ETV Bharat / bharat

ଦିଲ୍ଲୀରେ ଶ୍ରଦ୍ଧାକାଣ୍ଡର ପୁନରାବୃତ୍ତି: ଶୁଣନ୍ତୁ କ’ଣ କହୁଛି ଅଭିଯୁକ୍ତ ପତ୍ନୀ - ଦିଲ୍ଲୀରେ ପୁଣି ବିଭତ୍ସ ହତ୍ୟା

ଦିଲ୍ଲୀରେ ଶ୍ରଦ୍ଧା କାଣ୍ଡର ପୁନରାବୃତ୍ତି । ବାପାକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗିଲେ ମା ଓ ପୁଅ (mother and son killed father in delhi)। ହତ୍ୟା ପଛରେ ଅବୈଧ ସମ୍ପର୍କ । ପୋଲିସ ଜାରି ରଖିଛି ତଦନ୍ତ । ଅଧିକ ପଢନ୍ତୁ

ଦିଲ୍ଲୀରେ ଶ୍ରଦ୍ଧାକାଣ୍ଡର ପୁନରାବୃତ୍ତି: ଶୁଣନ୍ତୁ କ’ଣ କହୁଛି ଅଭିଯୁକ୍ତ ପତ୍ନୀ

author img

By

Published : Nov 28, 2022, 7:44 PM IST

ନୂଆଦିଲ୍ଲୀ: ତ୍ରିଲୋକପୁରୀରେ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ଧିରେ ଧିରେ ଭିନ୍ନ ତଥ୍ୟା ସାମ୍ନାକୁ ଆସିବାରେ ଲାଗିଛି (mother and son killed father in delhi)। ଅଭିଯୁକ୍ତ ମହିଳା ଓ ତାର ପୁଅ ମିଶି ଏପରି କାଣ୍ଡ ଭିଆଇଥିବା ବେଳେ ଉଭୟଙ୍କୁ ପୋଲିସ ଗିରଫ ମଧ୍ୟ କରିସାରିଛି । ତେବେ ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଅଞ୍ଜନ ଦାସ ନିଜ ପିଲାଙ୍କ ପ୍ରତି କୁଦୃଷ୍ଟି ରଖିଥିବା କାରଣରୁ ତାକୁ ହତ୍ୟା କରିଥିବା ସ୍ବୀକାର କରିଛି ଅଭିଯୁକ୍ତ ମହିଳା ପୁନମ । ସେ ନିଜେ ହତ୍ୟା କରିନାହିଁ, ବରଂ ତାର ପୁଅ ହତ୍ୟା କରିଛି ବୋଲି ସେ ଗଣମାଧ୍ୟମରେ ସ୍ବୀକାର କରିଥିବା ଦେଖିବାକୁ ମିଳିଛି ।

ଦିଲ୍ଲୀରେ ଶ୍ରଦ୍ଧାକାଣ୍ଡର ପୁନରାବୃତ୍ତି: ବାପାକୁ 12 ଖଣ୍ଡ ଫିଙ୍ଗି ଦେଲେ ମା ଓ ପୁଅ

ତେବେ ଘଟଣା ନେଇ ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ସ୍ପେଷାଲ ସିପି ରବୀନ୍ଦ୍ର ଯାଦବ ସୂଚନା ଦେଇଛନ୍ତି । ପ୍ରାଥମିକ ତଦନ୍ତ ପରେ ମିଳିଥିବା ତଥ୍ୟ ଅନୁସାରେ ଅଧିକାରୀ ରବୀନ୍ଦ୍ର କହିଛନ୍ତି, ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଅଞ୍ଜନର ନିଜ ସାବତ ଝିଅ ଓ ପୁଅର ସ୍ତ୍ରୀ ଉପରେ କୁଦୃଷ୍ଟି ରଖିଥିଲା (mother and son killed father in delhi)। ଏପରିକି ଉଭୟଙ୍କ ସହ ଅବୈଧ ସମ୍ପର୍କ ରଖିବାକୁ ମଧ୍ୟ ଚେଷ୍ଟା କରୁଥିଲା । ଯାହା ପାଇଁ ପୁନମ ଓ ତାର ପୁଅ ମିଶି ତାକୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଅଞ୍ଜନକୁ ପ୍ରଚୁର ମଦ୍ୟପାନ କରାଇ ଧାରୁଅ ଅସ୍ତ୍ରରେ ହତ୍ୟା କରିଥିଲେ ଉଭୟ ମା ଓ ପୁଅ ।

ଦିଲ୍ଲୀରେ ଶ୍ରଦ୍ଧାକାଣ୍ଡର ପୁନରାବୃତ୍ତି: ଶୁଣନ୍ତୁ କ’ଣ କହୁଛି ଅଭିଯୁକ୍ତ ପତ୍ନୀ

ହତ୍ୟା କରିବା ପରେ ଗୋଟିଏ ଦିନ ପାଇଁ ଘରେ ମୃତଦେହ ଲୁଚାଇ ରଖିଥିଲେ । ପରେ ତାକୁ ଖଣ୍ଡଖଣ୍ଡ କରି କାଟି ଫ୍ରିଜରେ ରଖିଥିଲେ ଓ କିଛି କିଛି ଅଂଶ ଫିଙ୍ଗିବାରେ ଲାଗିଥିଲେ । ମୃତଦେହକୁ ପ୍ରାୟ 8 ରୁ 10 ଖଣ୍ଡ କରାଯାଇଥିବା ବେଳେ ପୋଲିସକୁ ମୃତଦେହର 6 ଖଣ୍ଡ ମିଳିଛି । ଏବେ ତଦନ୍ତ ଜାରି ରହିଛି । ଅଭିଯୁକ୍ତ ଠାରୁ ମିଳୁଥିବା ସୂଚନା ଅନୁସାରେ ମାମଲାକୁ ସ୍ପଷ୍ଟ କରିବାକୁ ପୋଲିସ ତଦନ୍ତ ଜାରି ରଖିଥିବା ସ୍ପେଷାଲ ସିପି ରବୀନ୍ଦ୍ର କହିଛନ୍ତି ।

ତେବେ ସମ୍ପୂର୍ଣ୍ଣ ଘଟଣା ଅନୁସାରେ, ଦିଲ୍ଲୀର ପାଣ୍ଡବ ନଗର ଅଞ୍ଚଳରେ ଗତ ଜୁନ 5 ତାରିଖରେ ମୃତଦେହର କିଛି ଅଂଶବିଶେଷ ପୋଲିସ ଠାବ କରିଥିଲା । ପରବର୍ତ୍ତୀ ସମୟରେ ମୃତଦେହର ଆଉ କିଛି ଅଂଶ ଠାବ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ମୃତଦେହ କାହାର ଚିହ୍ନଟ କରିବା ପାଇଁ କ୍ରାଇମବ୍ରାଞ୍ଚ ସ୍ଥାନୀୟ ପୋଲିସ ଷ୍ଟେସନର ରେକର୍ଡ ଯାଞ୍ଚ କରିବା ସହ ନିଖୋଜ ବ୍ୟକ୍ତିଙ୍କ ତାଲିକା ଖୋଜିଥିଲା । ତେବେ ନିଖୋଜ ଥିବା ଅଞ୍ଜନର ମୃତଦେହ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରିବା ସହ ସେହି ଦିଗରେ ତଦନ୍ତ କରି ପତ୍ନୀ ଓ ପୁଅଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ପରେ ଉଭୟ ଅଭିଯୁକ୍ତଙ୍କ ଠାରୁ ଏ ସମସ୍ତ ତଥ୍ୟ ପୋଲିସ ଜାଣିବାକୁ ପାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.