ETV Bharat / briefs

ଶିଶୁଙ୍କୁ କୋରୋନାରୁ ସୁରକ୍ଷା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରି

କୋରୋନା କାଳରେ ଶିଶୁଙ୍କ ସୁରକ୍ଷା ଚିନ୍ତା । ରାଜ୍ୟ ସରକାର ଆରମ୍ଭ କଲେ 24 ଘଣ୍ଟିଆ ହେଲ୍ପଲାଇନ ଜାରି । ଅଧିକ ପଢନ୍ତୁ...

author img

By

Published : May 21, 2021, 6:16 AM IST

ଶୁଶୁଙ୍କୁ କୋରୋନାରୁ ସୁରକ୍ଷା ପାଇଁ ୨୪ ଘଣ୍ଟିଆ ହେଲପଲାଇନ ନମ୍ବର

ଭୁବନେଶ୍ବର : ଅସହାୟ ଶିଶୁଙ୍କ ପାଇଁ ରାଜ୍ୟ ସରକାରଙ୍କ ଚିନ୍ତା । ଅସହାୟ ଓ ଅନାଥ ଶିଶୁଙ୍କ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଜାରି ହୋଇଛି ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର । ସଂପ୍ରତି କୋଭିଡ-୧୯ର ଦ୍ଵିତୀୟ ଲହରରେ ଅନେକ ପରିବାରରେ ମାତାପିତା କୋଭିଡରେ ମୃତ୍ୟୁବରଣ କରିଛନ୍ତି । ସେପଟେ କିଛି କୋରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ, ସେମାନଙ୍କ ପିଲା ଅସହାୟ ହୋଇଯାଉଛନ୍ତି । କୋଭିଡ୍ ଆକ୍ରାନ୍ତ ପରିବାରର ଏହି ଶିଶୁ ବା ପିଲାଙ୍କୁ ଆପଣାଇବାକୁ କେହି ଆତ୍ମୀୟସ୍ୱଜନ, ନିକଟ ସଂପର୍କୀୟ ଆଗେଇ ଆସୁନାହାନ୍ତି । ଏହି ପରିସ୍ଥିତିରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ୧୦୯୮ ହେଲ୍ପଲାଇନ ଜାରି କରିଛି । ଏହାସହ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସହାୟତା ନମ୍ବର ୧୮୦୦-୩୪୫-୪୪୯୪ ଜାରି କରିଥିବା ବେଳେ ରାଜ୍ୟ ହେଲ୍ପଲାଇନ୍ ୧୦୪ ନମ୍ବର ଜାରି କରାଯାଇଛି ।

୧୮ ବର୍ଷରୁ କମ୍ ବୟସର ଅସହାୟ ପିଲା, ମାତାପିତାଙ୍କୁ ହରାଇଥିବା ଶିଶୁ କିମ୍ବା କୋରୋନାରେ ସଂକ୍ରମିତ ହୋଇ ସଂଗରୋଧରେ ଥିବା ପିତାମାତାଙ୍କ ଶିଶୁ ବିଶେଷ ଧ୍ୟାନ ଦିଆଯାଇଛି । ଏଭଳି ପିଲା କାହାର ନଜରକୁ ଆସିଲେ ତୁରନ୍ତ ଉପରୋକ୍ତ ହେଲ୍ପଲାଇନ୍‌ରେ କିମ୍ବା ନିକଟସ୍ଥ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ଯୋଗାଯୋଗ କରିବାକୁ କୁହାଯାଇଛି । ଏଥିପାଇଁ ପ୍ରତି ଜିଲ୍ଲାରେ ସରପଞ୍ଚମାନଙ୍କୁ ନେଇ ଦ୍ଵାଟସ୍‌ଆପ୍ ଗ୍ରୁପ୍ ଗଠନ କରାଯାଇଛି । ଏହି ଶିଶୁମାନଙ୍କ ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କୁ ସମସ୍ତ ସହାୟତା ଯୋଗାଇଦେବା ପାଇଁ ନାଗରିକ ସଂଗଠନ ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନର ମଧ୍ୟ ସହାୟତା ନିଆଯାଉଛି । ଅସୁବିଧାରେ ଥିବା ପ୍ରତ୍ୟେକ ଶିଶୁଙ୍କୁ ତୁରନ୍ତ ଉଦ୍ଧାର କରି ସେମାନଙ୍କୁ ସାମୟିକ ଭାବେ ସୁରକ୍ଷିତ କରି ରଖିବା ନିମନ୍ତେ ୩୦ଟି ଜିଲ୍ଲାରେ ଅସ୍ଥାୟୀ ବାସସ୍ଥଳୀର ବ୍ୟବସ୍ଥା କରାଯାଇଛି । ଶିଶୁମାନଙ୍କ ଯତ୍ନ ଏବଂ ସୁରକ୍ଷା ପାଇଁ ପ୍ରତି ଜିଲ୍ଲାରେ ନୋଡାଲ ଅଫିସରମାନଙ୍କୁ ନିଯୁକ୍ତ କରାଯାଇଛି । ଭର୍ଚ୍ଚୁଆଲ ବୈଠକ ମାଧ୍ୟମରେ ନିୟମିତ ସମୀକ୍ଷା କରାଯାଉଛି ।

ଏହି ଅସହାୟ ଶିଶୁମାନଙ୍କୁ ମାନସିକ ସ୍ତରରେ ଦୃଢ଼ ରଖୁବା ନିମନ୍ତେ ନିୟମିତ ମନସ୍ତାତ୍ଵିକ ପରାମର୍ଶ ଦିଆଯାଉଛି । ପ୍ରତ୍ୟେକ କୋଭିଡ୍ ହସ୍‌ପିଟାଲ୍ ଏବଂ କୋଭିଡ୍ ଯତ୍ନକେନ୍ଦ୍ର, ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଚାରପତ୍ର ଲଗାଯାଇ ଜନସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୪ ଜଣ ଅସହାୟ ଶିଶୁଙ୍କୁ ଉଦ୍ଧାର କରାଯାଇ ଆର୍ଥିକ ସହାୟତା ପ୍ରଦାନ ସହ ସାମୟିକ ଆଶ୍ରୟ ଦିଆଯାଇଛି । ବିଭାଗୀୟ ଯୁଗ୍ମ ସଚିବ, ଶିଶୁ କଲ୍ୟାଣଙ୍କୁ ରାଜ୍ୟ ନୋଡାଲ ଅଧିକାରୀ ଭାବେ ଘୋଷଣା କରାଯାଇଛି ।

ସେହିଭଳି ରାଜ୍ୟରେ ଥିବା ୨୩୮ଟି ଶିଶୁ ଯତ୍ନ ଅନୁଷ୍ଠାନରେ ୮୫୦୦ ଶିଶୁ ରହୁଛନ୍ତି ଏବଂ ସେମାନଙ୍କ ଯନ୍ ନେବା ପାଇଁ ୨୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇ ଏହି ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକରେ କୋଭିଡ୍ ସଂପର୍କିତ ସମସ୍ତ ସତର୍କତା ଏବଂ ନିୟମାବଳୀ ପାଳନ ନିମନ୍ତେ ପଦକ୍ଷେପ ନିଆଯାଇଛି । ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ କୋଭିଡ୍ ସଂକ୍ରମଣ ଓ ପରିଚାଳନା ନିମନ୍ତେ ନିୟମିତ ଭର୍ଚୁଆଲ ତାଲିମ ପ୍ରଦାନ କରାଯାଉଛି । ଶିଶୁମାନଙ୍କୁ କୋରୋନା ସମୟରେ ସୃଜନାତ୍ମକ କାର୍ଯ୍ୟରେ ନିୟୋଜିତ କରି ସେମାନଙ୍କ ମାନସିକ ଓ ଶାରୀରିକ ସୁସ୍ଥତା ନିମନ୍ତେ କରୋନା ପଞ୍ଜିକା ଦିଆଯାଇଛି ।

ଏହି କଠିନ ସ୍ଥିତିରେ ଅନୁଷ୍ଠାନ ପରିଚାଳନାରେ ଯେଭଳି କୌଣସି ଆର୍ଥିକ ବାଧା ନ ଆସିବ, ସେଥୁପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ ଆର୍ଥିକ ଅନୁଦାନ ପ୍ରଦାନ କରାଯାଉଛି । ପ୍ରତ୍ୟେକ ଯନ୍ତ୍ର ଅନୁଷ୍ଠାନକୁ ଥର୍ମାଲ ସ୍କାନର, ଅକ୍ସିମିଟର, ମାସ୍କ ଏବଂ ସାନିଟାଇଜର ପ୍ରଦାନ କରାଯାଇଛି । ପ୍ରତ୍ୟେକ ଶିଶୁ ଯନ୍ ଅନୁଷ୍ଠାନରେ ସଙ୍ଗରୋଧ ଗୃହ ବ୍ୟବସ୍ଥା କରାଯିବ । ସହ ନିୟମିତ ଭାବେ ଶିଶୁମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଉଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଚାଇଲ୍ଡ ଲାଇନ୍ ଟିମ୍ ସଦସ୍ୟ, ଶିଶୁ ଯତ୍ନ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା କର୍ମଚାରୀ,୧୮୧ ହେଲ୍ପଲାଇନ୍‌ କର୍ମଚାରୀ ଏବଂ ୱାନ୍‌ଷ୍ଟପ୍ ସେଣ୍ଟରର କର୍ମଚାରୀମାନଙ୍କୁ ଆଗଧାଡ଼ିର କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କରାଯିବା ସହ ସେମାନଙ୍କର ଅଗ୍ରାଧିକାର ଭିଭିରେ କୋଭିଡ୍ ଟିକାକରଣ କରାଯାଉଛି ।

ଭୁବନେଶ୍ବରରୁ ତପନ କୁମାର ଦାସ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.