ଖୋର୍ଦ୍ଧା: ରାଜ୍ୟରେ ଏବେ ଦୃତ ଗତିରେ ମାଡ଼ି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଯାହା ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲିଟିଛି । ଏପଟେ ଖୋର୍ଦ୍ଧା ଉପଖଣ୍ଡରୁ ଆଜି(ସୋମବାର) 114 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ଉପଖଣ୍ଡରୁ ପରୀକ୍ଷା ପାଇଁ 423 ଜଣଙ୍କ ଠାରୁ ସ୍ୱାବ ସଂଗ୍ରହ ହୋଇଥିବା ବେଳେ ଆଜି 114 ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।
114 ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ସହରରୁ ଜଣେ, ବାଲୁଗାଁରୁ 38,ବାଣପୁରରୁ 26,ଟାଙ୍ଗିରୁ 10,ବୋଲଗଡ଼ରୁ 9,ଜଟଣୀରୁ 19, ମେଣ୍ଢାସାଳରୁ 7 ଏବଂ ବାଳକଟି ବ୍ଲକରୁ 4ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ