ETV Bharat / bharat

yearender 2021: ଆହୁରି ଶକ୍ତିଶାଳୀ ହେଲା ପ୍ରତିରକ୍ଷା କ୍ଷେତ୍ର, ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଶତ୍ରୁଙ୍କୁ ଦେବ ଚ୍ୟାଲେଞ୍ଜ - ୨୦୨୧ରେ ଭାରତକୁ ମିଳିଲା ଅତ୍ୟାଧୁନିକ ପ୍ରତିରକ୍ଷା ଉପକରଣ

ଦେଶର ଶାନ୍ତି, ବିକାଶ, ନିରନ୍ତର ପ୍ରଗତି ଏବଂ ଦେଶବୀସୀଙ୍କ ଜୀବନଧାରଣରେ ସର୍ବାଙ୍ଗିନ ଉନ୍ନତି ନିର୍ଭର କରେ ଦେଶର ପ୍ରତିରକ୍ଷା ଉପରେ । ଯେଉଁ ଦେଶର ରକ୍ଷା କ୍ଷେତ୍ର ଯେତେ ଶକ୍ତିଶାଳୀ, ମଜବୁତ ଏବଂ ସ୍ବଦେଶୀ ରୂପେ ବଳବାନ, ସେ ଦେଶର ଉନ୍ନତି ଅପରିହାର୍ଯ୍ୟ ଏବଂ ଚିରସ୍ଥାୟୀମୁଖୀ । ଅର୍ଥାତ ଦେଶର ଆଭ୍ୟନ୍ତରୀଣ ମତଭେଦଠୁ ଆରମ୍ଭ କରି ବୈଦେଶିକ ବିପଦ ପର୍ଯ୍ୟନ୍ତ ତମାମ ସମୀକରଣ ନିର୍ଭରଶୀଳ ପ୍ରତିରକ୍ଷା ଉପରେ । ଆଉ ସେଥିପାଇଁ କୁହାଯାଏ ଯୁଦ୍ଧ ସବୁବେଳେ ଆବଶ୍ୟକ ପଡେନି ଶକ୍ତି ପ୍ରଦର୍ଶନ ମଧ୍ୟ ଯୁଦ୍ଧ ଜିତିବାଠାରୁ କୌଣସି ଗୁଣରେ କମ ନୁହେଁ । ବର୍ଷ 2021ରେ ଠିକ୍ ସେଭଳି କିଛି ପ୍ରତିରକ୍ଷା ଘଟଣାକ୍ରମ ଉପରେ ନଜର ପକାନ୍ତୁ, ଯାହା ଭାରତର ଶତ୍ରୁଙ୍କ ଡରାଇବା ଏବଂ ପଛଘୁଞ୍ଚା ଦେବାକୁ ଯଥେଷ୍ଟ । ଅଧିକ ପଢ଼ନ୍ତୁ

year end special 2021 on India became more powerful with advance defence system
୨୦୨୧ରେ ଆହୁରି ଶକ୍ତିଶାଳୀ ହେଲା ପ୍ରତିରକ୍ଷା କ୍ଷେତ୍ର, ଅତ୍ୟାଧୁନିକ ଯୁଦ୍ଧ ଉପକରଣ ଶତ୍ରୁଙ୍କୁ ଦେବ ଚ୍ୟାଲେଞ୍ଜ
author img

By

Published : Dec 27, 2021, 9:22 PM IST

ନୂଆଦିଲ୍ଲୀ: ଚାହୁଁ ଚାହୁଁ ଶେଷ ହୋଇଗଲା ବର୍ଷ 2021। କୋରୋନା ମହାମାରୀ ସହ ଭାରତ ଶତ୍ରୁ ଦେଶଙ୍କୁ କଡ଼ା ଜବାବ ଦେଇଛି ବର୍ଷ ତମାମ । ଏଥିପାଇଁ ଏହି ବର୍ଷ ଦେଶର ସାମରିକ ବାହିନୀକୁ ଅଧିକ ମଜଭୁତ କରିବାକୁ ପଡ଼ିଥିଲା । ଏହି କ୍ରମରେ ନୌସେନା, ସ୍ଥଳସେନା ଓ ବାୟୁସେନାରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏଥିପାଇଁ ବିଶ୍ବର 5ଟି ସବୁଠାରୁ ଶକ୍ତିଶାଳୀ ସାମରିକ ବାହିନୀ ଦେଶ ମଧ୍ୟରେ ଭାରତ ସ୍ଥାନ ରହିଛି । ସାମରୀକ ବାହିନୀ ପାଇଁ ଭାରତ ସରକାର ବର୍ଷ 2021ରେ 4,78,196 କୋଟି ବଜେଟରେ ପ୍ରାବଧାନ କରିଥିଲେ । ଋଷିଆ, ଆମେରିକା, ଇସ୍ରାଏଲ ଏବଂ ଫ୍ରାନ୍ସ ଭଳି ଶକ୍ତିଶାଳୀ ଦେଶ ସହ ଅନେକ ଡିଫେନ୍ସ ଚୁକ୍ତି କରିଛି ଭାରତ।

2021 ବର୍ଷରେ ଅନେକ ଗୁରୁତ୍ବପୂର୍ଣ୍ଣ ସାମରୀକ ଚୁକ୍ତି ସ୍ବାକ୍ଷର କରିଛି ଭାରତ। ସେଥିମଧ୍ୟରେ 4ଟି ଚୁକ୍ତି ଗୁରୁତ୍ବପୂର୍ଣ୍ଣ ରହିଥିଲା। ଋଷିଆ ସହ AK203 ରାଇଫଲ ଡିଲ୍ ଏବଂ ମଲିଟାରୀ ଟେକ୍ନୋଲୋଜୀ କୋ-ଅପରେଶନ । ଆମେରିକା ସହ ପ୍ରଡେଟର ଡ୍ରୋନ ଚୁକ୍ତି । ଇସ୍ରାଏଲ ସହ ଆଗାମୀପିଢିର ରୋବୋଟିକ୍ ଡ୍ରୋନ ଚୁକ୍ତି (Next Generation Drones, Robotics) ।

AK-203 ରାଇଫଲ ଚୁକ୍ତି

year end special 2021 on India became more powerful with advance defence system
AK-203 ରାଇଫଲ

ଅତ୍ୟାଧୁନିକ AK203 ରାଇଫଲ ତିଆରି ପାଇଁ ଋଷିଆ ସହ ଚୁକ୍ତି କରିଛି ଭାରତ। ଉତ୍ତର ପ୍ରଦେଶର ଅମେଠୀରେ ଋଷିଆ ସହଭାଗିତାରେ ଏହି ରାଇଫଲ ତିଆରି ଫ୍ୟାକ୍ଟ୍ରି ନିର୍ମାଣ ହେବ। ଉଭୟ ଦେଶ ମିଶି ପ୍ରାୟ 6 ଲକ୍ଷ ରାଇଫଲ ତିଆରି କରିବେ । ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ବେଳେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏହାଦ୍ବାରା ଉତ୍ତରପ୍ରଦେଶ ସାମରିକ ବାହିନୀ ଉପକରଣ ତିଆରିର ହବ୍ ପାଲଟିବ।

ମିଲିଟାରୀ ଟେକ୍ନୋଲୋଜୀ କୋ-ଅପରେସନ

ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ବେଳେ ସାମରିକ ସୁରକ୍ଷା ଦିଗରେ ଆଉ ଏକ ବୃହତ ପଦକ୍ଷେପ ନେଇଥିଲେ ଭାରତ ସରକାର। ଦୁଇ ଦେଶ ମଧ୍ୟରେ ମିଲିଟାରୀ ଟେକ୍ନୋଲୋଜୀ ଆଦାନପ୍ରଦାନ ନେଇ ଚୁକ୍ତି ସ୍ବାକ୍ଷର ହୋଇଥିଲା। ଆଗାମୀ ଏକ ଦଶନ୍ଧୀ ପର୍ଯ୍ୟନ୍ତ ଏହି ଚୁକ୍ତି ବଳବତ୍ତର ରହିବ। 20ତମ ଋଷିଆ-ଭାରତ ସାମରିକ ଆନ୍ତଃ ସରକାରୀ ମିଲିଟାରୀ କମିଶନ ଅନ୍ତର୍ଗତ ଦୁଇ ଦେଶର ମିଲିଟାରୀ ଟେକ୍ନିକାଲ ସହାୟତା ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଛି।

ଘାତକ ପ୍ରିଡେଟର ଡ୍ରୋନ

ପ୍ରିଡେଟର ଡ୍ରୋନ

2021ରେ 30ଟି ମଲ୍ଟି ମିଶନ ଡ୍ରୋନ ପାଇଁ ଆମେରିକା ସହ ଚୁକ୍ତି କରିଛି ଭାରତ। ଏଥିପାଇଁ ଭାରତ ଆମେରିକା ସହ 300 କୋଟି ଟଙ୍କାର ଚୁକ୍ତି କରିଛି। ଏହି ଅତ୍ୟାଧୁନିକ ଡ୍ରୋନ ଗୁଡ଼ିକ ପାଇଁ ପ୍ରଥମେ ଭାରତୀୟ ନୌସେନା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ତେବେ 30ଟି ଡ୍ରୋନ୍ ଆସିଲେ ପ୍ରତ୍ୟେକ ସେନାରେ 10ଟି ଲେଖାଏଁ ଡ୍ରୋନ ସାମିଲ ହେବ।

ଆମେରିକା ସେନା ବିକଶିତ କରିଥିବା ଏହି ମାନବ ରହିତ ପାଇଲଟ୍ ବିହୀନ ଡ୍ରୋନ ରିମୋଟ ଦ୍ବାରା ପରିଚାଳିତ ହୋଇ ପାରିବ। ସବୁଠାରୁ ବଡ଼ କଥା ହେଉଛି 35 ଘଣ୍ଟା କାଳ ନିର୍ଦ୍ବନ୍ଦ୍ବରେ ଏହି ଡ୍ରୋନ ଉଡ଼ି ପାରିବ। ଏହି ଡ୍ରୋନର ସବୁଠାରୁ ଖାସ କଥା ହେଉଛି, ଏହା ସର୍ବେକ୍ଷଣ, ଅନୁସନ୍ଧାନ କରିବା ସହ ଗୁପ୍ତଚର ଭଳି କାର୍ଯ୍ୟ କରିବା। ଶତୃକୁ ଟାର୍ଗେଟ କରି ଧ୍ବଂସ କରିବା କ୍ଷମତା ମଧ୍ୟ ଏହି ଡ୍ରୋନ ପାଖରେ ରହିଛି।

ରବୋବୋଟିକ ନେକ୍ସଟ୍ ଜେନେରେସନ ଡ୍ରୋନ

ଗତ ନଭେମ୍ବର ମାସରେ ଭାରତ ଓ ଇସ୍ରାଏଲ୍ ମଧ୍ୟରେ ସାମରିକ ଶକ୍ତିର ବିକାଶ ପାଇଁ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ମୁତାବକ ଭାରତ ଓ ଇସ୍ରାଏଲ ମିଶି ଡ୍ରୋନ୍, ରବୋଟିକ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କ୍ବାଣ୍ଟମ କମ୍ପ୍ୟୁଟିଂ ବିକାଶ କରିବା ଦିଗରେ କାର୍ଯ୍ୟ କରିବେ। ଏହି ଦ୍ବିପାକ୍ଷିକ ଇନୋଭେସନ ଚୁକ୍ତି ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ଏବଂ ଇସ୍ରାଏଲର ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ନିର୍ଦ୍ଦେଶାଳୟ ମଧ୍ୟରେ ସ୍ବାକ୍ଷରିତ ହୋଇଛି।

ଏହି ଚୁକ୍ତି ଅନୁଯାୟୀ ଦୁଇ ଦେଶରେ ସାମରିକ ଉପକରଣ ତିଆରି କରୁଥିବା ନୂଆ ଉଦ୍ୟୋଗ ଦିଗରେ ଉଭୟ ଦେଶ ମିଳିତ ଭାବରେ କାର୍ଯ୍ୟ କରିବେ। ଏଥିରେ ମୁଖ୍ୟତଃ ଡ୍ରୋନ୍, ରବୋଟିକ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କ୍ବାଣ୍ଟମ କମ୍ପ୍ୟୁଟିଂ ଟେକ୍ନୋଲୋଜୀ ଫଟୋନିକସ, ବାୟୋସେନ୍ସିଂ, ବ୍ରେନ ମେସିନ ଇଣ୍ଟରଫେସ, ଏନର୍ଜି ଷ୍ଟୋରେଜ, ପରିଧାନ ଯୋଗ୍ୟ ଡିଭାଇସ, ପ୍ରାକୃତିକ ଭାଷା ପ୍ରକ୍ରିୟାକରଣକୁ ଅଗ୍ରାଧିକାର ଦିଆଯିବ। ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି।

ଏହି ପ୍ରମୁଖ ଚୁକ୍ତିକୁ ଛାଡ଼ି ଭାରତ ସାମରିକ ବାହିନୀକୁ ଶକ୍ତିଶାଳୀ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ମେକ୍ ଇନ୍ ଇଣ୍ଡିଆ (Make In India) ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିଲା। ତା ସହିତ କେତେକ ଗୁରୁତ୍ବପୂର୍ଣ୍ଣ ଯୁଦ୍ଧାସ୍ତ୍ର, ସବମେରାଇନ ବା ବୁଡ଼ା ଜାହାଜ ମଧ୍ୟ ସେନାରେ ସାମିଲ ହୋଇଛି। ଯାହାଫଳରେ କୌଣସି ଶତ୍ରୁ ଦେଶ ଭାରତ ଉପରେ ଆଖି ପକାଇବା ଆଗରୁ ଭାବିବାକୁ ବାଧ୍ୟ ହେବ ।

INS କରଞ୍ଜ

2021 ମାର୍ଚ୍ଚ ମାସରେ ଭାରତୀୟ ନୌସେନାରେ ସାମିଲ ହେଲା ତୃତୀୟ kalavari-class ସବମେରାଇନ(Third kalavari-class submarine)। ଗୋଟିଏ ନୁହେଁ ଏହଭଳି ଭାବରେ 6ଟି ଭେରାଇଟି ସବମେରାଇନ ଭାରତୀୟ ନୌସେନାରେ ସାମିଲ ହୋଇଛି। ବିଛା ଆକୃତିରେ ତିଆରି ହୋଇଥିବା ଏହି ସବମେରାଇନ ମୁମ୍ବାଇର ନାଭାଲ ଡକୟାର୍ଡରେ ଭାରତୀୟ ନୌସେନାରେ ସାମିଲ ହୋଇଛି। ଏହି ଯାହାଜ ଚାଲିବା ବେଳେ କୌଣସି ଶବ୍ଦ ବାହାରେ ନାହିଁ। ଏହି ବୁଡ଼ା ଯାହାଜର ସ୍ଲୋଗାନ ହେଉଛି ନିତ୍ୟା ନିର୍ଘୋଷ ଓ ନିର୍ଭିକ। ଏହି ବୁଡ଼ା ଯାହାଜ 18 ଟର୍ପେଡୋସକୁ(ସବମେରାଇନ ପ୍ରତିଘାତ କରୁଥିବା ଏକ ବମ୍) ଏକା ସାଙ୍ଗରେ ନେଇ ପାରିବ।

INS ବେଲା

ଏହି ସିରିଜର ଚତୁର୍ଥ ସବମେରାଇନ ହେଉଛି INS ବେଲା। ଏହା ନଭେମ୍ବର 25 ତାରିଖରେ ଭାରତୀୟ ନୌସେନାରେ ସାମିଲ ହୋଇଥିଲା। ଏହି ବିଛା ଆକୃତିର ସବମେରାଇନ ମାଜଗାଓଁ ଡକ ଶିପବିଲ୍ଡର୍ସ ଲିମିଟେଡ ମୁମ୍ବାଇ ପକ୍ଷରୁ ନିର୍ମାଣ ହୋଇଛି। ଏହି ସବମେରାଇନକୁ ଡ୍ରୋନ୍ ବା ପ୍ରିଡେଟର ଟ୍ରାକ୍ କରି ପାରିବ ନାହିଁ।

INS ବିଶାଖାପାଟନମ୍

ନଭେମ୍ବର 21 ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଏହା ନୌସେନାରେ ସାମିଲ ହୋଇଥିଲା। INS ବିଶାଖାପାଟନମର ଖାସ କଥା ହେଉଛି ଏହା ଗୁପ୍ତ ଭାବରେ ବିଚରଣ କରିବା ସହ ଶତ୍ରୁ ମିସାଇଲକୁ ଧ୍ବଂଶ କରିବା କ୍ଷମତା ରଖିଛି । ଏହାକୁ ମଧ୍ୟ ମାଜାଗନ ଡକ ଶିପବିଲ୍ଡର୍ସ ଲିମିଟେଡ ମୁମ୍ବାଇ ତିଆରି କରିଛି।

ଲାଇଟ କମ୍ବାଟ ହେଲିକପ୍ଟର (Light Combat Helicopter)

ଲାଇଟ କମ୍ବାଟ ହେଲିକପ୍ଟର

ନଭେମ୍ବର 19 ତାରିଖରେ ହିନ୍ଦୁସ୍ତାନ ଏନୋନୋଟିକ୍ସ ଲିମିଟେଡ ଦ୍ବାରା ବିକଶିତ ହୋଇଥିବା ଏହି ହେଲିକପ୍ଟର ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା। ଏୟାର ଚିଫ୍ ମାର୍ଶଲ ଭିଆର ଚୌଧୁରୀଙ୍କ ଉପସ୍ଥିତିରେ ଏହାକୁ ବାୟୁସେନାକୁ ହସ୍ତାନ୍ତର କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଲାଇଟ କମ୍ବାଟ ହେଲିକପ୍ଟର 5 ହଜାର ମିଟର (altitude) ଉଚ୍ଚତାରୁ ଉଡ଼ାଣ ଭରି ପାରିବ।

ସ୍ମାର୍ଟ ଏୟାର ଆଣ୍ଟି ଏୟାର-ଫିଲ୍ଡ ୱିପନ (Smart Anti airfield weapon)

ସ୍ମାର୍ଟ ଏୟାର ଆଣ୍ଟି ଏୟାର-ଫିଲ୍ଡ ୱିପନ

ସ୍ମାର୍ଟ ଏୟାର ଆଣ୍ଟି ଏୟାର-ଫିଲ୍ଡ ୱିପନକୁ ବିକଶିତ କରିଛି ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ। ଅଧିକ ଦୂର ପର୍ଯ୍ୟନ୍ତ ଏହି ମିସାଇଲ ଲକ୍ଷ୍ୟ ଭେଦ କରି ପାରିବାର କ୍ଷମତା ରଖିଛି। ସ୍ଥଳଭାଗରେ ଶତୃକୁ ବିନାଶ କରିବା ପାଇଁ ଏହାର ବିକଶିତ ହୋଇଛି। 100 କିମି ରେଞ୍ଜ ମଧ୍ୟରେ ଏହା ଟାର୍ଗେଟ କରି ପାରିବ। ଡସେମ୍ବର ମାସ ପହିଲାରେ ଏହା ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା।

S-400 ମିସାଇଲ ଡିଫେନ୍ସ ସିଷ୍ଟମ (S-400 missile Defence system)

S-400 ମିସାଇଲ ଡିଫେନ୍ସ ସିଷ୍ଟମ

S-400 ମିସାଇଲ ଡିଫେନ୍ସ ସିଷ୍ଟମ ଆକାଶରେ ପାକିସ୍ତାନ ଓ ଚୀନ୍ ଭଳି ଶତ୍ରୁ ମାନଙ୍କୁ କଡ଼ା ଜବାବ ଦେବାକୁ ଭାରତୀୟ ସେନାରେ ସାମିଲ ହୋଇଛି। ଏଥିପାଇଁ 2021 ବର୍ଷ ପଞ୍ଜାବ ସେକ୍ଟରରେ S-400 ଡିଫେନ୍ସ ମିସାଇଲ ସିଷ୍ଟମ। ଅଗଷ୍ଟ 11 ତାରିଖରେ ଏହା ଭାରତୀୟ ସେନାରେ ସାମିଲ ହୋଇଛି। ସେହି ମାସରେ ଋଷିଆ ଏହି ସିଷ୍ଟମର ପ୍ରଥମ ସ୍କ୍ବାର୍ଡନ ସପ୍ଲାଇ କରିଥିଲା । 400ରୁ 600 କିମି ମଧ୍ୟରେ କୌଣସି ଆକାଶୀ ଟାର୍ଗେଟକୁ ହିଟ କରିବା ସହିତ ଏହି ବାୟୁ ପ୍ରତିରକ୍ଷା ପ୍ରଣାଳୀ ବିଶ୍ବର ସର୍ବଶ୍ରେଷ୍ଠ ଭାବେ ପରିଚିତ ।

ସ୍ବାମ୍ ଡ୍ରୋନ ସିଷ୍ଟମ (Swam Drone System)

ସ୍ବାମ୍ ଡ୍ରୋନ ସିଷ୍ଟମ

ଗତ ସେପ୍ଟେମ୍ବର ମାସରେ ଭାରତୀୟ ସାମରିକ ବାହିନୀ ଏହି ଅତ୍ୟାଧୁନିକ ଡ୍ରୋନ୍ ସିଷ୍ଟମ ପାଇଁ ଭାରତୀୟ କମ୍ପାନୀ ଓ ଅୟମାରମ୍ଭ ଉଦ୍ୟୋଗଗୁଡ଼ିକ ସହ ଚୁକ୍ତି ସ୍ବାକ୍ଷର କରିଛି। ପ୍ରଥମ ଥର ପାଇଁ ଏଭଳି ଏକ ଡ୍ରୋନ ପାଇଁ ଚୁକ୍ତି ସ୍ବାକ୍ଷର କରିଛି ସାମରିକ ବାହିନୀ। ଏହି ଡ୍ରୋନର ସର୍ବେକ୍ଷଣ କ୍ଷମତା ସର୍ବାଧିକ ରହିଛି। ତା ସହିତ ଅଧିକ ଉଚ୍ଚତାରେ ଶତ୍ରୁ ଆକ୍ରମଣ ବେଳେ ମଧ୍ୟ ଏହାର କାର୍ଯ୍ୟକ୍ଷମ କ୍ଷମତା ରହିଛି। ଦୁର୍ଗମ ଅଞ୍ଚଳରେ ପ୍ରତିକୁଳ ପରିସ୍ଥିତିରେ ଏହା ସେନାକୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଇ ପାରିବ । ଯେଭଳି କି ମେଡିକାଲ କିଟ୍ ଓ ଅନ୍ୟାନ୍ୟ ସାମରିକ ଉପକରଣ । ଏହା ମଧ୍ୟ ମେକ୍ ଇନ୍ ଇଣ୍ଡିଆର ଏକ ଅଂଶ।

ଅଗ୍ନି-5 (Agni-5)

ଅଗ୍ନି-5

ଏଣିକି ଶତ୍ରୁ ଦେଶର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବ ମିସାଇଲ୍ ଅଗ୍ନି 5 । 2021 ଜୁନ୍ ମାସରେ ଏହି ମିସାଇଲର ସଫଳ ପରୀକ୍ଷଣ କରାଯାଇଛି। ଓଡ଼ିଶା ବାଲେଶ୍ବରର ଏହି ମିସାଇଲର ପରୀକ୍ଷଣ କରାଯାଇଥିଲା। ଅଗ୍ନି ମିସାଇଲ ସିରିଜର ଏହା ସର୍ବୋତ୍କୃଷ୍ଟ ମିସାଇଲ। 5 ହଜାରରୁ 8 ହଜାର କିମି ମଧ୍ୟରେ ଏହା ଟାର୍ଗେଟ କରିବା କ୍ଷମତା ରଖିଛି।

ଏସବୁ ସହିତ ସ୍ଥଳସେନା ପାଇଁ ଆମ ଦେଶରେ ହିଁ ଆର୍ଟିଲାରି ଗନ୍ ସିଷ୍ଟମ ବିକିଶିତ କରାଯାଇଛି । ଲାଇଟ କମ୍ବାଟ ଏୟାରକ୍ରାଫ୍ଟ ମଧ୍ୟରେ ତେଜସ, ଆକାଶ ମଧ୍ୟ ଭାରତରେ ବିକଶିତ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.