ETV Bharat / bharat

ଧାରା 370 ହଟିବା ପରେ ପ୍ରଥମ ଘଟଣା, ଅନନ୍ତନାଗରେ ସୁରକ୍ଷା ବଳ ଉପରକୁ ପଥର ମାଡ

author img

By

Published : May 3, 2022, 4:56 PM IST

ଅନନ୍ତନାଗରେ ସୁରକ୍ଷା ବଳ ଉପରକୁ ପଥର ମାଡ । ଇଦ ଅବସରରେ ନମାଜ ପାଠ ପରେ ଏକତ୍ରିତ ଭିଡ ପଥର ମାଡ କରିଥିବା ସୂଚନା । ସୁରକ୍ଷା ବ୍ୟବସ୍ଥା କଡାକଡି । ଅଧିକ ପଢନ୍ତୁ

ଅନନ୍ତନାଗରେ ସୁରକ୍ଷା ବଳ ଉପରକୁ ପଥର ମାଡ
ଅନନ୍ତନାଗରେ ସୁରକ୍ଷା ବଳ ଉପରକୁ ପଥର ମାଡ

ଶ୍ରୀନଗର: କିଛି ବର୍ଷର ବ୍ୟବଧାନ ପରେ ପୁଣି ଘାଟିକୁ ଫେରିଲା ସୁରକ୍ଷାକର୍ମୀଙ୍କୁ ପଥର ଫିଙ୍ଗା ଟ୍ରେଣ୍ଡ । ଆଜି କାଶ୍ମୀରର ଅନନ୍ତନାଗ ଅଞ୍ଚଳରେ ସ୍ଥାନୀୟ ପୋଲିସ ଓ ସୁରକ୍ଷା ବଳର ଯବାନଙ୍କୁ ପଥର ମାଡ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଆଜି (ମଙ୍ଗଳବାର) ଅନନ୍ତନାଗର ଜଙ୍ଗଲତ ମଣ୍ଡି ଏରିଆରେ ଥିବା ଏକ ମଜସିଦରେ ଇଦ ଅବସରରେ ନମାଜ ପାଠ ପରେ ଏପରି ସ୍ଥିତି ଦେଖିବାକୁ ମିଳିିଛି । ନମାଜ ପାଇଁ ଏକାଠି ହୋଇଥିବା କିଛି ଯୁବକ । ତେବେ ସେଠାରେ ମୁତୟନ ସ୍ଥାନୀୟ ପୋଲିସ ଓ CRPF ଯବାନଙ୍କ ଉପରେ ପଥରମାଡ କରିଥିବା ସୂଚନା ରହିଛି ।

ସୁରକ୍ଷା ବଳ ମଧ୍ୟ ପଥର ଫିଙ୍ଗାଳିଙ୍କୁ ଘଉଡାଇବା ପାଇଁ ବଳ ପ୍ରୟୋଗ କରିଥିଲା । କିଛି ସମୟର ଉତ୍ତେଜନା ପରେ ପଥର ଫିଙ୍ଗାଳି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେବା ପରେ ସ୍ଥିତି ସ୍ବାଭାବିକ ହୋଇଥିବା ସ୍ଥାନୀୟ ପୋଲିସ କହିଛି । ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢାଇ ଦିଆଯାଇଛି । ଧାରା-370 ହଟିବା ପରେ ଘାଟିରେ ପ୍ରାୟତଃ ଏପରି ଘଟଣା ବନ୍ଦ ହୋଇଯାଇଥିବା ବେଳେ ପୁଣି ଥରେ ଏହି ପଥରମାଡ ଘଟଣା ସାମ୍ନାକୁ ଆସିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.