମରାଇନ୍ ଏବଂ ଇଣ୍ଡିଆନ ନେଭିର ଆଇଏନଏସ ରଣବିଜୟ, ଆଇଏନଏସ ସୟାଦ୍ରି ଓ ଅନ୍ୟାନ୍ୟ ଏହି ଯୁଦ୍ଧାଭ୍ୟାସରେ ଭାଗ ନେବେ । ଆଜିଠୁ ଏପ୍ରିଲ 14 ଯାଏଁ ମିଳିତ ଯୁଦ୍ଧାଭ୍ୟାସ କରିବେ । ତେବେ ଏହି ଯୁଦ୍ଧଭ୍ୟାସର ମୁଖ୍ୟ ଆକର୍ଷଣ ରହିବ ରୟାଲ ଅଷ୍ଟ୍ରେଲିଆନ ନେଭି ସିପ୍-ସବ୍ମରାଇନ୍ ।