ETV Bharat / bharat

Year Ender 2022: ନୃଶଂସ କାଣ୍ଡ ଦେଖିଥିଲା ଦେଶ, ଗଡିଥିଲା ଗୋଟିଏ ପରେ ଗୋଟିଏ ମୁଣ୍ଡ

author img

By

Published : Dec 30, 2022, 9:17 PM IST

ଦିନକ ପରେ ଚାଲିଯିବ ବର୍ଷ 2022 । ଆସିବ ନୂଆ ବର୍ଷ । ତେବେ ଚଳିତ ବର୍ଷ ଅପରାଧ ଦୁନିଆରେ ଘଟିଥିଲା ନୃଶଂସ କାଣ୍ଡ । ବିଭିନ୍ନ କାରଣକୁ ନେଇ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟାଇ ମୁଣ୍ଡ ନେଇଥିଲେ ଅପରାଧୀ । ନଜର ପକାନ୍ତୁ ଦେଶର କିଛି ଚର୍ଚ୍ଚିତ ହତ୍ୟାକାଣ୍ଡ ଉପରେ ।

Etv Bharat
Etv Bharat

ହାଇଦ୍ରାବାଦ: ସରି ସରି ଆସୁଛି ୨୦୨୨ । ଆଉ ଦିନକ ପରେ ଆରମ୍ଭ ହୋଇଯିବ ବର୍ଷ ୨୦୨୩ । ପୁରୁଣା ବର୍ଷକୁ ବାଏ ବାଏ କହି ନୂଆ ବର୍ଷକୁ ସ୍ବାଗତ କରିବେ ଦେଶବାସୀ । ବର୍ଷ ତ ଶେଷ ହୋଇଯିବ କିନ୍ତୁ ଚଳିତ ବର୍ଷ ଘଟିଥିବା ଘଟଣା ଏକ ଦାଗ ହୋଇ ରହିଯିବ । ଚଳିତ ବର୍ଷର ଅପରାଧ ଫର୍ଦ୍ଦକୁ ଯଦି ଓଲଟାଇବା ତେବେ ଅନେକ ହତ୍ୟା ଘଟଣା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ହତ୍ୟାକାରୀଙ୍କ ନୃଶଂସକାଣ୍ଡ ଦେଶବହାସୀଙ୍କୁ ଚକିତ କରିଥିଲା । ଗୋଟିଏ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟାଇଚାଲିଥିଲେ ହତ୍ୟାକାରୀ । କେତେକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଥିବା ବେଳେ ଆଉ କେତକ ଘଟଣା ଏବେ ମଧ୍ୟ ପୋଲିସ ଫାଇଲ ତଳେ ଚାପି ହୋଇ ରହିଯାଇଛି । ନଜର ପକାନ୍ତୁ ଚଳିତ ବର୍ଷ ଦେଶରେ ଘଟିଥିବା କିଛି ଚର୍ଚ୍ଚିତ ହତ୍ୟାକାଣ୍ଡ ଉପରେ ।

ଶ୍ରଦ୍ଧା ଓ୍ବାଲକର
ଶ୍ରଦ୍ଧା ଓ୍ବାଲକର

ପ୍ରେମିକାକୁ ୩୫ ଖଣ୍ଡ କରିଥିଲା ପ୍ରେମିକ(ନୂଆଦିଲ୍ଲୀ)

ଚଳିତ ବର୍ଷର ସବୁଠାରୁ ଚର୍ଚ୍ଚିତ ହତ୍ୟାକାଣ୍ଡ ହେଉଛି ଶ୍ରଦ୍ଧାଓ୍ବାଲକର ହତ୍ୟା ଘଟଣା । ଯାହା ସାମ୍ନାକୁ ଆସିବା ପରେ ପୁରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ବିବାହ ପାଇଁ ଜିଦ କରିବାରୁ ନିଷ୍ଠୁର ପାଲଟିଯାଇଥିଲା ପ୍ରେମିକ । ପ୍ରେମିକା ଶ୍ରଦ୍ଧାଙ୍କୁ ହତ୍ୟା କରି ଶରୀରକୁ ଟିକ ଟିକ କରିଦେଲା ପିଶାଚ ପ୍ରେମିକ ଅଫତାବ । ମୃତଦେହକୁ ୩୫ ଖଣ୍ଡ କରି ଫ୍ରିଜରେ ସାଇତି ରଖିଥିଲା । ଶେଷରେ ଏହି ଘଟଣା ନଭେମ୍ବର ମାସରେ ସାମ୍ନାକୁ ଆସିବା ପରେ ଗିରଫ ହୋଇଥିଲା ପ୍ରେମିକ । ରାଜଧାନୀ ଦିଲ୍ଲୀରେ ଘଟିଥିବା ଏହି ଛାତି ଥରା ଘଟଣା। ପ୍ରେମିକ ନିଜ ପ୍ରେମିକାକୁ ହତ୍ୟା କରି ମୃତଦେହର ଖଣ୍ଡଖଣ୍ଡ ଅଙ୍ଗ ଫ୍ରିଜରେ ରଖିଥିଲା । ଗିରଫ ହେବାପରେ ଲୋକଟାଙ୍କୁରା ହତ୍ୟାକାଣ୍ଡର ସତ ବଖାଣିଲା ଅଭିଯୁକ୍ତ । କ୍ରାଇମ ସିରିଜ ‘ଡେକ୍ସଟର’ ଦେଖି ପ୍ରେମିକାକୁ ହତ୍ୟା କରିଥିବା ପୋଲିସକୁ କହିଥିଲା ଅଫତାବ । ବର୍ତ୍ତମାନ ଅଭିଯୁକ୍ତ ଅଫତାବ ତିହାର ଜେଲରେ ସଜା କାଟୁଛି ।

ସିଦ୍ଧୁ ମୁସେୱାଲା
ସିଦ୍ଧୁ ମୁସେୱାଲା

ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା(ପଞ୍ଜାବ)

ଆପ୍ ନେତୃତ୍ବାଧୀନ ପଞ୍ଜାବ ସରକାର ସିକ୍ୟୁରିଟି ବ୍ୟବସ୍ଥା ପ୍ରତିହାର କରିବା ପରେ ଗତ ମେ'ରେ ଲୋକପ୍ରିୟ ଗାୟକ ତଥା ରାଜନେତା ସିଦ୍ଧୁ ମୁସେୱାଲାଙ୍କୁ ମାନସା ଜିଲ୍ଲାରେ ହତ୍ୟା କରାଯାଇଥିଲା(Sidhu Moose Wala Murder Case) । ମୁସେୱାଲା କାରରେ ନିଜ ସହରକୁ ଯାଉଥିବା ସମୟରେ ତାଙ୍କ ଉପରକୁ ଗୁଳି ଚାଳନା କରାଯାଇଥିଲା । ଏହି ଗୁଳିକାଣ୍ଡରେ ମୁସେୱାଲାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ୨ ବନ୍ଧୁ ଗୁରୁତର ଆହତ ହୋଇଥିଲେ । ଏହାପରେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ସିଦ୍ଧୁ ମୁସେୱାଲାଙ୍କୁ ଗୋଲ୍ଡି ବରାଡ ଏବଂ ଲରେନ୍ସ ବିଷ୍ଣୋଇ ଗୁଳି ଚଳାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଲରେନ୍ସ ବିଷ୍ଣୋଇଙ୍କୁ ପଚରାଉଚରା କରାଯାଇଥିଲା । ବର୍ତତ୍ମାନ ଏହି ଘଟଣାରେ ଅନେକଙ୍କୁ ଗିରଫ କରାଯାଇଛି । କିନ୍ତୁ ଏହି ଘଟଣାର ମାଷ୍ଟର ମାଇଣ୍ଡ ଗୋଲ୍ଡି ବରାଡାକୁ ପୋଲିସ ଗିରଫ କରିପାରି ନାହିଁ ।

ସୋନାଲି ଫୋଗଟ
ସୋନାଲି ଫୋଗଟ

ସୋନାଲି ଫୋଗଟ ହତ୍ୟାକାଣ୍ଡ(ଗୋଆ)

ଅଗଷ୍ଟ 23 ରେ ବିଜେପି ନେତ୍ରୀ ତଥା ଟିକ୍‌ ଟକ୍‌ ଷ୍ଟାର ସୋନାଲିଙ୍କର (Sonali Phogat death case) ଗୋଆର ଏକ ହୋଟେଲରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ପ୍ରଥମେ ମୃତ୍ୟୁର କାରଣ ହାର୍ଟଆଟାକ କୁହାଯାଉଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟରୁ ଆସିଥିଲା ସାଙ୍ଘାତିକ ତଥ୍ୟ । ଶରୀରରେ ଅନେକ ସ୍ଥାନରେ ଆଘାତ ଚିହ୍ନ ରହିଥିବା ଜଣାପଡିଥିଲା । ଏହାପରେ ଗୋଆ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ଏକାଧିକ ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଥିଲା, ଯାହା ହତ୍ୟା ରହସ୍ୟକୁ ଆହୁରି କେନ୍ଦ୍ରୀଭୂତ କରିଥିଲ । ତଦନ୍ତ ଆଧାରରେ ବ୍ୟକ୍ତିଗତ ସହାୟକଙ୍କ ସମେତ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଜବତ ସିସିଟିଭି ଫୁଟେଜରେ ହୋଟେଲରେ ପାର୍ଟି ଚାଲିଥିବା ବେଳେ ସୋନାଲିଙ୍କ ପିଏ ବାଧ୍ୟ କରି ତାଙ୍କୁ ମଦ୍ୟପାନ କରାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ବାରମ୍ବାର ଦାବି ଓ ରହସ୍ୟ ବଢିବା କାରଣରୁ ସିବିଆଇ ତଦନ୍ତ ଆବଶ୍ୟକତା ଥିବା ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସୋରେନ କହିଥିଲେ । ଏନେଇ ସେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ସୁପାରିଶ ମଧ୍ୟ କରିଥିଲେ । ଏହାପରେ ବହୁଚର୍ଚ୍ଚିତ ସୋନାଲି ଫୋଗଟଙ୍କ ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଥିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ।

ଏହା ମଧ୍ୟ ପଢନ୍ତୁ-Year Ender 2022: ଦୁନିଆକୁ ଅଲବିଦା କହିଲେ ହଲିଉଡ ସେଲିବ୍ରିଟି

ଅଙ୍କିତା ଭଣ୍ଡାରି
ଅଙ୍କିତା ଭଣ୍ଡାରି

ଅଙ୍କିତା ଭଣ୍ଡାରି ହତ୍ୟାକାଣ୍ଡ(ଉତ୍ତରାଖଣ୍ଡ)

ଗତ ସେପ୍ଟେମ୍ବର ମାସରେ ଉତ୍ତରାଖଣ୍ଡରେ ହୋଟେଲ ରିସେପ୍ସନିଷ୍ଟ ଅଙ୍କିତା ଭଣ୍ଡାରୀ ହତ୍ୟା ଘଟଣା ସାମ୍ନାକୁ ଆସିଥିଲା । ଅଙ୍କିତା ପ୍ରଥମେ ନିଖୋଜ ଥିବାବେଳେ ତାଙ୍କ ମୃତଦେହ ରିସୋର୍ଟ ନିକଟରେ ଥିବା ଏକ କେନାଲରୁ ଉଦ୍ଧାର ହୋଇଥିଲା । ଏହାପରେ ଯୁବତୀଙ୍କ ବାପା ଓ ଭାଇ ତାଙ୍କର ମୃତଦେହ ଚିହ୍ନଟ କରିଥିଲେ । ଏହାପରେ ଅଙ୍କିତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିବା ପରେ ହୋଟେଲ ମାଲିକ ପୁଲକିତକୁ ଗିରଫ କରାଯାଇଥିଲା । ଏହି ଘଟଣାର ଯାଞ୍ଚ ପରେ ପୋଲିସ ଜାଣିବାକୁ ପାଇଥିଲା ଯେ, ବେଶ୍ୟାବୃତ୍ତି ପାଇଁ ଅଙ୍କିତାଙ୍କୁ ଚାପ ପକାଯାଉଥିଲା । ସବୁଠାରୁ ବଡ କଥା ହେଲା ଅଭିଯୁକ୍ତ ପୁଲକିତ ଉତ୍ତରାଖଣ୍ଡର ପୂର୍ବତନ ମନ୍ତ୍ରୀ ବିନୋଦ ଆର୍ଯ୍ୟଙ୍କ ପୁଅ ଏବଂ ଉତ୍ତରପ୍ରଦେଶ ଓବିସି କଲ୍ୟାଣ ଆୟୋଗର ବର୍ତ୍ତମାନର ଉପାଧ୍ୟକ୍ଷଙ୍କ ଅଙ୍କିତ ଆର୍ଯ୍ୟଙ୍କ ଭାଇ।

Year Ender 2022
Year Ender 2022

ଧନପ୍ରାପ୍ତି ପାଇଁ କେରଳରେ ନରବଳି(କେରଳ)

ଅକ୍ଟୋବର ମାସରେ କେରଳରୁ ନରବଳି ଖବର ସାମ୍ନାକୁ ଆସିଥିଲା । ଏର୍ଣ୍ଣାକୁଲମ ଜିଲ୍ଲାରେ ଗୁଣିଗାରେଡିରେ ସାମିଲ ଥିବା ଏକ ଦମ୍ପତ୍ତି ଦୁଇ ମହିଳାଙ୍କୁ ବଳି ଦେବା ଉଦ୍ଦେଶ୍ୟରେ ଗଳା କାଟି ହତ୍ୟା କରିଥିଲେ । ଦୁଇ ମହିଳାଙ୍କୁ ହତ୍ୟା କରିବା ପରେ ସେମାନଙ୍କ ମୁଣ୍ଡ କାଟି ମୁଣ୍ଡ ବିହୀନ ମୃତଦେହକୁ ପୋତି ଦେଇଥିଲେ। ଗତ କିଛି ମାସ ତଳେ ଦୁଇ ମହିଳା ଏର୍ଣ୍ଣାକୁଲମ ଜିଲ୍ଲାର ପୃଥକ ପୃଥକ ସ୍ଥାନରୁ ନିଖୋଜ ଥିବା ନେଇ ଥାନାରେ ଏତଲା ଦାଏର ହୋଇଥିଲା । ପୋଲିସ ତଦନ୍ତରୁ ଉଭୟଙ୍କୁ ବଳି ଦେବା ଉଦ୍ଦେଶ୍ୟରେ ହତ୍ୟା କରାଯାଇ ମୁଣ୍ଡବହୀନ ମୃତଦେହକୁ ଦମ୍ପତି ପୋତି ଦେଇଥିବା ଜଣାପଡିଥିଲା । ବଳି ଉଦ୍ଦେଶ୍ୟରେ ନିର୍ମମ ହତ୍ୟାର ଶିକାର ହୋଇଥିବା ଦୁଇ ମହିଳା ହେଲେ ରୋସେଲିନ ଓ ପଦ୍ମା । ଏହି ଘଟଣାରେ ପୋଲିସ ଦମ୍ପତି ଓ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଥିଲା ।

କହ୍ନେୟା ଲାଲ
କହ୍ନେୟା ଲାଲ

କହ୍ନେୟା ଲାଲ ହତ୍ୟାକାଣ୍ଡ(ରାଜସ୍ଥାନ)

ଏହି ହତ୍ୟାକାଣ୍ଡ ପୂର୍ବତନ ବିଜେପି ନେତା ନୁପୁର ଶର୍ମା ଇସଲାମ ଓ ପ୍ରଫେଟ ମହମ୍ମଦଙ୍କ ଉପରେ ଦେଇଥିବା ବିବୃତ୍ତିରୁ ଘଟିଥିଲା। ଏହାକୁ ସମର୍ଥନ କରିବାରୁ ରାଜସ୍ଥାନ ମାଲ୍‌ଦାସ ଅଞ୍ଚଳରେ ଜଣେ ଟେଲର୍‌ କହ୍ନେୟାଲାଲ୍‌ ସାହୁଙ୍କ ନିର୍ମମ ହତ୍ୟା କରାଯାଇଥିଲା । ଦୁଇ ଯୁବକ ଗସ ମହମ୍ମଦ ଓ ମହମ୍ମଦ ରିୟାଜ ଅନସାରୀ ଦୋକାନ ଭିତରେ ପଶି ହତ୍ୟା କରିଥିଲେ। ଏହି ଦୃଶ୍ୟକୁ କ୍ୟାମେରାରେ କଏଦ ମଧ୍ୟ କରିଥିଲେ। ହତ୍ୟା ପରେ ଉଭୟ ଭିଡିଓ ଜାରି କରି ଘଟଣାକୁ ସ୍ୱୀକାର କରିଥିଲେ। କହ୍ନେୟା ଲାଲଙ୍କ ଆକାଉଣ୍ଟରୁ ବିଜେପିରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମାଙ୍କ ସପକ୍ଷରେ ପୋଷ୍ଟ କରାଯାଇଥିଲା। ଜଣେ ଲୋକଙ୍କୁ ସମର୍ଥନ କରିଥିବାରୁ ଦୁଇ ଯୁବକ ପ୍ରତିଶୋଧ ନେବା ପାଇଁ ଏପରି ଲୋମହର୍ଷଣକାରୀ ଘଟଣା ଘଟାଇଥିବା ଭିଡିଓରେ କହିଥିଲେ । ଏହି ଘଟଣାରେ ମୋଟ ୯ ଜଣ ଗିରଫ ହୋଇ ସାରିଲେଣି ।

ଚଳିତ ବର୍ଷ ଅପରାଧ ଫର୍ଦ୍ଦରେ ଘଟିଥିଲା ଏହି ସବୁ ଆମାନବୀୟ କାଣ୍ଡ । ଯାହା ପୁରା ଦେଶବାସୀଙ୍କୁ ବେଶ ଆଘାତ ଦେଇଥିଲା । ଆଶା ଆସନ୍ତା ବର୍ଷ ଏମିତି କିଛି ଅଘଟଣ ନଘଟୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.