ETV Bharat / briefs

1992 ବିଶ୍ବକପର ପୁନାରାବୃର୍ତ୍ତି କରିବ କି ପାକ୍‌ ଟିମ?

ଚଳିତ ବିଶ୍ବକପରେ ଅପରାଜିତ ବ୍ଲାକକ୍ୟାପ ଦଳକୁ ପରାଜୟର ସ୍ୱାଦ ଚଖାଇଛି ପାକିସ୍ତାନ। ସାହିନ ଆଫ୍ରିଦିଙ୍କ ଚମତ୍କାର ବୋଲିଂ ଓ ବାବର ଆଜମଙ୍କ ଶତକ ବଳରେ ପଏଣ୍ଟ ଟେବୁଲରେ ଗୋଟିଏ ସ୍ଥାନ ଉପରକୁ ଉଠିଛି ସର୍ଫରାଜ ଟିମ । ଏପରି ପରିସ୍ଥିତି 1992 ମସିହା ବିଶ୍ବକପରେ ଅନୁରୂପ ଘଟିଥିଲା । ଅପରାଜିତ ନ୍ୟୁଜଲାଣ୍ଡର ବାଧକ ସାଜିଥିଲା ପାକିସ୍ତାନ।

author img

By

Published : Jun 27, 2019, 1:47 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: 1992 ମସିହାରେ ପାକିସ୍ତାନ ଅଧିନାୟକ ଇମରାନ ଖାନଙ୍କ ନେତୃତ୍ବରେ ପାକ୍‌ ଦଳ କ୍ରିକେଟ ମହାକୁମ୍ଭର ଚମ୍ପିଆନ ହୋଇଥିଲା । ସେହି ଟୁର୍ଣ୍ଣାମେଣ୍ଟର ପାକ୍‌ ଦଳର ପରିସ୍ଥିତି ଚଳିତବର୍ଷ ବିଶ୍ବକପ ପରି ଅନୁରୂପ ରହିଥିଲା । 1992 ମସିହାରେ ଇମରାନଙ୍କ ଟିମ୍‌ ଇଣ୍ଡିଜ ଓ ଭାରତ ଠାରୁ ପରାସ୍ତ ହେଲାପରେ ଟୁର୍ଣ୍ଣାମେଣ୍ଟରେ କମବ୍ୟାକ କରିଥିଲା ଓ ବିଶ୍ବକପ ମୁକୁଟର ବାଦଶାହା ପାଲଟି ଯାଇଥିଲା ।

ରୋଚକ ତଥ୍ୟ ହେଉଛି ଯେ, 1992 ମସିହାରେ ନ୍ୟୁଜଲାଣ୍ଡ ଟିମ ବିନା ବାଧକରେ ସମସ୍ତ ମ୍ୟାଚରେ ବିଜୟ ଅଭିଯାନ ଜାରି ରଖିଥିଲା । କିନ୍ତୁ ପାକ୍‌ ଟିମ ତା'ର 7ମ ମୁକାବିଲାରେ କିଓ୍ବି ଦଳର ବିଜୟ ଯାତ୍ରାରେ ବ୍ରେକ୍‌ ଲଗେଇଥିଲା । ଏହାପରେ ପୁଣି ସେମି ଫାଇନାଇଲରେ ନ୍ୟୁଜଲାଣ୍ଡକୁ ମାତ୍‌ ଦେଇ ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ବିଶ୍ବକପ ନିଜ ନାଁରେ କରିଥିଲା ।

world cup
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@cricketworldcup

ଚଳିତବର୍ଷ ବି କାରବିୟାନ ଦଳ ଓ ଭାରତ ଠାରୁ ପରାସ୍ତ ହେଲା ପରେ ଦ.ଆଫ୍ରିକା ବିପକ୍ଷରେ କମବ୍ୟାକ କରିଛି ସର୍ଫରାଜ ଟିମ । ଏଥିସହ ପାକ୍‌ ଟିମ ତା'ର 7ମ ମ୍ୟାଚରେ ନ୍ୟୁଜଲାଣ୍ଡକୁ 6 ଓ୍ବିକେଟରେ ପରାସ୍ତ କରିଛି । ଫଳରେ ନ୍ୟୁଜଲାଣ୍ଡର ବିଜୟଧାରାରେ ରୋକ୍‌ ଲଗାଇ ଟିମ୍‌ର ସେମିଫାଇନାଲର ଆଶା ଉଜ୍ଜୀବିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.