ETV Bharat / bharat

ହଜିଲା ପୁଅକୁ ଫେରାଇ ଦେଲା ସୋସିଆଲ ମିଡିଆ

ସୋସିଆଲ ମିଡିଆ ଆଣିଦେଲା ସବୁଠୁ ବଡ଼ ଖୁସି । ଏହାମାଧ୍ୟମରେ ନିଜ ହଜିଲା ପୁଅକୁ ଫେରି ପାଇଛନ୍ତି ପରିବାର । ଯାହାକୁ ନେଇ ପରିବାରରେ ଖୁସିର ଲହରୀ ଖେଳି ଯାଇଛି । ଅଧିକ ପଢ଼ନ୍ତୁ

ହଜିଲା ପୁଅକୁ ଫେରାଇ ଦେଲା ସୋସିଆଲ ମିଡିଆ
ହଜିଲା ପୁଅକୁ ଫେରାଇ ଦେଲା ସୋସିଆଲ ମିଡିଆ
author img

By ETV Bharat Odisha Team

Published : Oct 8, 2023, 4:23 PM IST

ଭୋପାଳ: ଆଜିର ଆଧୁନିକ ଜୀବନରେ ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ବହୁବାର ସାମାଜିକ ଗଣମାଧ୍ୟମର ନକରାତ୍ମକ ଦିଗ ସାମ୍ନାକୁ ଆସିଥାଏ । ଅନ୍‌ଲାଇନ୍‌ ଠକେଇଠୁ ଆରମ୍ଭ କରି ଘଣ୍ଟା ଘଣ୍ଟା ଧରି ସାମାଜିକ ଗଣମାଧ୍ୟମରେ ସମୟ ନଷ୍ଟ ହେଉଥିବା ଭଳି ନରକରାତ୍ମକ ଦିଗ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ । ହେଲେ ସୋସିଆଲ ମିଡିଆ ଗୁଜୁରାଟର ଏକ ପରିବାର ପାଇଁ ସବୁଠୁ ବଡ଼ ଖୁସି ଆଣି ଦେଇଛି । ଏହା ମାଧ୍ୟମରେ ନିଜ ହଜିଲା ପୁଅକୁ ଫେରିପାଇଛନ୍ତି ପରିବାର । ଯାହାକୁ ନେଇ ପରିବାରରେ ଖୁସିର ଲହରୀ ଖେଳି ଯାଇଛି ।

ଏହାମଧ୍ୟ ପଢନ୍ତୁ..Explained: ସୋସିଆଲ ମିଡିଆ କବଳରେ ଯୁବପିଢିଙ୍କ ବାଲ୍ୟକାଳ

ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶ ଭିନ୍ଦ ଜିଲ୍ଲା ଅନ୍ତର୍ଗତ ମେହ ଗାଁର ଭୋଗିରାମ ଖଟିକଙ୍କ ପୁଅ ହିନ୍ଦଲ ମାନସିକ ଦୁର୍ବଳ ଅଟନ୍ତି । ତେବେ 7 ବର୍ଷ ପୂର୍ବେ ଯେତେବେଳେ ସେ 21 ବର୍ଷର ହୋଇଥିଲେ ଦଶହରା ସମୟରେ ସେ କେଉଁଆଡ଼େ ପଳାଇ ଯାଇଥିଲେ । ବହୁ ଖୋଜାଖୋଜି ପରେ ବି ନିଜ ପୁଅର ପତ୍ତା ମିଳିନଥିଲା ଓ ତାଙ୍କୁ ପାଇପାରିନଥିଲେ ପରିବାର । ହେଲେ ସାତ ବର୍ଷ ପରେ ହଠାତ ଗୋଟେ ଦିନ ସ୍ଥାନୀୟ ଅଞ୍ଚଳର ଜଣେ ସାମ୍ବାଦିକ ତାଙ୍କ ସହ ଯୋଗାଯୋଗ କରିଥିଲେ ଓ ତାଙ୍କୁ ଏକ ଫୋଟୋ ଦେଖାଇଥିଲେ । ଯାହା ତାଙ୍କ ପୁଅର ବୋଲି ଚିହ୍ନଟ କରିଥିଲେ ପରିବାର ଲୋକେ । ତେବେ କେଉଁଠି ଅଛି ପଚାରିବାରୁ ସାମ୍ୱାଦିକ ଜଣକ ତାଙ୍କ ପୁଅ ଗୁଜରାଟରେ ଏକ ସାମାଜିକ ସଂସ୍ଥାରେ ଅଛି । ସେହି ସାମାଜିକ ସଂସ୍ଥା ତାଙ୍କ ଦେଖାଶୁଣା ମଧ୍ୟ କରୁଛି ବୋଲି ସୂଚନା ଦେଇଥିଲେ । ଏହାପରେ ପରିବାର ଲୋକେ ଗୁଜୁରାଟ ଯାଇ ତାଙ୍କ ହଜିଲା ପୁଅକୁ ଘରକୁ ଫେରାଇ ଆଣିଥିଲେ । ଏତେ ବର୍ଷ ପରେ ହଜିଲା ପୁଅକୁ ପାଇ ଭାବବିହ୍ବଳ ହୋଇପଡ଼ିଥିଲେ ପରିବାର ଲୋକେ ।

ଏହାମଧ୍ୟ ପଢନ୍ତୁ.. ପୁରା ଭାରତରେ ବ୍ୟାନ୍ କରିଦେବୁ ଫେସବୁକ୍, କାହିଁକି ଚେତାବନୀ ଦେଲେ କର୍ଣ୍ଣାଟକ ହାଇକୋର୍ଟ ?

ସୋସିଆଲ ମିଡିଆରୁ ପାଇଥିଲେ ଫଟୋ:

ତେବେ ସାମ୍ୱାଦିକଜଣଙ୍କୁ ପଚାରିବାକୁ ସେ ସେହି ଫଟୋଟି ସୋସିଆଲ ମିଡିଆରେ ଦେଖିବାକୁ ପାଇଥିଲେ ବୋଲି କହିଥିଲେ । କିଛି ଦିନ ପୂର୍ବେ ସେହି ଫଟୋଟି ସୋସିଆଲ ମିଡିଆରେ ଫରଓ୍ବାର୍ଡ ହୋଇ ଏକ ଗ୍ରୁପକୁ ଆସିଥିଲା । ଯେଉଁ ଗ୍ରୁପ୍‌ରେ ସାମ୍ୱାଦିକ ଜଣକ ଥିଲେ । ତେବେ ସେଥିରେ ଲେଖା ହୋଇଥିଲା ମାନସିକ ସ୍ଥିତିରେ ବ୍ୟକ୍ତିଜଣକ ଦୁର୍ବଳ ଅଟନ୍ତି ଓ କିଛି କହି ପାରୁନାହାନ୍ତି । ଏହି ବ୍ୟକ୍ତି ଜଣକ ଗୁଜୁରାଟରେ ଗୋଟିଏ ସାମାଜିକ ସଂଗଠନ ପାଖରେ ରହିଛନ୍ତି । କେହି ଯଦି ଯୁବକଙ୍କ ପରିଚୟ ଜାଣିଛନ୍ତି ତେବେ ଜଣାଇବାକୁ ଅନୁରୋଧ । ଏହି ଫୋଟୋ ଦେଖି ସାମ୍ୱାଦିକ ଜଣଙ୍କ ଯୁବକଙ୍କ ପରିବାରକୁ ଜଣାଇଥିବା କହିଥିଲେ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.