ମହାରାଷ୍ଟ୍ର: ପ୍ଲେ ବଏ ସାଜିବା ପାଇଁ ବାପାଙ୍କ 17 ଲକ୍ଷ ଚଳୁ କରିଦେଲା ପୁଅ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପୁନେରେ । ଅଞ୍ଚଳର ଜଣେ ଯୁବକ ପ୍ଲେ-ବଏ ହେବା ପାଇଁ ବାପାଙ୍କ ଅବସରକାଳୀନ ପାଖାପାଖି 17 ଲକ୍ଷ ଟଙ୍କା ଚଳୁ କରିଦେଇଛନ୍ତି ।
ପୋଲିସ ସୂଚନା ଅନୁସାରେ, ଯୁବଙ୍କୁ ଫେସବୁକରେ ପ୍ଲେ-ବଏ କମ୍ପାନୀ ଲାଇସେନ୍ସ ଏବଂ ପଞ୍ଜୀକରଣ ପ୍ରଦାନ କରିବାକୁ ମିଥ୍ୟା ପ୍ରତିଶୃତି ଦେଇଥିଲେ ସାଇବର ଲୁଟେରା । ଏଥିସହ ଯୁବକଙ୍କୁ ଇଣ୍ଡିଆନ୍ ଏସକର୍ଟ ସର୍ଭିସର ଲାଇସେନ୍ସ ପ୍ରଦାନ କରାଯିବ ବୋଲି ମଧ୍ୟ ପ୍ରତିଶୃତି ଦିଆଯାଇଥିଲା । ପ୍ରତି ଘଣ୍ଟାରେ 3 ହଜାର ଟଙ୍କା ରୋଜଗାରର ଲୋଭ ଦେଖାଇ ଯୁବକଙ୍କ ଠାରୁ 17 ଲକ୍ଷ ଲୁଟି ନେଇଛନ୍ତି ସାଇବର ଲୁଟେରା ।
ଯୁବକ ଜଣକ ବିଭିନ୍ନ ଆକାଉଣ୍ଟକୁ ପାଖାପାଖି 17 ଲକ୍ଷ ପଠାଇବା ପରେ ତାଙ୍କ ସହ ଧରା ଛୁଆଁ ଦେଇନଥିଲେ ଲୁଟେରା । ଏହାପରେ ସେ ଏନେଇ ପୋଲିସରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି । ଏଥିସହ ପୋଲିସ ମଧ୍ୟ ଅନ୍ୟ ପିଲାମାନଙ୍କୁ ଏପରି ଠକାମିରୁ ବର୍ତ୍ତି ରହିବା ପାଇଁ ଅପିଲ୍ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ