ETV Bharat / bharat

Lakhimpur Kheri case: ମୃତକଙ୍କ ପରିବାରକୁ ସରକାରୀ ଚାକିରି, ୪୫ ଲକ୍ଷ ଦେବେ ଯୋଗୀ ସରକାର

author img

By

Published : Oct 4, 2021, 2:55 PM IST

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ଘଟଣା । ପ୍ରତି ମୃତକଙ୍କ ପରିବାରକୁ ସରକାରୀ ଚାକିରି ସହିତ ୪୫ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ସୋମବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅଧିକ ପଢନ୍ତୁ...

Lakhimpur Kheri case: ମୃତକଙ୍କ ପରିବାରକୁ ସରକାରୀ ଚାକିରି, ୪୫ ଲକ୍ଷ ଟଙ୍କା ଦେବେ ୟୁପି ସରକାର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ଘଟଣା । ଏହି ଘଟଣାରେ ଚାଷୀଙ୍କ ମୃତ୍ୟୁକୁ ନେଇ ଚାଲିଥିବା ଆଲୋଚନାରେ ଯୋଗୀ ସରକାର ଓ ଚାଷୀଙ୍କ ମଧ୍ୟରେ ବୁଝାମଣା ହୋଇଛି । ମୃତକଙ୍କ ପରିବାରକୁ ୟୁପି ସରକାରୀ ୪୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇବା ସହିତ ସରକାରୀ ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଏହା ବି ପଢନ୍ତୁ: ଉତ୍ତର ପ୍ରଦେଶରେ ଉତ୍ତେଜନା: ଚାଷୀଙ୍କୁ ଧକ୍କା ଦେଲା ବେକାବୁ କାର, ହିଂସାରେ 8 ମୃତ

ଏହାସହିତ ଘଟଣାରେ ଆହତ ହୋଇଥିବା ଚାଷୀଙ୍କ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ । ଆସନ୍ତା ୮ ଦିନ ମଧ୍ୟରେ ଦୋଷୀଙ୍କୁ ଠାବ କରାଯାଇ କଠୋର ଦଣ୍ଡ ଦିଆଯିବ । ଘଟଣାରେ ଜଣେ ଅବସରପ୍ରାପ୍ତ ବିଚାରପତି ଅଧ୍ୟକ୍ଷତାରେ ଏହାର ଯାଞ୍ଚ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ।

ଏହା ବି ପଢନ୍ତୁ: Up Violence: ଯୋଗୀଙ୍କ କଠୋର ବୟାନ, ଖୋଜିଖୋଜି ଦୋଷୀଙ୍କ ମୁଖା ଖୋଲିବେ ସରକାର

ଏହାପରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ଡକ୍ଟର ଦିନେଶ ଶର୍ମାଙ୍କ ସମେତ ମୁଖ୍ୟ ସଚିବ ରାଜେନ୍ଦ୍ର କୁମାର ତିୱାରି, ପ୍ରମୁଖ ସଚିବ ଅବନିଶ କୁମାର ଅବସ୍ଥି, ଡିଜିପି ମୁକୁଳ ଗୋୟଲଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ତେବେ ସୂଚନା ଥାଉ କି ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କ ପ୍ରଦର୍ଶନ ସମୟରେ କାର୍‌ ଦୁର୍ଘଟଣାକୁ ନେଇ ତେଜିବାକୁ ଲାଗିଛି ଉତ୍ତେଜନା । ପ୍ରଦର୍ଶନକାରୀ ଚାଷୀଙ୍କ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ କାର୍‌ ଚଢିଯିବା ଘଟଣାରେ ହିଂସା ଉଗ୍ରରୂପ ନେଇଛି । ହିଂସାରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.