ETV Bharat / bharat

କେରଳରେ ବିଜୟ ଯାତ୍ରା କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ଯୋଗୀ

author img

By

Published : Feb 21, 2021, 7:18 PM IST

କେରଳରେ ବିଜୟ ଯାତ୍ରା ଶୁଭାରମ୍ଭ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅଧିକ ପଢନ୍ତୁ..

କେରଳରେ  ବିଜୟ ଯାତ୍ରା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ ଯୋଗୀ

ଥିରୁଅନନ୍ତପୁରମ: କେରଳରେ ବିଜୟ ଯାତ୍ରାର ଶୁଭାରମ୍ଭ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ କେରଳର କାସରଗୋଡର ପୂଜାର୍ଚ୍ଚନା କରିବା ସହ ପତାକା ଦେଖାଇ ଏହି ବିଜୟ ଯାତ୍ରାକୁ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେରଳ ବିଜେପି ସଭାପତି କେ ସୁରେନ୍ଦ୍ରନଙ୍କ ସହ ରାଜ୍ୟ ବିଜେପିର ଅନ୍ୟ ନେତା ମାନେ ମଧ୍ୟ ଉପସ୍ଥିତ ଥିବା ଦେଖାଯାଇଛି । ଏହି କାର୍ଯ୍ୟକ୍ରମରେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବା ଅବସରରେ ଯୋଗୀ କେରଳ ଶାସନରେ ଥିବା ପିନାରାଇ ବିଜୟନ ସରକାରଙ୍କୁ ଜବରଦସ୍ତ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି ।

ଯୋଗୀ କହିଛନ୍ତି କେରଳର ସିପିଏମ୍ ସରକାର ହେଉ କିମ୍ବା କଂଗ୍ରେସ ସରକାର, ସେମାନେ ଦୁର୍ନୀତି ବ୍ୟତୀତ ଅନ୍ୟ କିଛି କରିନାହାଁନ୍ତି। ସେମାନେ କେରଳବାସୀଙ୍କ ଭାବନା ସହିତ ଖେଳିଛନ୍ତି ଏବଂ ରାଜନ ରାଜନୈତିକ ଲାଭ ପାଇଁ କେରଳରେ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି ।

ସେହିପରି ଲଭ ଜିହାଦ ପ୍ରସଙ୍ଗରେ ମଧ୍ୟ ସେ କେରଳ ସରକାରଙ୍କୁ ଶାଣିତ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ଯୋଗୀ କହିଛନ୍ତି କେରଳକୁ ଏକ ଇସଲାମ ରାଜ୍ୟରେ ପରିଣତ କରିବା ପାଇଁ ଷଡଯନ୍ତ୍ର ଚାଲିଥିବା ସେ ଅଭିଯୋଗ କରିଛନ୍ତି । କେରଳ ଉଚ୍ଚ ନ୍ୟାୟାଳୟ ‘ଲଭ ଜିହାଦ୍' ଉପରେ ଆଇନ ଆଣିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାର ତାହା କରିବା ଦିଗରେ କୌଣସି ଆଗ୍ରହ ଦେଖାଇନଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ସେ ଲଭ ଜିହାଦ ଆଇନ ଆଣିବାରେ ଉତ୍ତର ପ୍ରଦେଶର ଉଦାହରଣ ମଧ୍ୟ ଦେବାକୁ ଭୁଲି ନଥିଲେ । ସେହିପରି ବର୍ତ୍ତମାନ ପରିସ୍ଥିତିରେ କେରଳରେ କେବଳ ବିଜେପିର ଆବଶ୍ୟକତା ଥିବା କହିଛନ୍ତି ଯୋଗୀ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.