ETV Bharat / bharat

G7 Summit: ସମ୍ମିଳନୀକୁ ଭର୍ଚ୍ଚୁଆଲି ସମ୍ବୋଧିତ କରିବେ ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କି

author img

By

Published : Jun 27, 2022, 11:52 AM IST

ଜର୍ମାନୀରେ ଆୟୋଜିତ ଜି-7 ସମ୍ମିଳନୀରେ ଭର୍ଚ୍ଚୁଆଲି ଅଂଶଗ୍ରହଣ କରିବେ ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କି । ଋଷ ବିରୋଧରେ ସହାୟତା ନେଇ ସଦସ୍ୟ ରାଷ୍ଟ୍ରଙ୍କୁ କରିପାରନ୍ତି ନିବେଦନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସମ୍ମିଳନୀରେ କରିଛନ୍ତି ଅଂଶଗ୍ରହଣ । ଅଧିକ ପଢନ୍ତୁ

G7 Summit: ଭର୍ଚ୍ଚୁଆଲି ସମ୍ବୋଧିତ କରବେ ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କି

କିଭ: ଜର୍ମାନୀରେ ଆୟୋଜିତ ଜି-7 ସମ୍ମିଳନୀ (G7 Summit)କୁ ସମ୍ବୋଧିତ କରିବେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କି । ରାଜଧାନୀ କିଭରୁ ଭର୍ଚ୍ଚୁଆଲି ସେ ଏହି ବୈଶ୍ବିକ ସମ୍ମିଳନୀକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ବୋଧନରେ ସେ ଜି-7 ସଦସ୍ୟ ରାଷ୍ଟ୍ରଙ୍କୁ ଋଷ ବିରୋଧୀ ଯୁଦ୍ଧରେ ତ୍ବରିତ ସହଯୋଗ ପାଇଁ ସହୟତା ମାଗିପାରନ୍ତି । ଅଧିକ ପରିମାଣର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆଦି ଯୋଗାଇବା ସହ ଋଷ ବିରୋଧରେ ଆର୍ଥିକ କଟକଣାକୁ ଆହୁରି ବ୍ୟାପକ କରିବା ପାଇଁ ନିବେଦନ ମଧ୍ୟ କରିପାରନ୍ତି ଜେଲେନସ୍କି ।

ଗତକାଲି ସେ ନିଜ ଦେଶ ୟୁକ୍ରେନକୁ ସମ୍ବୋଧିତ କରିଥିଲେ । ଏହି ସମ୍ବୋଧନରେ ସେ ଅସ୍ତ୍ରଶସ୍ତ୍ର ଯୋଗାଣ ଅଭାବ କଥା ଉଠାଇବା ସହ ଏହା ଋଷକୁ ମୁକାବିଲା କରିବା ଦିଗରେ ଆହ୍ବାନ ସୃଷ୍ଟି କରୁଛି ବୋଲି କହିଥିଲେ । ଯୁଦ୍ଧ ଆରମ୍ଭରୁ ୟୁକ୍ରେନକୁ ଅନେକ ପାଶ୍ଚାତ୍ୟ ଦେଶ ସାମରିକ ସହଯୋଗ ଯୋଗାଇ ଆସୁଛନ୍ତି । ଏବେ ମଧ୍ୟ ଯୁଦ୍ଧ ଜାରି ରହିଥିବାବେଳେ, ନିରନ୍ତର ସହଯୋଗ ଆଶା କରୁଛି ୟୁକ୍ରେନ । ଚଳିତ ଥରର ଜି-7 ସମ୍ମିଳନୀର ଆୟୋଜନ ଭାର ଜର୍ମାନୀ ନେଇଛି । ଜର୍ମାନୀ ମଧ୍ୟ ପୂର୍ବରୁ ୟୁକ୍ରେନକୁ ସମର୍ଥନ ନିଶ୍ଚିତ କରିସାରିଥିବା ବେଳେ ଋଷର ଆକ୍ରମଣ ନିଷ୍ପତ୍ତିକୁ ମଧ୍ୟ ନିନ୍ଦା କରିସାରିଛି ।

ଏହି ଜି-7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସାମିଲ ହୋଇଛନ୍ତି । ଗତକାଲି ଠାରୁ 2 ଦିନିଆ ଜର୍ମାନୀ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଗତକାଲି ଗସ୍ତର ପ୍ରଥମ ଦିନରେ ସେ ପ୍ରବାସୀ ଭାରତୀୟ ସମୁଦାୟକୁ ସମ୍ବୋଧନ ମଧ୍ୟ କରିଥିଲେ । ଇନ୍ଦିରା ଗାନ୍ଧୀଙ୍କ ଶାସନରେ 1975 ମହିହାରେ ଜାରି ହୋଇଥିବା ଜରୁରୀକାଳୀନ ସ୍ଥିତି ଘୋଷଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ତଥା ଦେଶର ଇତିହାସ ଓ ଗଣତନ୍ତ୍ରରେ ଏକ କଳାଦାଗ ବୋଲିି ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଥିଲେ । ଆଜି ହେବାକୁ ଥିବା ସଦସ୍ୟରାଷ୍ଟ୍ର ମୁଖ୍ୟଙ୍କ ଆଲୋଚନାରେ, ଆତଙ୍କବାଦ ନିରୋଧ, ପରିବେଶ, ଦ୍ବିପାକ୍ଷିକ ସୁସମ୍ପର୍କ ପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବା ନେଇ ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.