ETV Bharat / bharat

ସାଙ୍ଗ ହାତରେ ଲାଗିଲା ଗର୍ଲଫ୍ରେଣ୍ଡର ନ୍ୟୁଡ ଭିଡିଓ, ଧମକ ପରେ ବନ୍ଧୁକୁ ହତ୍ୟା କଲା ଯୁବକ

ଗର୍ଲଫ୍ରେଣ୍ଡର ନ୍ୟୁଡ ଭିଡିଓ ନେଇ ଧମକ ଦେଉଥିଲା ସାଙ୍ଗ । ଏହାପରେ ଗର୍ଲଫ୍ରେଣ୍ଡ ଆତ୍ମହତ୍ୟା ଉଦ୍ୟମ କରିବା ପରେ ନିଜ ବନ୍ଧୁକୁ ହତ୍ୟା କଲା ଯୁବକ । ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲରେ ଘଟିଛି ଏପରି ଘଟଣା । ଅଧିକ ପଢନ୍ତୁ

youth-stores-girlfriends-videos-in-cell-phone

author img

By

Published : Feb 24, 2023, 8:47 PM IST

ବିଶାଖାପାଟନମ: ଗର୍ଲଫ୍ରେଣ୍ଡର ନ୍ୟୁଡ ଭିଡିଓ, ଫଟୋକୁ ନିଜ ମୋବାଇଲରେ ଷ୍ଟୋର କରି ରଖିବା ଯୁବକଙ୍କ ପାଇଁ ସାଜିଲା କାଳ । ଏହି ଫଟୋ ଓ ଭିଡିଓ ଯୁବକଙ୍କ ବନ୍ଧୁ ହାତରେ ଲାଗିବା ପରେ ସେ କ୍ରମାଗତ ଭାବେ ଯୁବତୀଙ୍କୁ ଧମକ ଚମକ ଦେବା ଆରମ୍ଭ କରିଥିଲା । ଏହାପରେ ଯୁବକ ଜଣକ ନିଜ ବନ୍ଧୁକୁ ହତ୍ୟା କରିଥିବା ଜଣାପଡିଛି । ଏଭଳି ଏକ ଘଟଣା ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲର ବାଲାଜିନଗରରେ ଦେଖିବାକୁ ମିଳିଛି ।

ପୋଲିସର କହିବାନୁସାରେ ଇରକଲି ଦିନେଶ ନାମକ ଜଣେ ଯୁବକ କୁର୍ଣ୍ଣୁଲର ବାଲାଜିନଗରଠାରେ ରହୁଥିଲା । ସେ ଡିଗ୍ରୀ ପାଠ ପଢୁଥିବା ଜଣାପଡ଼ିଛି । ତେବେ ଦିନେଶର ମାଲିପୋଗୁ ମୁରଲିକ୍ରୀଷ୍ଣା (୨୨) ନାମକ ଯୁବକ ସହିତ ଅତି ଘନିଷ୍ଠ ସମ୍ପର୍କ ରହିଥିଲା । ଦିନେଶ ନିଜ ଗର୍ଲଫ୍ରେଣ୍ଡର ନ୍ୟୁଡ ଭିଡିଓ ଓ ଫଟୋକୁ ନିଜ ମୋବାଇଲରେ ଷ୍ଟୋର କରି ରଖୁଥିଲା । ଏହି ଫଟୋ ଓ ଭିଡିଓଗୁଡି଼କ ମୁରଲିକ୍ରୀଷ୍ଣା ହାତରେ ଲାଗିବା ପରେ ସେ ଏଗୁଡ଼ିକୁ ନିଜ ମୋବାଇଲକୁ ଡାଉନଲୋଡ କରି ନେଇଥିଲା । ଏହାପରେ ମୁରଲିକ୍ରୀଷ୍ଣା ନିଜ ବନ୍ଧୁର ଗର୍ଲଫ୍ରେଣ୍ଡ ତଥା ଉକ୍ତ ଯୁବତୀଙ୍କୁ ଯୋଗାଯୋଗ କରି ନିର୍ଯାତନା ଦେବା ଆରମ୍ଭ କରିଥିଲା ।

ଏହା ବି ପଢନ୍ତୁ- ବିଶ୍ବାସରେ ବିଷ ଦେଲା ବନ୍ଧୁ: ଦେଖା କରିବାକୁ ଡାକି ନାବାଳିକାକୁ ଦୁଷ୍କର୍ମ କଲା ଇନଷ୍ଟ୍ରା ଫ୍ରେଣ୍ଡ

ଉକ୍ତ ଭିଡିଓ ଓ ଫଟୋଗୁଡ଼ିକୁ ଯୁବତୀଙ୍କ ପରିବାର ସଦସ୍ୟକୁ ପଠାଇବା ଲାଗି ମଧ୍ୟ ଧମକ ଦେଇଥିଲା । ଯୁବତୀ ଜଣକ ଏପରି ନ କରିବାକୁ ଅନୁରୋଧ କରିବା ପରେ ମଧ୍ୟ ମୁରଲିକ୍ରୀଷ୍ଣା କ୍ରମାଗତ ଭାବେ ଯୁବତୀଙ୍କୁ ଧମକ ଦେଉଥିଲା । ଯୁବତୀ ଜଣକ ଅତ୍ୟଧିକ ନିର୍ଯାତନାର ଶିକାର ହେବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାପରେ ଯୁବତୀ ଜଣକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦିନେଶ ନିଜ ଗର୍ଲଫ୍ରେଣ୍ଡର ଏପରି ଅବସ୍ଥା ଦେଖି ମୁରଲିକ୍ରୀଷ୍ଣାନଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି ।

ଦିନେଶ ମୁରଲିକୁ ହତ୍ୟା କରିବା ଲାଗି ଅନ୍ୟ ଜଣେ ବନ୍ଧୁ କିରନ କୁମାର ସହିତ ଯୋଜନା କରିଥିଲା । ଗତ ଜାନୁଆରୀ ୨୫ ତାରିଖରେ ଦିନେଶ ଓ କିରନ ମୁରଲିକୁ ସହର ବାହାର ଏକ ସ୍ଥାନରେ ଡାକିଥିଲେ । ଏହାପରେ ଛୁରୀ ସାହାଯ୍ୟରେ ଆକ୍ରମଣ କରି ମୁରଲିକୁ ହତ୍ୟା କରିଥିଲେ । ଏହାପରେ ଏକ ଅଟୋ ଯୋଗେ ମୁରଲିଙ୍କ ମୃତଦେହକୁ ନାନ୍ନୁରୁ ଟୋଲ ପ୍ଲାଜା ନିକଟ HNSS କେନାଲ ନିକଟରେ ଫିଙ୍ଗିଥିଲେ । ଏହାପରେ ମୁରଲିର ମୋବାଇଲ ଓ କପଡ଼ାକୁ ଅନ୍ୟ ଏକ ସ୍ଥାନରେ ଫିଙ୍ଗିଥିଲେ । ପୁଅକୁ ନ ପାଇ ମୁରଲିଙ୍କ ପିତାମାତା କୁର୍ଣ୍ଣୁଲର ସହରାଞ୍ଚଳ ପୋଲିସ ଥାନାରେ ଚଳିତ ମାସ ୧୬ ତାରିଖରେ ଅଭିଯୋଗ କରିଥିଲେ । ତେବେ ପୋଲିସ ତଦନ୍ତ ବେଳେ ଦିନେଶକୁ ପଚରା ଉଚରା କରିଥିଲା । ଏହି ସମୟରେ ମୁରଲି ହତ୍ୟା ଘଟଣା ସାମନାକୁ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.