ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନକଲ କରିବା ମହଙ୍ଗା ପଡିଲା । ଜଣେ ଯୁବକ ନକଲ କରୁଥିବା ସମୟରେ ଉଭୟ ନେତାଙ୍କ ବିଷୟରେ କିଛି ଅପମାନଜନକ କଥା କହିଥିଲେ । ଏହି ସମୟର ଭିଡିଓ ସାମ୍ନାକୁ ଆସିବା ପରେ ଜବଲପୁରର ଏହି ଯୁବକଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ସେହିପରି ଓମତୀ ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଏସପିଏସ ବାଗେଲ କହିଛନ୍ତି ଯେ, ଆଦିଲ ଅଲି ନାମକ ଏହି ଯୁବକ ନକଲ କରନ୍ତି । କିଛି ଦିନ ପୂର୍ବେ ସେ ରାତିରେ ନିଜ ସାଥୀଙ୍କ ସହ ରାସ୍ତାରେ ବୁଲୁଥିଲେ, ଯେଉଁଥିରେ ସେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନକଲ କରିଥିଲେ । ସେ ଏହି ସମୟରେ ନରେନ୍ଦ୍ର ମୋଦି ଏବଂ ଅମିତ ଶାହା କିପରି ଚାଲନ୍ତି ବୋଲି ଆଦିଲ କହୁଛନ୍ତି ।
ଏହି ସମୟରେ ସେ ଉଭୟ ନେତାଙ୍କ ବିରୋଧରେ ଅପମାନଜନକ ଶବ୍ଦ ମଧ୍ୟ ବ୍ୟବହାର କରିଥିଲେ । ଏହାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଯୁବକଙ୍କୁ ଗିରଫ କରି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୋସିଆଲ ମିଡିଆରେ ଆଦିଲ ଅଲିଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କୁ ଏହିପରି ମନ୍ତବ୍ୟ ଦେବା ଏବଂ ପରେ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଏକ ଗୁରୁତର ଅପରାଧ ବୋଲି ଓମତୀ ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଏସପିଏସ ବାଘେଲ କହିଛନ୍ତି । ତେବେ ଏହି ଘଟଣାରେ ତାଙ୍କ ବିରୋଧରେ ଧାରା ୧୫୩-ଏ ଆଇପିସି ଅଧୀନରେ ଆଦିଲ ଅଲିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ