ETV Bharat / briefs

ବଜ୍ରପାତରେ ଅଗ୍ନିକାଣ୍ଡ, 12 ବଖରା ଘର ଜଳିପୋଡି ପାଉଁଶ - lightening

ସୁକିନ୍ଦା ତହସିଲ ଅନ୍ତର୍ଗତ ଦୁଧୁଯୋରୀ ଗ୍ରାମପଞ୍ଚାୟତ ବୋତଲଅଣ୍ତା ଗ୍ରାମରେ ବଜ୍ରପାତ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ ଘଟି 5ଟି ପରିବାରର 12 ବଖରା ଘର ସହ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜଳି ଭସ୍ମୀଭୂତ ହୋଇଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଯାଜପୁର
author img

By

Published : Jun 13, 2019, 12:54 PM IST

ଯାଜପୁର: ସୁକିନ୍ଦା ତହସିଲ ଅନ୍ତର୍ଗତ ଦୁଧୁଯୋରୀ ଗ୍ରାମପଞ୍ଚାୟତ ବୋତଲଅଣ୍ତା ଗ୍ରାମରେ ଅଘଟଣ । ବଜ୍ରପାତ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ ଘଟି 5ଟି ପରିବାରର 12 ବଖରା ଘର ଜଳି ଭସ୍ମୀଭୂତ ହୋଇଯାଇଛି । ଏଥିସହିତ ସେହି ଘରେ ଥିବା ସମସ୍ତ ଆସବାବ ପତ୍ର, ସୁନା, ରୂପା ଆଦି ପୋଡି ନଷ୍ଟ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଯାଜପୁର

ସୂଚନାନୁସାରେ, ବୁଧବାର ବିଳମ୍ବିତ ରାତିରେ ବଜ୍ରପାତ କାରଣରୁ ବୋତଲଅଣ୍ଡା ଗ୍ରାମର ସମିତି ସଭ୍ୟା ରାଜେନ୍ଦ୍ର ପାତ୍ରଙ୍କ ଘର ସହିତ ଆଲୋକ ପାତ୍ର, ଦିନବନ୍ଧୁ ପାତ୍ର, କୃଷ୍ଣଚନ୍ଦ୍ର ପାତ୍ର ଓ ମନୋରଞ୍ଜନ ପାତ୍ରଙ୍କ ଘରେ ନିଆଁ ଲାଗିଯାଇଥିଲା । ଘଟଣା ସମ୍ପର୍କରେ ସ୍ଥାନୀୟଲୋକେ ସୁକିନ୍ଦା ଦମକଳ ବାହିନୀକୁ ସୂଚନା ଦେଇଥିଲେ । ନିଆଁର ବେଗ ଅତ୍ୟଧିକ ଥିବାରୁ ଏହାକୁ ଆୟତ କରିବା କଷ୍ଟକର ହୋଇପଡିଥିଲା । ପରେ ସୁକିନ୍ଦା ଦମକଳବାହିନୀ ଓ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ଦମକଳବାହିନୀର ମିଳିତ ସହଯୋଗରେ ନିଆଁକୁ ଆୟତ କରାଯାଇଥିଲା।

ତେବେ ଆଲୋକପାତ୍ର ନିଜ ଝିଅର ସନ୍ଧ୍ଯାରାଣୀଙ୍କ ବାହାଘର ପାଇଁ ସୁନା ଓ ରୂପା ଅଳଙ୍କାର ସହ ଅନ୍ୟାନ୍ୟ ସାମଗ୍ରୀ ସଞ୍ଚୟ ରଖିଥିଲେ । ମାତ୍ର ଅଗ୍ନିକାଣ୍ଡରେ ସେସବୁ ନଷ୍ଟ ହୋଇଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

GSG

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.