ହାଇଦ୍ରାବାଦ: ତେଲେଙ୍ଗାନାରର ବିକ୍ରବାଦ ନିକଟ ରିଜର୍ଟରେ ଚାଲିଥିଲା ଡେଞ୍ଜର ଗେମ (Danger Game) । ଉତ୍ସାହର ସହିତ ବହୁ ଯୁବକ ଏହି ଦୁଃସାହସିକ ପୂର୍ଣ୍ଣ ଗେମ୍ (Adventure game)ରେ ଅଂଶଗ୍ରହଣ କରିଥିଲେ । ମାତ୍ର ଏହି ଗେମ୍ ଖେଳୁ ଖେଳୁ ଅକାଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଗେମ୍ର ଅଂଶ ମୁତାବକ କୂଅ ଭିତରେ ଏକ ବସ୍ତୁକୁ ଖୋଜିବା ସମୟରେ ଶ୍ବାସରୁଦ୍ଧ ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।
ବିକ୍ରବାଦ ନିକଟ ଗୋଧୁମାଗୁଡ଼ା ଅଞ୍ଚଳରେ ରହିଛି ଏହି ରିଜର୍ଟ । ଗତ ଶନିବାର ଏଠାରେ ଏକ ମୁନ୍ ଲାଇଟ୍ ପ୍ରୋଗ୍ରାମ (Moon Light Program)ର ଆୟୋଜନ ହୋଇଥିଲା । ଏହି ପ୍ରୋଗ୍ରାମରେ ଡେଞ୍ଜର ଗେମ୍ ମଧ୍ୟ ରହିଥିଲା । ଏହି ଦୁଃସାହସିକ ପୂର୍ଣ୍ଣ ଗେମ୍ରେ ଅଂଶଗ୍ରହଣ କରିବା ଲାଗି ପ୍ରାୟ ୧୦୦ରୁ ଅଧିକ ଯୁବକ ଆସିଥିଲେ । ତେବେ ଶନିବାର ସନ୍ଧ୍ୟାରେ ଏହି ଖେଳ ଆରମ୍ଭ ହୋଇଥିଲା । ଖେଳରେ ମସଗୁଲ ହୋଇଥିଲେ ଯୁବପୀଢି । ଆଉ ଉତ୍ସାହର ସହିତ ଖେଳିଥିଲେ ଏହି ଗେମ୍ ।
ଏହା ବି ପଢନ୍ତୁ- ହୋଟଲରେ ମୋବାଇଲ ଛାଡ଼ିଲେ ଯୁବକ, ସାମନାକୁ ଆସିଲା ଅମାନୁଷିକ କାଣ୍ଡ
ଏହି ଡେଞ୍ଜର ଗେମ୍ର ନିୟମ ମୁତାବକ କୌଣସି ଏକ ବସ୍ତୁକୁ ଦୂରକୁ ଫିଙ୍ଗାଯିବ । ଆଉ ଅଂଶଗ୍ରହଣ କରିଥିବା ଯୁବକ ଉକ୍ତ ବସ୍ତୁକୁ ଖୋଜିକି ଆଣିବେ । ଏହି ସମୟରେ ରିଜର୍ଟ ମ୍ୟାନେଜର ଏକ ବସ୍ତୁକୁ ରିଜର୍ଟ ପରିସରରେ ଥିବା କୂଅ ମଧ୍ୟରେ ଲୁଚାଇଥିଲେ । ଖେଳରେ ଅଂଶଗ୍ରହଣ କରିଥିବା ଯୁବକ ସାଇକୁମାର ବସ୍ତୁଟିକୁ ଖୋଜିବା ଲାଗି କୂଅ ଭିତରକୁ ଯାଇଥିଲେ । ଏହି ସମୟରେ ତାଙ୍କ ଶ୍ବାସରୁଦ୍ଧ (Suffocation) ହୋଇଯିବାରୁ ସାଇକୁମାରଙ୍କ ମୃତ୍ୟୁ ଘଟିଛି । ଏ ସମ୍ପର୍କରେ ପୋଲିସ ନିକଟରେ ଖବର ପହଞ୍ଚିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।