ETV Bharat / bharat

ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ, ବିପଦ ସଙ୍କେତ ଡେଇଁଲା ଯମୁନା

author img

By

Published : Jul 12, 2023, 4:10 PM IST

Updated : Jul 12, 2023, 4:31 PM IST

ପ୍ରବଳ ବର୍ଷାରେ ରାଜଧାନୀ ଦିଲ୍ଲୀ ବେହାଲ । ଯମୁନା ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଦେଇ ପ୍ରବାହିତ ହେଉଥିବା ବେଳେ ସହରରେ ବନ୍ୟା ଭୟ ଦେଖା ଦେଇଛି । ଅଧିକ ପଢ଼ନ୍ତୁ

yamuna water level crosses warning mark
ପ୍ରବଳ ବର୍ଷାରେ ରାଜଧାନୀ ଦିଲ୍ଲୀ ବେହାଲ

ନୂଆଦିଲ୍ଲୀ: ଗତ ତିନିଦିନ ଧରି ଉତ୍ତର ଭାରତରେ ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ଗମ୍ଭୀର ରୂପ ନେଇଛି । ପାହାଡ଼ିଆ ରାଜ୍ୟ ମାନଙ୍କରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ନଦୀରେ କ୍ରମାଗତ ଭାବେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । କେଉଁଠି ଭୂସ୍ଖଳନ ଘଟୁଛି ତ ଆଉ କେଉଁଠି ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗତ ୪୮ ଘଣ୍ଟାର ଲଗାଣ ବର୍ଷାରେ ରାଜଧାନୀ ଦିଲ୍ଲୀର ସ୍ଥିତି ବେହାଲ ହୋଇଛି । ବର୍ଷା ଦୀର୍ଘ ୪୦ ବର୍ଷରେ ରେକର୍ଡ ଭାଙ୍ଗିଥିବା ବେଳେ ବନ୍ୟା ଭୟ ରହିଛି । ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ନଦୀର ଜଳସ୍ତର ବୃଦ୍ଧି ହେବାର ପ୍ରଭାବର ଦିଲ୍ଲୀରେ ଦେଖିବାକୁ ମିଳିଛି । ଦିଲ୍ଲୀରେ ପ୍ରବାହିତ ଯମୁନା ନଦୀରେ ବନ୍ୟାଜଳ ବିପଦ ସଙ୍କୁଳ ଟପି ପ୍ରବାହିତ ହେଉଥିବା ବେଳେ ଜଳସ୍ତର ୨୦୭.୫୫ ମିଟରରେ ପହଞ୍ଚିଛି । ଯାହା ଦୀର୍ଘ ୪୫ ବର୍ଷର ରେକର୍ଡ ଭାଙ୍ଗିଛି ।

ଏହା ମଧ୍ୟ ପଢ଼ନ୍ତୁ: Delhi Rains: ବନ୍ୟା ସ୍ଥିତି ସୃଷ୍ଟି ହେବନାହିଁ କହିଲେ କେଜ୍ରିଓ୍ବାଲ

ଶେଷଥର ପାଇଁ ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ୧୯୭୮ରେ ରେକର୍ଡ ସ୍ତର ୨୦୭.୪୯ ଥିଲା । ଚଳିତ ବର୍ଷ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତରର ରେକର୍ଡ ଭାଙ୍ଗିଛି । ଜଳସ୍ତର ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜରୁରୀ ବୈଠକ ଡାକିଛନ୍ତି । ଯମୁନା ନଦୀ ଫୁଲୁ ଥିବାରୁ ଏହାର ଆଖପାଖ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ଫଳରେ ଯାତାୟତ ପ୍ରଭାବିତ ହୋଇଛି । ଏପରିକି ଅନେକ ଘର ପାଣି ଘେରରେ ରହିଛି । କିଛି ସ୍ଥାନରେ ରାସ୍ତା ଉପରେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ଲମ୍ବା ଟ୍ରାଫିକ ଜାମ ଦେଖିବାକୁ ମିଳୁଛି । ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଅଗ୍ନିଶମ ବାହିନୀ, ସୁରକ୍ଷାକାରୀ ଦଳ ସମେତ ପ୍ରଶାସନ ଆଲର୍ଟ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: Himachal Rains: ହିମାଚଳରେ ବର୍ଷା ବିତ୍ପାତ, ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି

ପାଣିପାଗ ସୂଚନା ଅନୁଯାୟୀ, ଆସନ୍ତା କିଛି ଦିନ ଯାଏ ପାହାଡ଼ିଆ ରାଜ୍ୟ ମାନଙ୍କରେ ପ୍ରବଳ ବର୍ଷା ଜାରି ରହିବ । ଏଭଳି ପରିସ୍ଥିତିରେ ଯମୁନା ନଦୀର ଜଳସ୍ତର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେଣୁ ଉକ୍ତ ରାଜ୍ୟକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି ।

Last Updated : Jul 12, 2023, 4:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.