ETV Bharat / bharat

ସୁବ୍ରମଣ୍ୟମ ସ୍ୱାମୀଙ୍କ ବାସଭବନରେ ରହିବ ୱାଇ ସୁରକ୍ଷା

author img

By

Published : Nov 4, 2022, 11:30 AM IST

Updated : Nov 4, 2022, 4:33 PM IST

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀଙ୍କ ବାସଭବନରେ ୱାଇ ସୁରକ୍ଷା ଯୋଗାଇ ଦିଆଯିବ । ଅଧିକ ପଢନ୍ତୁ

ସୁବ୍ରମଣ୍ୟମ ସ୍ୱାମୀଙ୍କ ବାସଭବନରେ ରହିବ ୱାଇ ସୁରକ୍ଷା
ସୁବ୍ରମଣ୍ୟମ ସ୍ୱାମୀଙ୍କ ବାସଭବନରେ ରହିବ ୱାଇ ସୁରକ୍ଷା

ନୂଆଦିଲ୍ଲୀ: ସୁବ୍ରମଣ୍ୟମ ସ୍ୱାମୀଙ୍କୁ ୱାଇ ସୁରକ୍ଷା । ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୁ୍ବ୍ରମଣ୍ୟମ ସ୍ବାମୀଙ୍କ ବାସଭବନରେ ୱାଇ ସୁରକ୍ଷା ଯୋଗାଇ ଦିଆଯିବ । ସୁବ୍ରମଣ୍ୟମ ସ୍ବାମୀଙ୍କ ଓକିଲ କହିଛନ୍ତି କି ଆସନ୍ତାକାଲି ସୁଦ୍ଧା ସରକାରୀ ବଙ୍ଗଳା ଖାଲି କରିବ ସୁବ୍ରମଣ୍ୟମ । ରାଜସ୍ଥାନ ସାଂସଦ ଥିବା ସମୟରେ ତାଙ୍କୁ ଏହି ସରକାରୀ ବଙ୍ଗଳା ମିଳିଥିଲା । ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ତାଙ୍କୁ 26 ଅକ୍ଟୋବର ସୁଦ୍ଧା ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସୁରକ୍ଷା ନେଇ ସୁବ୍ରମଣ୍ୟମ ଏକ ଆବେଦନ କରିଥିଲେ । କେନ୍ଦ୍ର ସରକାର ଅତିରିକ୍ତ ସଲିସିଟର ଜେନେରାଲ ସଞ୍ଜୟ ଜୈନଙ୍କ ମାଧ୍ୟମରେ ଏକ ସତ୍ୟପାଠ ଦାଖଲ କରିଛନ୍ତି । Z ପ୍ଲସ ସୁରକ୍ଷା ଅଧୀନରେ ଆବେଦନକାରୀଙ୍କୁ y ସୁରକ୍ଷା ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଏହା ବି ପଢନ୍ତୁ...ଦିଲ୍ଲୀରେ ବନ୍ଦ ହେବ ସ୍କୁଲ, ଅନଲାଇନ କ୍ଲାସ ପାଇଁ ମିଳିଲା ନିର୍ଦ୍ଦେଶ

ସୁବ୍ରମଣ୍ୟମ ସ୍ବାମୀ ସାଂସଦ ଥିବା ବେଳେ ଏହି ବଙ୍ଗଳା ତାଙ୍କୁ ପ୍ରଦାନ କରାଯାଇଥିଲା । ତେବେ ଚଳିତ ବର୍ଷ ତାଙ୍କର ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟକାଳ ଶେଷ ହୋଇଥିଲା । କାର୍ଯ୍ୟକାଳ ଶେଷ ହେବା ପରେ ମଧ୍ୟ ସେ ସୁରକ୍ଷା ସମ୍ପର୍କିତ କାରଣ ଦର୍ଶାଇ ଉକ୍ତ ବଙ୍ଗଳାରେ ରହି ଆସୁଥିଲେ । ତାଙ୍କୁ ଆଉ ଥରେ ଏହା ଆବଣ୍ଟିତ କରାଯାଉ ବୋଲି ମଧ୍ୟ ସେ ଆବେଦନ ମଧ୍ୟ କରିଥିଲେ ।

ସ୍ବାମୀ Z ବର୍ଗର ସୁରକ୍ଷା ଶ୍ରେଣୀଭୁକ୍ତ ରହିଥିଲେ। ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା ଏହା ପରେ ତାଙ୍କୁ ୱାଇ ସୁରକ୍ଷା ପ୍ରଦାନ କରାଯିବ ବୋଲି ଜଣାପଡିଛି । ଆସନ୍ତାକାଲି ସେ ସରକାରା ବଙ୍ଗଳା ଖାଲି କରିବେ । ତାଙ୍କୁ ସୁରକ୍ଷା ପ୍ରଦାନ କରାଯିବ । ମାତ୍ର ପୁନର୍ବାର ବଙ୍ଗଳା ଆବଣ୍ଟନ କରାଯିବ ନାହିଁ । ସୁରକ୍ଷା ନିଶ୍ଚିନ୍ତ କରିବାକୁ ଏଜେନ୍ସି ପକ୍ଷରୁ ପଦକ୍ଷେପ ନିଆଯାଇଛି । ତାଙ୍କ ବାସଭବନ ଆଗରେ ସୁରକ୍ଷାକର୍ମୀ ନିୟୋଜିତ ହେବ ।

Last Updated : Nov 4, 2022, 4:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.