ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ମୃତ୍ୟୁ ସଂଖ୍ୟା । 24 ଘଣ୍ଟା ମଧ୍ୟରେ ରାଜ୍ୟରେ 3 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ରାଜ୍ୟରେ କୋରୋନା ସଂକ୍ରମଣ କମିବା ସହ କୋରୋନା ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି ।
ଆଜିର କୋରୋନା ମୃତ୍ୟୁ ସଂଖ୍ୟା ମିଶାଇ ରାଜ୍ୟରେ 1839 ଜଣଙ୍କର ମୃତ୍ୟୁ ଘଟିଲାଣି । କଳାହାଣ୍ଡିରେ 20 ବର୍ଷର ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରଗଡରେ 43 ବର୍ଷର ପୁରୁଷ ଓ 45 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ