ETV Bharat / bharat

Strange incident: ଯୁବକ ଗିଳିଦେଲେ ଜିଭଛେଲା, ଅପରେସନ ପରେ ବଞ୍ଚିଲା ଜୀବନ

author img

By

Published : Aug 13, 2023, 9:36 PM IST

ଦାନ୍ତ ଘଷିବା ସମୟରେ ଜିଭଛେଲା ଗିଳି ଦେଲେ ଉତ୍ତରପ୍ରଦେଶ ଯୁବକ । ଅପରେସନ ପରେ ବଞ୍ଚିଲା ଜୀବନ। ଅଧିକ ପଢନ୍ତୁ

Etv Bharat
Etv Bharat

ଲକ୍ଷ୍ନୌ: ଦାନ୍ତ ଘଷିବା ପରେ ଜିଭ ସଫା କରୁଥିଲେ ଯୁବକ । ହେଲେ ଏହି ସମୟରେ ଘଟିଲା ଅଘଟଣ । ଅସାବଧାନତା ବଶତଃ ଯୁବକ ଜଣକ ଜିଭଛେଲାକୁ ଗିଳି ଦେଇଥିବା ଜଣାପଡ଼ିଛି । ଜିଭଛେଲାକୁ ଗିଳି ଦେବା ପରେ ୟୁବକଙ୍କୁ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହୋଇଥିଲା । ହେଲେ କିଛି ଅଘଟଣ ଘଟିବା ପୂର୍ବରୁ ଡାକ୍ତର ଉକ୍ତ ଜିଭଛେଲାକୁ ବାହାର କରିବାରେ ସକ୍ଷମ ହୋଇଥିବାରୁ ଯୁବକଙ୍କ ଜୀବନ ବଞ୍ଚି ଯାଇଛି । ଏଭଳି ଏକ ବିରଳ ଘଟଣା ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାରେ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଗୋଣ୍ଡା ଜିଲ୍ଲାର ମୋତିଗଞ୍ଜ ଅଞ୍ଚଳର କରମୈନି ଗାଁର ଅଧିବାସୀ ବାଲା ଶିବାକାନ୍ତ (25) ଗତ ଶୁକ୍ରବାର ପ୍ରତିଦିନ ପରି ଦାନ୍ତ ଘଷିଥିଲେ । ଏହି ସମୟରେ ସେ ଜିଭଛେଲାକୁ ଗିଳି ଦେଇଥିଲେ । ଏନେଇ ଯୁବକଙ୍କ ଭାଇ ଶିବକୁମାର କହିଛନ୍ତି, "ବାଲା ଜିଭଛେଲୁ ଥିବା ସମୟରେ ତା ସହିତ ଏପରି ଘଟିଥିଲା । ସେ କିପରି ଜିଭଛେଲାକୁ ଗିଳି ଦେଇଥିଲା । ଏହାପରେ ତାକୁ ଶ୍ବାସକ୍ରିୟା ନେବାରେ କଷ୍ଟ ହୋଇଥିଲା । ଏହାସହିତ ତାର ଛାତିରେ ମଧ୍ୟ ଯନ୍ତ୍ରଣା ହୋଇଥିଲା । ସେ ଠିକ ଭାବରେ କଥା ମଧ୍ୟ କହିପାରୁନଥିଲା । ତାର ଏପରି ଅବସ୍ଥା ଦେଖି ଘର ଲୋକେ ଭଯଭୀତ ହୋଇପଡ଼ିଥିଲେ। "

ଏହା ବି ପଢନ୍ତୁ- ଖାଇବା ସମୟରେ ଗିଳିଦେଲେ ନକଲି ଦାନ୍ତ, ହସ୍ପିଟାଲରେ ହେଲା ସଫଳ ଅସ୍ତ୍ରୋପଚାର

ଏହାପରେ ଯୁବକଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲା । ଯେତେବେଳେ ସେମାନେ ହସ୍ପିଟାଲରେ ପହଞ୍ଚିଥିଲେ ପ୍ରଥମେ ଡାକ୍ତର ବୁଝିପାରିନଥିଲେ ଯେ ଜିଭଛେଲାକୁ ପେଟ ମଧ୍ୟରୁ କିପରି ବାହାର କରିବେ । ଏହାପରେ ଡାକ୍ତରମାନେ ଲକ୍ଷ୍ନୌ ନେବା ଲାଗି ପରାମର୍ଶ ଦେଇଥିଲେ । ଏହାପରେ ତାଙ୍କୁ ଗୋଣ୍ଡାର ଆରଏନ ହସ୍ପିଟାଲକୁ ନିଆଯାଇଥିଲା । ଏଠାରେ ଡକ୍ଟର ଆରଏନ ପାଣ୍ଡେ ଶିବାକାନ୍ତଙ୍କ ଏକ୍ସ ରେ କରାଇଥିଲେ । ରିପୋର୍ଟ ଦେଖିବା ପରେ ଯୁବକଙ୍କ ଅପରେସନ କରିବା ଲାଗି କହିଥିଲେ । ଏହାପରେ ସଙ୍ଗେ ସଙ୍ଗେ ଅପରେସନର ବ୍ୟବସ୍ଥା କରାଯାଇ ଯୁବକଙ୍କ ପେଟରୁ ଜିଭଛେଲାକୁ ବାହାର କରାଯାଇଥିଲା ।

ଶିବାକାନ୍ତଙ୍କ ଭାଇ ଶିବକୁମାର କହିଛନ୍ତି ଯେ ଜିଭଛେଲା ଶିବାକାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଡାକ୍ତରଙ୍କ ପାଇଁ ତାର ଜୀବନ ବଞ୍ଚିଯାଇଛି । ଏଥିଲାଗି ପରିବାର ପକ୍ଷରୁ ସେ ଡାକ୍ତରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେପଟେ ଡକ୍ଟର ଆରଏନ ପାଣ୍ଡେ କହିଛନ୍ତି, "ଯୁବକଙ୍କ ପେଟ ଭିତରକୁ ଜିଭଛେଲା ପଳାଇଥିଲା । ଅପରେସନ ପରେ ତାକୁ ଶରୀରରୁ ବାହାର କରାଯାଇଛି। ଏବେ ଯୁବକଙ୍କ ଅବସ୍ଥା ସ୍ଥିର ରହିଛି । ତାଙ୍କର ଚିକିତ୍ସା ଜାରି ରହିଛି।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.