ନୂଆଦିଲ୍ଲୀ: ସାରା ବିଶ୍ବରେ ବୁଧବାର ବାଧାପ୍ରାପ୍ତ ହୋଇଥିଲା ଗୁଗୁଲ ମାଲିକାନା ୟୁଟ୍ୟୁବ । ଫଳରେ ଉପଭୋକ୍ତା ୟୁଟ୍ୟୁବରେ ଲଗଇନ ଠାରୁ ଆରମ୍ଭ କରି ଭିଡିଓ ଦେଖିବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଆକାଉଣ୍ଟ ସେଟିଙ୍ଗ, ଓ୍ବେବସାଇଟ ସାଇଟବାର ନେଭିଗେସନ ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେବା କଥା ଅଭିଯୋଗ କରିଛନ୍ତି ୟୁଟ୍ୟୁବ ଉପଭୋକ୍ତା ।
-
All fixed – you should now be able to log in, switch between accounts, and use the account menu & navigation bar across all services (YouTube, YouTube TV, YouTube Music, YouTube Studio) and devices.
— TeamYouTube (@TeamYouTube) April 12, 2022 " class="align-text-top noRightClick twitterSection" data="
Thank you so much for your patience 🫶 https://t.co/ytjSVnytlP
">All fixed – you should now be able to log in, switch between accounts, and use the account menu & navigation bar across all services (YouTube, YouTube TV, YouTube Music, YouTube Studio) and devices.
— TeamYouTube (@TeamYouTube) April 12, 2022
Thank you so much for your patience 🫶 https://t.co/ytjSVnytlPAll fixed – you should now be able to log in, switch between accounts, and use the account menu & navigation bar across all services (YouTube, YouTube TV, YouTube Music, YouTube Studio) and devices.
— TeamYouTube (@TeamYouTube) April 12, 2022
Thank you so much for your patience 🫶 https://t.co/ytjSVnytlP
ବିଶ୍ବସ୍ତରରେ ୟୁଟ୍ୟୁବ ଉପଭୋକ୍ତା ମାନଙ୍କୁ ସମସ୍ୟା ଭୋଗିବାକୁ ପଡିଥିବା ନେଇ ୟୁଟ୍ୟୁବ ସ୍ପଷ୍ଟ କରିଛି । ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ, ବିଶ୍ବର ବିଭିନ୍ନ ସ୍ଥାନରୁ ୟୁଜର୍ସ ମାନେ ବିଭିନ୍ନ ସମସ୍ୟା ଯଥା ଲଗ୍ ଇନ୍ କରିବା, ଆକାଉଣ୍ଟ୍ ସୁଇଚ୍ କରିବା ଏବଂ ନାଭିଗେସନ୍ ବାର୍ ବ୍ୟବହାର କରିବା ଭଳି ଇତ୍ୟାଦି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହି ସମସ୍ୟାର ସମାଧାନ ପାଇଁ ଆମେ କାର୍ଯ୍ୟ ଜାରି ରଖିଛୁ ଯଥାଶିଘ୍ର କାର୍ଯ୍ୟକାରୀ ହେବ ।
ଅଚଳ ହେବାର କିଛି ଘଣ୍ଟା ପରେ ଆଜି ସକାଳୁ ଏହି ସମସ୍ୟାର ସମାଧାନ ହୋଇଥିଲା । ଏ ନେଇ ୟୁଟ୍ୟୁବ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଥିଲା । ୟୁଟ୍ୟୁବ, ୟୁଟ୍ୟୁବ ମ୍ୟୁଜିକ ଏବଂ ୟୁଟ୍ୟୁବ ଟିଭି ଆଦି ସମସ୍ତ ଆପର ସମାଧାନ କରାଯାଇଛି । ଧୈଯ୍ୟଧରି ଅପେକ୍ଷା କରିଥିବା ହେତୁ ୟୁଟ୍ୟୁବ ଟ୍ବିଟକରି ଉପଭୋକ୍ତାଙ୍କୁ ଧନ୍ୟବାଦ ଜଣାଇଛି । କିଛି ଉପଭୋକ୍ତା ୟୁଟ୍ୟୁବ୍କୁ ସେମାନଙ୍କ ଟିଭିରେ ଦେଖିବା କିମ୍ବା ଗେମିଙ୍ଗ କନସୋଲରେ ଆପ୍ ବ୍ୟବହାର କରିବାରେ ଅସମର୍ଥ ହୋଇଥିଲେ । ଭିଡିଓ ଦେଖିବା ସମୟରେ ସେମାନେ ଏକ ‘ନୋ ଇଣ୍ଟରନେଟ୍ ’ ତ୍ରୁଟି ବାର୍ତ୍ତା ମଧ୍ୟ ପାଇଥିଲେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।