ETV Bharat / bharat

ଥାନାରୁ ପୋଲିସର ସର୍ଭିସ ରାଇଫଲ ଧରି ଯୁବକ ଚମ୍ପଟ

ଧାରିୱାଲ ଥାନାରୁ ଜଣେ ଯୁବକ ଏକ ରାଇଫଲ ନେଇ କାର୍‌ରେ ଚମ୍ପଟ ମାରିଥିଲେ (young man snatched police service rifle)। ପୋଲିସ ଯୁବକକୁ ଧରିବାରେ ସମ୍ପୂର୍ଣ୍ଣ ଅସମର୍ଥ ଥିଲା । ଅଧିକ ପଢ଼ନ୍ତୁ

young man snatched police service rifle in Gurudaspur Punjab arrested
ପୋଲିସର ସର୍ଭିସ ରାଇଫଲ ଧରି ଯୁବକ ଚମ୍ପଟ, ଅଭିଯୁକ୍ତ ଗିରଫ
author img

By

Published : Oct 3, 2022, 9:28 PM IST

ଚଣ୍ଡିଗଡ଼: ପଞ୍ଜାବର ଗୁରୁଦାସପୁରରେ ପୋଲିସର ସର୍ଭିସ ରାଇଫଲ୍‌ ଛଡ଼ାଇ ଚମ୍ପଟ ମାରିଲେ ଯୁବକ(young man snatched police service rifle)। ଧାରିୱାଲ ଥାନାରୁ ଜଣେ ଯୁବକ ଏକ ରାଇଫଲ ନେଇ କାର୍‌ରେ ଚମ୍ପଟ ମାରିଥିଲେ । ଏହି ସମସ୍ତ ଘଟଣା ସ୍ପଷ୍ଟ ଦିବାଲୋକରେ ଘଟିଥିବା ବେଳେ ପୋଲିସ ଯୁବକକୁ ଧରିବାରେ ସମ୍ପୂର୍ଣ୍ଣ ଅସମର୍ଥ ଥିଲା । ପୋଲିସଟାରୁ ରାଇଫଲ ଚୋରି କରିବା ପରେ ଯୁବକ ଜଣକ ଧନ୍ଦାଲ ଥାନା ଅଞ୍ଚଳର କାହାନୁୱାନ୍‌ରେ ଆତ୍ମଗୋପନ କରି ରହିଥିଲା ।

କୌଣସିମତେ ଏହାକୁ ନେଇ ଖବର ମିଳିବା ପରେ, କାହାନୁୱାନ୍‌କୁ ପୋଲିସ ପୂରା ଫୋର୍ସ ନେଇ ପହଞ୍ଚିଥିଲା । ଏହାରି ମଧ୍ୟରେ ସେ କଣ ପାଇଁ ରାଇଫଲ ଚୋରି କରିଛି ତାହାକୁ ନେଇ ପୋଲିସକୁ ଖବର ଦେଇଥିଲା । ଏହି ଘଟଣା ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଥିବାରୁ ସାମ୍ବାଦିକ ମଧ୍ୟରେ ଭିଡ଼଼ ଜମାଇଥିଲେ । ରାଇଫଲ ନେଇଥିବା ଯୁବକ ଜଣକ ଗୁରୁଦାସ ନଙ୍ଗଲ ଗ୍ରାମର ଜଶୱିନ୍ଦର ସିଂହ ବୋଲି ଜଣା ପଡ଼ିଥିଲା । ଏଠାରେ ଗୁରୁଦ୍ବାର କିଲ୍ଲା ସାହିବ ନାମକ ଏକ ଐତିହାସିକ ଗୁରୁଦ୍ବାର ରହିଛି । ଯୁବକ ଜଣକ ଏଠାରେ ଜଣେ କିରାଣୀ କର୍ମଚାରୀ ଭାବରେ କାମ କରୁଛନ୍ତି । ତେବେ ଦୀର୍ଘ ଦିନ ଧରି କାର୍ଯ୍ୟ କରିବା ପରେ ମଧ୍ୟ ତାଙ୍କ ବେତନ ବଢ଼ା ଯାଉନାହିଁ ।

ଅନେକ ଥର ସେ ଗାଁ କମିଟିରେ ଏହାକୁ ନେଇ ଦାବି ରଖିଥିଲେ । କମିଟି ସହ କଥା କଟାକଟି ମଧ୍ୟ ହୋଇଥିଲା । କିଛି ଲୋକ ତାଙ୍କ ଘରକୁ ଆସି ତାଙ୍କ ସହ ଦୁର୍ବ୍ୟବହାର ମଧ୍ୟ କରିଥିଲେ । ଏହାକୁ ନେଇ ସେ ଧାରିୱାଲ ଥାନାରେ ଏତଲା ଦେଇଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ଏହାପରେ ମାନସିକ ସନ୍ତୁଳନ ହରାଇ ବସି ଯୁବକ ଜଣକ ଥାନାରେ ରଖା ହୋଇଥିବା ଏକ ରାଇଫଲ ନେଇ ସେଠାରୁ ଚମ୍ପଟ ମାରିଥିଲେ ।

ସେପେଟ ଜୈଶୱିନ୍ଦରକୁ କାବୁ କରିବା ପାଇଁ ପୋଲିସ ବ୍ୟାପକ ଯୋଜନା କରିଥିଲା । ପୋଲିସ କହିଛି ଜୈଶୱିନ୍ଦର ପକ୍ଷରୁ କୌଣସି ଅଭିଯୋଗ କରାଯାଇନାହିଁ । ପୋଲିସ ନାନା ବୁଝାଇବାପରେ ଯୁବକ ଜଣକ ରାଇଫଲ ସହ ଆତ୍ମ ସମର୍ପଣ କରିବାକୁ ରାଜି ହୋଇଥିଲେ । ଏହାକୁ ନେଇ ସ୍ଥାନୀୟ ଡିଏସ୍‌ପି କହିଛନ୍ତି ଯେ, ଯୁବକ ଜଣଙ୍କୁ ନ୍ୟାୟ ନମିଳିବାରୁ ସେ ଏଭଳି ପଦକ୍ଷେପ ନେଇଛନ୍ତି । ସେ କରିଥିବା ଅଭିଯୋଗକୁ ନେଇ ତଦନ୍ତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.