ETV Bharat / briefs

କାଳ ହେଉଛି ବଜ୍ରପାତ: 3 ମୃତ

ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଝରିଗାଁ ବ୍ଲକରେ ବଜ୍ରାଘାତରେ ତିନି ଜଣଙ୍କ ମୃତ୍ୟୁ ହୋଇଛି ।

author img

By

Published : Jun 11, 2019, 5:59 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: କାଳ ହେଉଛି ବଜ୍ରପାତ । ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଏହି କ୍ରମରେ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକରେ ବଜ୍ରାଘାତରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ସୋମବାର ବଜ୍ରାଘାତରେ ଶିକାର ହୋଇଛନ୍ତି ତିନି ଜଣ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସେମାନେ ନିଜ ନିଜ ପରିବାରକୁ ଚଳେଇବାକୁ କିଏ ଗାଈ ଚରେଇବାକୁ ଯାଇଥିବା ବେଳେ ଆଉ କିଏ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ । ଅନ୍ୟଜଣେ କାଜୁ ଚାଷ ଜମିକୁ ଯାଇଥିବା ବେଳେ ହଠାତ ଘଡ଼ଘୋଡ଼ି ସହ ବର୍ଷା ହୋଇଥିଲା । ତେବେ ବଜ୍ରାଘାତରେ ଏହି ତିନିଜଣଙ୍କ ମୃତ୍ୟୁ ହୋଇଛି ।

ମୃତକ ହେଲେ ଝରିଗାଁ ବ୍ଲକ ବକଡ଼ାବେଡା ପଞ୍ଚାୟତ ତୁରୁଞ୍ଜି ଗ୍ରାମର ମାଧବ ପନକା ଓ ଲତାଖଣ୍ଡିଗୁଡ଼ା ପଞ୍ଚାୟତ ପୋଲସରା ଗ୍ରାମର ଲୋଚଲାନ ଗୌଡ଼ ଏବଂ ପୁରୁଲା ଗ୍ରାମର ମରଣ ବଣିକ । ଝରିଗାଁ ପୋଲିସ ଖବର ପାଇ ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି । ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.