ETV Bharat / bharat

ଉପଲବ୍ଧିର ବର୍ଷ 2023: ମହାକାଶ ମହାରେକର୍ଡ, ଜହ୍ନ ରାଇଜରେ ତ୍ରିରଙ୍ଗା ଉଡାଇ ଇତିହାସ ରଚିଲା ଭାରତ

author img

By ETV Bharat Odisha Team

Published : Dec 20, 2023, 10:05 PM IST

Chandrayaan-3 historic lunar landing: ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ପାଇଁ ଐତିହାସିକ ସଫଳତାର ବର୍ଷ 2023 । ଚନ୍ଦ୍ରକୁ ଛୁଇଁ ଇତିହାସ ରଚିଲା ଭାରତ । ବିଶ୍ବ ଦେଖିଲା ଭାରତୀୟଙ୍କ ଶକ୍ତି ଓ ସାମର୍ଥ୍ୟ । ଖୋଲିଲା ଚନ୍ଦ୍ରର ଅଭେଦ୍ୟ ରହସ୍ୟ । 2040 ସୁଦ୍ଧା ପହଞ୍ଚିବେ ଭାରତୀୟ । ଅଧିକ ପଢନ୍ତୁ

ବର୍ଷ-2023: ମହାକାଶ ମହାରେକର୍ଡ, ଚନ୍ଦ୍ରକୁ ଛୁଇଁ ଇତିହାସ ରଚିଲା ଭାରତ

ହାଇଦ୍ରାବାଦ: ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ପାଇଁ ଐତିହାସିକ ବର୍ଷ ଥିଲା ବିଦାୟୀ ବର୍ଷ-2023 । ମହାକାଶ ଗବେଷଣା ଓ ବିଶେଷ ଭାବେ ଚନ୍ଦ୍ର ଅଭିଯାନରେ ଭାରତକୁ ମିଳିଥିଲା ଅଦ୍ଭୁତପୂର୍ବ ସଫଳତା । ସଫଳ ହୋଇଥିଲା ଭାରତର ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-3’ । ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ବିଶ୍ବରେ 4ର୍ଥ ରାଷ୍ଟ୍ର ଓ ଚନ୍ଦ୍ରର ଅଣଆବିସ୍କୃତ ଦକ୍ଷିଣ-ମେରୁରେ ମହାକାଶ ଯାନ ଅବତରଣ କରାଇବାରେ ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ କିର୍ତ୍ତୀସ୍ତମ୍ଭ ସ୍ଥାପନ କରିଥିଲା ଭାରତ । ବିଶ୍ବ ଦରବାରରେ ପାଇଥିଲା ଅଗ୍ରଣୀ ମହାକାଶ ଗବେଷଣା ଦେଶର ମାନ୍ୟତା । ଭାରତୀୟ ମହାକାଶ ବିଜ୍ଞାନୀଙ୍କ ଦକ୍ଷତା ଓ ସାମର୍ଥ୍ୟ ସାରା ବିଶ୍ବକୁ ଆଶ୍ଚର୍ଯ୍ୟ କରିଥିଲା । ଚନ୍ଦ୍ରଯାନ-3ର ସଫଳତାକୁ ସମଗ୍ର ଦେଶର ଏକ ପାର୍ବଣ ଭଳି ପାଳନ କରାଯାଇଥିଲା ।

2019ରେ ଚନ୍ଦ୍ରଯାନ-2 :-

2019 ମସିହା ସେପ୍ଟେମ୍ବର 7 ତାରିଖରେଚନ୍ଦ୍ରଯାନ-2’ ଚନ୍ଦ୍ରପୃଷ୍ଠକୁ ଉତକ୍ଷେପିତ କରିଥିଲା ଭାରତ । ଏହି ବହୁପ୍ରତୀକ୍ଷିତ ମିଶନ ସମସ୍ତ ପ୍ରକ୍ରିୟାକୁ ସଫଳତାର ସହ ଅତିକ୍ରମ କରିଥିବା ବେଳେ କେବଳ ଅନ୍ତିମ ପର୍ଯ୍ୟାୟରେ ବିଫଳ ହୋଇଥିଲା । ଲ୍ୟାଣ୍ଡର ‘ବିକ୍ରମ’ ସହ ଲ୍ୟାଣ୍ଡିଂ ପ୍ରକ୍ରିୟା ସମୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ତେବେ କେବଳ ଲ୍ୟାଣ୍ଡିଂକୁ ବାଦ ଦେଲେ ଅନ୍ୟ ସମସ୍ତ ପ୍ରକ୍ରିୟା ସ୍ବାଭାବିକ ଓ ସଫଳ ଥିଲା । ଏବେ ମଧ୍ୟ ପୂର୍ବ ମିଶନର ଅର୍ବିଟର ଚନ୍ଦ୍ର କକ୍ଷପଥରେ ସକ୍ରିୟ ରହିଥିଲା ଓ ଚଳିତ ମିଶନରେ ମଧ୍ୟ ବୈଷୟିକ ସହଯୋଗ କରିବାରେ ସଫଳ ହୋଇଥିଲା । ଏହି ପୂର୍ବ ଅର୍ବିଟର ସଫଳତାର ସହ କାର୍ଯ୍ୟକ୍ଷମ ଥିବାରୁ ଏଥର ଅର୍ବିଟର ମଡ୍ଯୁଲକୁ ବାଦ ଦିଆଯାଇଥିଲା । ଯାହା ପ୍ରକଳ୍ପର ଖର୍ଚ୍ଚ ମଧ୍ୟ କମ କରିବା ସହ ପ୍ରକ୍ରିୟାକୁ ଆହୁରି ସରଳ କରିଦେଇଥିଲା ।

ଚନ୍ଦ୍ରଯାନ-3:

2019ରେ ଚନ୍ଦ୍ରଯାନ-2ର ଶେଷ ପର୍ଯ୍ୟାୟ ବିଫଳତା ପରେ ଭାରତ ଏହାର 3ୟ ସଂସ୍କରଣ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା । ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ନେତୃତ୍ବ ଡ.କେ ଶିବନଙ୍କ କାନ୍ଧରୁ ଏସ.ସୋମନାଥଙ୍କ କାନ୍ଧକୁ ଆସିଥିଲା । ଗତ 3 ବର୍ଷର ପ୍ରସ୍ତୁତି ପରେ 3 ମଡ୍ୟୁଲକୁ ଏକତ୍ରୀକରଣ କରାଯାଇଥିଲା । ଏଥିରେ ପ୍ରପଲସନ ମଡ୍ୟୁଲ, ଲ୍ୟାଣ୍ଡର ମଡ୍ୟୁଲ ଓ ରୋଭର ରଖାଯାଇଥିଲା । ଲ୍ୟାଣ୍ଡର ଓ ରୋଭରର ନାମ ପୂର୍ବ ମିଶନ ପରି ‘ବିକ୍ରମ’ ଓ ‘ପ୍ରଜ୍ଞାନ’ ରଖାଯାଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ଲ୍ୟାଣ୍ଡିଂ କାଉଣ୍ଟଡାଉନ ।

ଜୁଲାଇ 23 ତାରିଖ ଅପରାହ୍ନ 2.35 ରେ ଉତକ୍ଷେପଣ:-

ଚଳିତବର୍ଷ ଜୁଲାଇ 23 ତାରିଖ ଅପରାହ୍ନ 2.35 ମିନିଟରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଉତକ୍ଷେପଣ ହୋଇଥିଲା ଚନ୍ଦ୍ରଯାନ-3 । ଇସ୍ରୋର ନୂତନ ତଥା ଅତ୍ୟାଧୁନିକ LVM3-M4 ରକେଟ ସାହାଯ୍ୟରେ ଏହାକୁ ଉତକ୍ଷେପଣ କରାଯାଇଥିଲା । ଯାହା ମହାକାଶରେ ଚୁମ୍ବକୀୟ ଶକ୍ତିରେ ଅଣ୍ଡାକୃତି କକ୍ଷପଥରେ ଯାତ୍ରା କରିବା ପରେ ଅଗଷ୍ଟ 23 ତାରିଖ ସଂଧ୍ୟାରେ ସଫଳ ଲ୍ୟାଣ୍ଡିଂ କରିଥିଲା । ଏକାଧିକ ପର୍ଯ୍ୟାୟରେ ନିୟନ୍ତ୍ରଣ ପରେ ଏହା ଚନ୍ଦ୍ରର ଦକ୍ଷିଣ-ମେରୁର ସଠିକ ନିର୍ଦ୍ଧାରିତ ସମୟରେ ସଫଳ ଲ୍ୟାଣ୍ଡିଂ କରିବାରେ ସଫଳ ହୋଇଥିଲା ଲ୍ୟାଣ୍ଡର ବିକ୍ରମ ।

କେମିତି ଥିଲା ଚନ୍ଦ୍ରଯାନ-3 ମିଶନର ପୁରା ଯାତ୍ରା:-

ଜୁଲାଇ 14 ତାରିଖ ଅପରାହ୍ନ ୨ଟା ୩୫ରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ମହାକାଶ କେଦ୍ରରୁ ଉତକ୍ଷେପଣ ହେବାର କିଛି ମିନିଟ ମଧ୍ୟରେ ପୃଥିବୀର କକ୍ଷପଥରେ ଏହି ଉପଗ୍ରହକୁ ସ୍ଥାପିତ କରିଥିଲା ଏହି ବିଶାଳ ରକେଟ । ପ୍ରାୟ 15 ଦିନ ପରେ ଅଗଷ୍ଟ ପହିଲାରେ ପୃଥିବୀ କକ୍ଷପଥରୁ ବାହାରି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଚନ୍ଦ୍ରଯାନ-3 । ଅଗଷ୍ଟ 5 ତାରିଖ ସନ୍ଧ୍ୟା ୭ଟା ସୁଦ୍ଧା ଚନ୍ଦ୍ରଯାନ-୩ ମହାକାଶ ଯାନ ଲୁନାର ଅର୍ବିଟ ବା ଚନ୍ଦ୍ର କକ୍ଷପଥ ମଧ୍ୟରେ ପ୍ରବେଶ କରିଥିଲା । ଯାହା ପୁରା ମିଶନକୁ ସଫଳତା ଆଡକୁ ଆଉ ପାଦେ ନେଇଯାଇଥିଲା । ଏହା ପରେ ପୃଥିବୀର ମହାଜଗତିକ ପ୍ରଭାବ ଶେଷ ହେବା ସହ ଆରମ୍ଭ ହୋଇଥିଲା ଲ୍ୟାଣ୍ଡିଂର ପ୍ରର୍ଯ୍ୟାୟକ୍ରମିକ ପ୍ରକ୍ରିୟା । ଯାହା ବେଶ ଆହ୍ବାନପୂର୍ଣ୍ଣ ଓ ରୋମାଞ୍ଚକର ମଧ୍ୟ ଥିଲା । ଏହାକୁ ବୈଜ୍ଞାନିକଙ୍କ ଭାଷାରେ ‘ଟାଇମ ଅଫ ଟେରର’ ବୋଲି କୁହାେଯାଇଥିଲା ।

6 ଅଗଷ୍ଟରେ ପ୍ରଥମ ଭିଡିଓ ଉତ୍ତୋଳନ:-

ଅଗଷ୍ଟରେ 6 ତାରିଖରେ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବାର ମାତ୍ର 24 ଘଣ୍ଟା ମଧ୍ୟରେ ଚନ୍ଦ୍ରର ପ୍ରଥମ 45 ସେକେଣ୍ଡ ଅବଧିର ଭିଡିଓ ଉତ୍ତୋଳନ କରି ଇସ୍ରୋକୁ ପ୍ରେରଣ କରିବାରେ ସଫଳ ହୋଇଥିଲା ଚନ୍ଦ୍ରାୟନ-3 । ଯାହା ବୈଜ୍ଞାନିକ ଓ ଦେଶବାସୀଙ୍କୁ ରୋମାଞ୍ଚିତ କରିଥିଲା ।

ଅଗଷ୍ଟ 17 ତାରିଖରେ ପ୍ରପଲସନ ମଡ୍ୟୁଲରୁ ପୃଥକ ହେଲା ଲ୍ୟାଣ୍ଡର:-

ଲ୍ୟାଣ୍ଡିଂ ପ୍ରକ୍ରିୟାର ପ୍ରାରମ୍ଭିକ ପ୍ରକ୍ରିୟା ଭାବେ ପ୍ରୋପଲସନ୍ ମଡ୍ୟୁଲରୁ ସଫଳତାର ସହ ଅଲଗା ହୋଇଥିଲା ଲ୍ୟାଣ୍ଡର । ସେତେବେଳେ ଚନ୍ଦ୍ରପୃଷ୍ଠରୁ ମାତ୍ର ପ୍ରାୟ 100 କିମି ଦୂରରେ ଥିଲା ଲ୍ୟାଣ୍ଡର । ପରଦିନ 18 ତାରିଖରେ ପ୍ରଥମ ଡିବୁଷ୍ଟିଂ (ଗତିବେଗ ହ୍ରାସ) ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଥିଲା । 20 ତାରିଖରେ ଦ୍ବିତୀୟ ଡିବୁଷ୍ଟିଂ ପ୍ରକ୍ରିୟା ସଫଳତାର ସହ ଶେଷ ହେବା ସହ ଅବତରଣ ପାଇଁ ତାରିଖ ଓ ସମୟ ଚୂଡାନ୍ତ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ସଠିକ ଭାବେ ସମ୍ପାଦିତ ମଧ୍ୟ ହୋଇଥିଲା । 23 ତାରିଖ ସନ୍ଧ୍ୟା 6 ଟା 04 ମିନିଟରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବା ଇସ୍ରୋ ଘୋଷଣା କରିଥିଲା । ଏହି ଲ୍ୟାଣ୍ଡିଂ ଲାଇଭକୁ ପୁରା ଦେଶ ସିଧା ପ୍ରସାରଣ ମାଧ୍ୟମରେ ଦେଖିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦକ୍ଷିଣ ଆଫ୍ରିକାରୁ ଏହି କାର୍ଯ୍ୟକମରେ ଯୋଡି ହୋଇଥିଲେ ।

ଶିବଶକ୍ତି ପଏଣ୍ଟ ଭାବେ ନାମିତ ହେଲା ଅବତରଣ ସ୍ଥାନ :-

23 ତାରିଖରେ ଲ୍ୟାଣ୍ଡିଂ ସଫଳ ହେବା ପରେ 26 ତାରିଖରେ ପ୍ରଧାନମନ୍ତ୍ରୀ ଏହି ଲ୍ୟାଣ୍ଡିଂ ପଏଣ୍ଟକୁ ‘ଶିବଶକ୍ତି ପଏଣ୍ଟ’ ଭାବେ ନାମିତ ମଧ୍ୟ କରିଥିଲେ । ସେହିପରି ଅବତରଣ ଦିନ ଅର୍ଥାତ 23 ଅଗଷ୍ଟକୁ ‘ଜାତୀୟ ମହାକାଶ ଦିବସ’ ଭାବେ ମଧ୍ୟ ପାଳନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ତେବେ ଏପରି ନାମକରଣ କରିବା ସମ୍ପୃକ୍ତ ଦେଶର ଅଧିକାର ପରିସର ଅନ୍ତର୍ଭୁକ୍ତ ବୋଲି ସ୍ପଷ୍ଟ କରିଥିଲେ ଇସ୍ରୋ ମୁଖ୍ୟ ।

ରୋଭରର ଜୀବନ ମାତ୍ର 14 ଦିନ କାହିଁକି :-

ରୋଭରର ଜୀବନ ମାତ୍ର ଦୁଇ ସପ୍ତାହ ବା 14 ଦିନ ଥିଲା । ଏହାର କାରଣ ଥିଲା ଚନ୍ଦ୍ରପୃଷ୍ଠରେ ଗୋଟିଏ ଚନ୍ଦ୍ର ଦିବସ ପୃଥିବୀର 14 ଦିନ ସହ ସମାନ । ଏହା ପରେ ଚନ୍ଦ୍ରର ଦକ୍ଷିଣ-ମେରୁରେ ରାତି ହୋଇଥିଲା । ଏହି ସମୟରେ ତାପମାତ୍ରା ଅତ୍ୟଧିକ ହ୍ରାସ ପାଇ -208 ରୁ -133 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଖସି ଆସିଥିଲା । ଏହି ବିଯୁକ୍ତ ତାପମାତ୍ରାରେ ପୃଥିବୀରୁ ପ୍ରେରିତ କୌଣସି ବୈଦ୍ୟୁତିକ ସାମଗ୍ରୀ କାର୍ଯ୍ୟକ୍ଷମ ରହିବା ସମ୍ଭବପର ହେବନାହିଁ । ଏହି ଦୁଇ ମଡ୍ୟୁଲ ସୌରଶକ୍ତି ଚାଳିତ ହୋଇଥିବା କାରଣରୁ ବିନା ସୂର୍ଯ୍ୟାଲୋକରେ ଏହା କାର୍ଯ୍ୟକ୍ଷମ ରହିନପାରିବା କାରଣରୁ ଏହାର ଜୀବନ ଅବଧି ବା ସଞ୍ଚାଳନ କ୍ଷମତା ମାତ୍ର 14 ଦିନ ଧାର୍ଯ୍ୟ କରାଯାଇଥିଲା । ତେଣୁ ଚନ୍ଦ୍ରରେ ଗୋଟିଏ ଦିବସ ଶେଷ ହେବା ପୂର୍ବରୁ ରୋଭର ଲ୍ୟାଣ୍ଡର ନିକଟକୁ ଫେରିଥିଲା ଓ ସଂଗୃହିତ ଡାଟା ଲ୍ୟାଣ୍ଡର ସହାୟତାରେ ଇସ୍ରୋକୁ ପ୍ରେରଣ କରିବା ପରେ ସୁରକ୍ଷିତ ସ୍ଲିପମୋଡକୁ ଚାଲିଯାଇଥିଲା । ଏହି ଦୁଇ ମଡ୍ୟୁଲ ଏବେ ମଧ୍ୟ ଦକ୍ଷିଣ ମେରୁରେ ପଡିରହିଛନ୍ତି । ଭାରତ ପକ୍ଷରୁ ରୋଭର ‘ପ୍ରଜ୍ଞାନ’କୁ ଲୁନାର-ଆମ୍ବାସଡର ବା ଚନ୍ଦ୍ରରେ ଭାରତର ରାଷ୍ଟ୍ରଦୂତ ଭାବେ ଘୋଷଣା କରାଯାଇଛି ।

ଚନ୍ଦ୍ରପୃଷ୍ଠର କଣ ରହସ୍ୟ ଉନ୍ମୋଚନ କଲା ରୋଭର ‘ପ୍ରଜ୍ଞାନ’:-

ରୋଭର ବିଚରଣରୁ ଚନ୍ଦ୍ରର ଅନେକ ତଥ୍ୟ ସାମ୍ନାକୁ ଆସିଛି । ଯାହା ପୂର୍ବରୁ ଗବେଷଣା ପରିସର ବାହାରେ ରହିଥିଲା । ଏହା ଜଣାପଡିଛି ଯେ, ଚନ୍ଦ୍ରପୃଷ୍ଠରେ ଆଲୁମିନିୟମ,କ୍ୟାଲସିୟମ୍ ଆଇରନ୍, କ୍ରୋମିୟମ୍, ଏବଂ ଟାଇଟାନିୟମର ଉପସ୍ଥିତି ରହିଛି । ମାତ୍ର ଏହାର ମାତ୍ରା ଭୂପୃଷ୍ଠ ପରି ସମାନ ନୁହେଁ । ଏହା ବ୍ୟତୀତ ମାଙ୍ଗାନିଜ୍, ସିଲିକନ୍ ଏବଂ ଧାତବ ଅମ୍ଳଜାନର ଉପସ୍ଥିତି ମଧ୍ୟ ଥିବା ପ୍ରାଥମିକ ତଥ୍ୟ ମିଳିବା ପରେ ଜୀବନ ସତ୍ତା ସମ୍ଭବ ପରିକଳ୍ପନାକୁ ଆଉ ଟିକେ ବଳ ମିଳିଛି ।

2040 ସୁଦ୍ଧା ଚନ୍ଦ୍ରରେ ପାଦ ଦେବେ ଭାରତୀୟ:-

ଚନ୍ଦ୍ରଯାନ-3ର ଐତିହାସିକ ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏହାର ପରବର୍ତ୍ତୀ ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲାଣି। ଆଗାମି ଦିନରେ ମହାକାଶରେ ଭାରତର ଆଧିପତ୍ୟ କୌଣସି ବିକଶିତ ଦେଶ ତୂଳନାରେ କମ ହେବନି । ଏବେ ଭାରତ ମହାକାଶ ମାନବ ମିଶନ ‘ଗଗନଯାନ’ ପରୀକ୍ଷା ଆରମ୍ଭ କରିସାରିଛି । 2040 ସୁଦ୍ଧା ଭାରତୀୟ ଯାତ୍ରୀଙ୍କୁ ଚନ୍ଦ୍ରକୁ ପଠାଇବା ପାଇଁ ଲକ୍ଷ୍ୟ ରଖିଛି ଭାରତ । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । 2023 ରେ ଚନ୍ଦ୍ରକୁ ଛୁଇଁଥିବା ଭାରତ 2040 ସୁଦ୍ଧା ଚନ୍ଦ୍ରପୃଷ୍ଠରେ ନାଗରିକ ପହଞ୍ଚାଇବ । ଏବେ ସୁଦ୍ଧା କେବଳ 4 ରାଷ୍ଟ୍ର ଚନ୍ଦ୍ର ଅବତରଣ କରିବାରେ ସଫଳ ହୋଇଛନ୍ତି । ଆମେରିକା, ଋଷ ଓ ଚୀନ ପରେ ଏହି କ୍ରମରେ 4ର୍ଥ ରାଜ୍ୟ ଭାବେ ଭାରତ ସାମିଲ ହୋଇଛି । ମାତ୍ର ମାନବ ଅବତରଣ କ୍ଷେତ୍ରରେ ଆମେରିକାର ଏକାଧିକାର ରହିଆସିଛି । ଏବେ ପର୍ଯ୍ୟନ୍ତ କେବଳ ଆମେରିକୀୟ ଚନ୍ଦ୍ରରେ ଅବତରଣ କରିଛନ୍ତି । 2040 ସୁଦ୍ଧା ଭାରତ ମଧ୍ୟ ଏହି ତାଲିକାରେ ସାମିଲ ହେବାକୁ ଯାଉଛି ।

ଜହ୍ନମାମୁଁ ଏବେ ଦୂର ନୁହେଁ:-

ପୃଥିବୀର ବାୟୁମଣ୍ଡଳ ଓ ମହାସାଗରେ ଜୁଆର ଭଟ୍ଟାର ପରିବର୍ତ୍ତନରେ ଚନ୍ଦ୍ରର ଅଖଣ୍ଡ ପ୍ରଭାବ ରହିଛି । ଚନ୍ଦ୍ର୍ ସୂର୍ଯ୍ୟଙ୍କ ମିଳିତ ଆକର୍ଷଣରେ ପୃଥିବୀ ପୃଷ୍ଠରେ ସମୁଦ୍ର ଫୁଲିଉଠେ । ବାୟୁମଣ୍ଡଳରେ ମଧ୍ୟ ବିଭିନ୍ନ ପରବର୍ତ୍ତନ ଆସେ । ମହାକାଶ ବିଜ୍ଞାନୀଙ୍କ ଭାଷାରେ ପୃଥିବୀ ଉପରେ ଚନ୍ଦ୍ରର ସର୍ବାଧିକ ମହାଜାଗତିକ ପ୍ରଭାବ ରହୁଥିବା ବେଳେ ଭାରତୀୟ ବିଶ୍ବାସରେ ଚନ୍ଦ୍ର ଆଧ୍ୟାତ୍ମିକତା ସହ ମଧ୍ୟ ଜଡିତ । ଏବେ ଭାରତୀୟ ବୈଜ୍ଞାନିକଙ୍କ ସଫଳତା ପରେ କାବ୍ୟ କବିତାରେ ସ୍ଥାନ ମଣ୍ଡନ କରୁଥିବା ଜହ୍ନମାମୁଁ ଏବେ ଆଉ ଦୂରରେ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.