ETV Bharat / bharat

ବିବାହ ପାଇଁ ମିଳୁ ନାହାଁନ୍ତି ଝିଅ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଯୁବକ - Maharashtra young man unique protest

କିଛି ଅବିବାହିତ ଯୁବକ ଝିଅ ନ ମିଳିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମହାରାଷ୍ଟ୍ରରେ ଏଭଳି ଅଜବ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ବିବାହ ପାଇଁ ମିଳୁ ନାହାଁନ୍ତି ଝିଅ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଯୁବକ

author img

By

Published : Dec 21, 2022, 9:57 PM IST

ମହାରାଷ୍ଟ୍ର: ବିବାହ ପାଇଁ ମିଳୁ ନାହାଁନ୍ତି କନିଆ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଅବିବାହିତ ଯୁବକ । କଥା ଟା ଶୁଣିବାକୁ ଅଜବ ଲାଗୁଥିଲେ ବି ଏହା ସତ । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ର ସୋଲାପୁର ଜିଲ୍ଲାରେ । ଜିଲ୍ଲାର କିଛି ଅବିବାହିତ ଯୁବକ ନବରବେଦ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବର ବେଶରେ ଘୋଡା ଉପରେ ବସି ବାଜା ସହିତ ଅଭିନବ ଉପାୟରେ ଏହି ଅବିବାହିତ ଯୁବକମାନେ ଧାରଣା ଦେଇଥିଲେ ।

ହାତରେ ପ୍ଲାକାର୍ଡ ଧରି ନାରାବାଜି ଦେଇଥିଲେ । ବେଟୀ ବଚାଓ, ବେଟୀ ପଢାଓ ନାରା ଦେଉଛନ୍ତି ସରକାର । ଏହି ନାରାରେ ଅନୁପ୍ରାଣିତ ହୋଇ କେରଳରେ ପୁଅମାନଙ୍କ ସଂଖ୍ୟାଠାରୁ ଝିଅମାନଙ୍କ ସଂଖ୍ୟା ଅଧିକ ରହିଛି । ହେଲେ ମହାରାଷ୍ଟ୍ରରେ ଓଲାଟା ଘଟଣା ଦେଖାଦେଇଛି । ସେଠାରେ ଝିଅଙ୍କଠାରୁ ପୁଅଙ୍କ ସଂଖ୍ୟା ଅଧିକ ରହିଛି । ଯେଉଁ କାରଣରୁ ବିବାହ ପାଇଁ କନିଆ ମିଳୁ ନଥିବା ଅଭିଯୋଗ କରିଛନ୍ତି ସୋଲାପୁରର ଅବିବାହିତ ଯୁବକ ।

ସରକାର PCPNDT(Pre-Conception and Pre-Natal Diagnostic Techniques) ନିୟମ ଆଣିଥିଲେ । ତଥାପି ଏହି ନିୟମ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହୋଇଛି । ନବରବେଦ ମୋର୍ଚ୍ଚା ପରିଷଦର ସଦସ୍ୟମାନେ କହିଛନ୍ତି ସୋଲାପୁର ଜିଲ୍ଲାର ପୁଅମାନଙ୍କ ବିବାହ ପାଇଁ କନ୍ୟାର ଅଭାବ ଦେଖାଦେଇଛି । ସେମାନେ ବର ବେଶରେ ଘୋଡାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ଆମକୁ ଏକ କନିଆ ଦିଅ ବୋଲି ନାରାବାଜି ଦେଇଥିଲେ । ଏହା ସହିତ ଏହି ଯୁବକମାନେ ଦୁଖ ପ୍ରକାଶ କରିଛନ୍ତି । କାରଣ ସେମାନଙ୍କ ମଧ୍ୟରେ ଶିକ୍ଷିତଠାରୁ ଚାଷୀ ଯୁବକ ରହିଛନ୍ତି । କିଛି ଅନ୍ୟାନ କାର୍ଯ୍ୟ କରୁଛନ୍ତି । ହେଲେ ବିବାହ ଯୋଗ୍ୟ ହୋଇଥିଲେ ମଧ୍ୟ ସେମାନଙ୍କୁ କନ୍ୟା ମିଳୁନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.