ETV Bharat / city

ସୋମବାର ସକାଳ ସାଢେ ୧୦ଟା ପର୍ଯ୍ୟନ୍ତ ଗୃହ ମୁଲତବୀ, ପାରିତ ହେଲା ୩ ବିଲ

author img

By

Published : Sep 4, 2021, 5:23 PM IST

Updated : Sep 4, 2021, 7:11 PM IST

ସୋମବାର ସକାଳ ସାଢେ ୧୦ଟା ପର୍ଯ୍ୟନ୍ତ ଗୃହ ମୁଲତବୀ, ପାରିତ ହେଲା ୩ ବିଲ
ସୋମବାର ସକାଳ ସାଢେ ୧୦ଟା ପର୍ଯ୍ୟନ୍ତ ଗୃହ ମୁଲତବୀ, ପାରିତ ହେଲା ୩ ବିଲ

17:19 September 04

ଆଜି ହଟ୍ଟଗୋଳ ଭିତରେ ଗୃହରେ ପାରିତ ହୋଇଛି ୩ ବିଲ । ଅନ୍ୟପଟେ ବାରମ୍ବାର ହଟ୍ଟଗୋଳ ଯୋଗୁଁ ସୋମବାର ସକାଳ ସାଢେ ୧୦ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ଚାଷୀ ପ୍ରସଙ୍ଗରେ ଗୃହତ୍ୟାଗ କଲା କଂଗ୍ରେସ । ବିଭିନ୍ନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ପରେ ସୋମବାର ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏହାରି ମଧ୍ୟରେ ଆଜି ୩ଟି ବିଲ ପାରିତ ହୋଇଛି ।  

ହଟ୍ଟଗୋଳ ଭିତରେ ବିଧାନସଭାରେ ପାରିତ ହୋଇଥିବା ୩ଟି ବିଲ ହେଉଛି ଓଡିଶା ବୈଷୟିକ ଗବେଷଣା ବିଶ୍ବ ବିଦ୍ୟାଳୟ ବିଲ, ଓଡିଶା ବିନିଯୋଗ ଅଧିନିୟମ ବିଲ ଏବଂ ଓଡିଶା ସହର ଯୋଜନା ଓ ଅଭିବୃଦ୍ଧି ନ୍ୟାସ ସଂଶୋଧନ ବିଲ । ବିଲ ପାରିତ ସମୟରେ କଂଗ୍ରେସର କକ୍ଷ ତ୍ୟାଗ କରିଥିଲା ।  ସେପଟେ ରାଜନୈତିକ ଦଳମାନଙ୍କୁ ଦଳୀୟ କାର୍ଯ୍ୟାଳୟ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଜମି ଯୋଗାଇ ଦିଆଯାଇଛି । ବିଜେଡିକୁ 1 ଏକର 183 ଡ଼ିସିମିଲ ଜାଗା ଯୋଗାଇ ଦିଆଯାଇଛି । ଏଣିକି ସିଇଟି କଲେଜ ବିଶ୍ଵ ବିଦ୍ୟାଳୟର ମାନ୍ୟତା ପାଇବ । ଏହି ଶିକ୍ଷା ଅନୁଷ୍ଠାନରେ ଇଂଜିନିୟରିଂ ଏବଂ ବିଜ୍ଞାନ ଓ କାରିଗରୀ, ବୈଷୟିକ ଜ୍ଞାନ କୌଶଳ, ସ୍ଥପତି, ମ୍ୟାନେଜମେଣ୍ଟ ଏବଂ ଗବେଷଣା କ୍ଷେତ୍ରରେ ଅଧିକ ସହାୟକ ହେବ ।

ଓଡିଶା ସହର ଯୋଜନା ଓ ଅଭିବୃଦ୍ଧି ନ୍ୟାସ ଅଧିନିୟମ ରାଜ୍ୟର ସହରଗୁଡିକର ବିକାଶ, ଉନ୍ନତି ତଥା ସମ୍ପ୍ରସାରଣ ପାଇଁ ବ୍ୟବସ୍ଥା ଏବଂ ବର୍ତ୍ତମାନ ତଥା ଭବିଷ୍ୟତ ବାସିନ୍ଦାଙ୍କ ନିମନ୍ତେ ଏକ ସ୍ବଚ୍ଛ ନିର୍ମଳ ଏବଂ ରୁଚିପୂର୍ଣ୍ଣ ଜୀବନଯାପନ ନିମନ୍ତେ ସାମାଜିକ ଅର୍ଥନୈତିକ ଏବଂ ସାଂସ୍କୃତିକ ଭିତ୍ତିଭୂମି ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ, ଓଡି଼ଶା ରାଜ୍ୟ ବିଧାନସଭା ଦ୍ଵାରା 1956 ମସିହାରେ ପ୍ରଣୟନ କରାଯାଇଥିଲା  । ଏହି ଅଧିନିୟମ 65 ବର୍ଷ ତଳେ ପ୍ରଣୀତ ହୋଇଥିଲା ଏବଂ ଇତିମଧ୍ୟରେ ସହରାଞ୍ଚଳ ଯୋଜନା ତଥା ଉନ୍ନତିକରଣ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ସଂଘଟିତ ହୋଇଛି । ସେହି ଅନୁସାରେ ଏହି ଅଧିନିୟମକୁ ସମସାମୟିକ ଆବଶ୍ୟକତା ଅନୁଯାୟୀ ବ୍ୟାବହାରିକ, ପ୍ରଗତିଶୀଳ ଏବଂ ପ୍ରାସଙ୍ଗିକ କରିବା ପାଇଁ କିଛି ସଂଶୋଧନ ଆବଶ୍ୟକ ପଡୁଛି  ।

ଓଡିଶା ସହର ଯୋଜନା ଓ ଅଭିବୃଦ୍ଧି ନ୍ୟାସ (ସଂଶୋଧନ) ଅଧିନିୟମ, 2021 ପାରିତ ହେଲେ ନିମ୍ନଲିଖିତ ଉଦ୍ଦେଶ୍ୟାବଳୀ ସାଧିତ ହେବ:-

- ଓଡ଼ିଶା ସରକାରଙ୍କ 5T ଚାର୍ଟର୍ ଏବଂ ଭାରତ ସରକାରଙ୍କ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (DPIIT) ଦ୍ବାରା ପ୍ରସ୍ତୁତ ସରକାରୀ ବ୍ୟବସ୍ଥା ସଂସ୍କାର ଆକ୍ସନ୍ ପ୍ଲାନ୍ (BRAP)ର ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜ୍ୟ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ସୁଗମ ହେବ  ।

- ଅଧିନିୟମରେ ଥିବା କିଛି ପୁରାତନ ପ୍ରସଙ୍ଗ ଯଥା ଜମି ଅଧିଗ୍ରହଣ ଅଧିନିୟମ, 1894 ଏବଂ ଚେୟାରମ୍ୟାନଙ୍କ ସୀମିତ ଆର୍ଥିକ କ୍ଷମତା ଭଳି ବିଷୟ ତଥା ଅନାବଶ୍ୟକ ବ୍ୟବସ୍ଥାର ଅପସାରଣ ହେବ ।  

-ଜନସାଧାରଣଙ୍କ ସୁବିଧା ନିମନ୍ତେ ସ୍ଥାନାନ୍ତର ବିକାଶ ଅଧିକାର (Transferable Development Right)) ଏବଂ ସାଧାରଣ ଆବେଦନ ଫର୍ମ (Common Application Form)) ଭଳି ଆଧୁନିକ ବିଷୟ ଗୁଡିକର ପ୍ରଚଳନ ହେବ।

-ଛୋଟ ଛୋଟ କୋଠାବାଡି ଗୁଡିକର ଅନୁମୋଦନ ପ୍ରକ୍ରିୟା ଗୁଡ଼ିକ କୋହଳ କରାଯିବ ।  

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Sep 4, 2021, 7:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.