ETV Bharat / briefs

ବାଲିପାଟଣା ଗାଁରେ କାନ୍ଥ ପଡି 2 ମୃତ, ଜଣେ ଗୁରୁତର - wall collapse

କୁଆଖିଆ ଥାନା ବାଲିପାଟଣା ଗାଁରେ କାନ୍ଥ ପଡି 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଅନ୍ୟ ଜଣେ ଗୁରୁତରଙ୍କୁ ଚିକିତ୍ସା ପାଇଁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Jun 24, 2019, 11:02 AM IST

ଯାଜପୁର: କୁଆଖିଆ ଥାନା ବାଲିପାଟଣା ଗାଁରେ ଅଘଟଣ । ଘର କାମ ଚାଲୁଥିବାବେଳେ କାନ୍ଥ ପଡି 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଘର ମାଲିକ ବନମାଳି ସାହୁ ଓ ଶ୍ରମିକ ଚନ୍ଦନ ଲେଙ୍କା । ଗୁରୁତରଙ୍କୁ ଚିକିତ୍ସା ପାଇଁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନାନୁସାରେ, ବନମାଳି ସାହୁଙ୍କ ଏକ ପୁରୁଣା ଘରର କାନ୍ଥ ଆଉ ଛାତକୁ ରିପାରିଂ କରାଯାଉଥିଲା । ଏହି ସମୟରେ ହଠାତ ଘରର କାନ୍ଥଟି ଭୁଶୁଡି ପଡିଥିଲା । ଫଳରେ ତଳେ ରହି କାମ ଦେଖୁଥିବା ବନମାଳିଙ୍କ ଉପରେ କାନ୍ଥ ପଡିଯାଇଥିଲା । ଏଥିସହିତ ଛାତରେ କାମ କରୁଥିବା 2 ଜଣ ଶ୍ରମିକ ଚନ୍ଦନ ଲେଙ୍କା ଓ ତାଙ୍କ ସହଯୋଗୀ ତଳକୁ ଖସି ପଡିଥିଲେ । ତେବେ 3 ଜଣଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଧର୍ମଶାଳା ମେଡିକାଲକୁ ନେଇଥିଲେ ।

ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ବନମାଳି ଓ ଚନ୍ଦନଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଅନ୍ୟ ଜଣେ ଶ୍ରମିକକୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ପଠାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:ଯାଜପୁର:ଘର କାମ ଚାଲୁଥିବା ବେଳେ ଅଘଟଣ, ଘର କାନ୍ଥ ଭୁଶୁଡି 2 ମୃତ,1 ଆହତ |ରସୁଲପୁର ବାଲିପାଟଣା ଗାଁରେ ଘଟିଛି ଅଘଟଣ। ତେବେ ବନମାଲିଙ୍କ ଏକ ପୁରୁଣା ଘରର କାନ୍ଥ ଆଉ ଛାତକୁ ରିପାରିଙ୍ଗ କରାଉ ଥିବାବେଳେ ହଠାତ ଘରର କାନ୍ଥଟି ଭାଙ୍ଗି ପଡିଥିଲା । ତେବେ ତଳେ ରହି ଘର ମାଲିକ ବନମାଳୀ ସାହୁ କାମ ଦେଖୁଥିବା ବେଳେ ତାଙ୍କ ଉପରେ କାନ୍ଥ ପଡି ଯାଇଥିଲା । ତା ସାଙ୍ଗକୁ ଛାତରେ କାମ କରୁଥିବା ଶ୍ରମିକ ଚନ୍ଦନ ଲେଙ୍କା ଆଉ ତାଙ୍କ ସହିତ କାମ କରୁଥିବା ଆଉ ଜଣେ ଶ୍ରମିକ ମଧ୍ୟ ତଳକୁ ଖସି ପଡ଼ିଥିଲେ। ତେବେ ତିନି ଜଣ ଯାକ ଗୁରୁତର ହେବା ଫଳରେ ଗ୍ରାମବାସୀ ମାନେ ଧର୍ମଶାଳା ମେଡିକାଲ କୁ ନେଇ ଯାଇଥିଲେ। ସେ ଠାରେ ଡାକ୍ତରଙ୍କ ପ୍ରାଥମିକ ଚିକିତ୍ସା ପରେ ଘରମାଙ୍କ ବନମାଳୀ ସାହୁ ଆଉ ଶ୍ରମିକ ଚନ୍ଦନ ଲେଙ୍କାଙ୍କୁ ମୃତ ଘୋଷଣା କରିଥିଲେ। ଆଉ ଜଣେ ଶ୍ରମିକ ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲ ପଠାଇଛନ୍ତି।Body:VisualConclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.