ETV Bharat / bharat

ସୁଶୀଲଙ୍କ ପାଇଁ ବଢୁଛି ଅଡୁଆ; ମାଡ ପିଟ୍‌ ଫଟୋ ଭାଇରାଲ - chhatrasal stadium

ଛତ୍ରଶାଳା ଷ୍ଟାଡିୟମରେ ହୋଇଥିବା ମାଡପିଟ ଘଟଣା ନେଇ ସୁଶୀଲଙ୍କ ପାଇଁ ବଢୁଛି ଅଡୁଆ । ମେ 4 ତାରିଖରେ ହୋଇଥିବା ମାଡପିଟର ଫଟୋ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

ମାଡପିଟ ଫୋଟ ଭାଇରାଲ
ମାଡପିଟ ଫୋଟ ଭାଇରାଲ
author img

By

Published : May 28, 2021, 1:10 PM IST

ନୂଆଦିଲ୍ଲୀ: ଛତ୍ରଶାଳା ଷ୍ଟାଡିୟମରେ ହୋଇଥିବା ମାଡପିଟ ଘଟଣା ନେଇ ସୁଶୀଲଙ୍କ ପାଇଁ ବଢୁଛି ଅଡୁଆ । ମେ 4 ତାରିଖରେ ହୋଇଥିବା ମାଡପିଟର ଫଟୋ ଭାଇରାଲ ହେବାରେ ଲାଗିଛି । ଯାହା ଅଲମ୍ପିକ ବିଜେତାଙ୍କୁ ଅଡୁଆରେ ପକାଇଛି ।

ଭାଇରାଲ ହେଉଥିବା ଫଟୋରେ କିଛି ଯୁବକ ଜଣେ ଯୁବକଙ୍କୁ ତଳେ ପକାଇ ପିଟିବାରେ ଲାଗିଥିବା ଦେଖିବାକୁ ମିଳିଛି । ପିଟୁଥିବା ଯୁବକ ଜଣକ ଆଉ କେହି ନୁହେଁ ବରଂ ସୁଶୀଲ କୁମାର ନିଜେ ବୋଲି ନଜରକୁ ଆସିଛି । ସୁଶୀଲ ହାତରେ ଏକ ବାଡି ଧରିଛନ୍ତି ଯେଉଁଥିରେ ସାଗରଙ୍କୁ ପିଟା ଯାଇଥିଲା । ଏହାଛଡା ପୋଲିସ ହାତରେ ଏହି ଘଟଣାର ଭିଡିଓ ମଧ୍ୟ ଲାଗିଛି ।

ପ୍ରକାଶଥାଉ କି, ଗତ ମେ 4 ତାରିଖରେ ଛତ୍ରଶାଳା ସୁଶୀଲ ଓ ତାଙ୍କ ସହଯୋଗୀ ମୃତ ସାଗର ଓ ତାଙ୍କ ସାଥୀଙ୍କୁ ପ୍ରବଳ ମାଡ ମାରିଥିଲେ । ଏହି ଘଟଣାରେ ସାଗରଙ୍କର ମୃତ୍ୟୁ ହୋଇଥିଲା । ସେବେଠୁ ସୁଶୀଲ ଓ ତାଙ୍କ ସାଥୀ ଫେରାର ଥିଲେ । ରବିବାର ଦିଲ୍ଲୀ ମୁଣ୍ଡକା ଅଞ୍ଚଳରୁ ଦିଲ୍ଲୀ ପୋଲିସର ଏକ ସ୍ବତନ୍ତ୍ର ଟିମ ସୁଶୀଲ ଓ ତାଙ୍କ ସହଯୋଗୀକୁ ଗିରଫ କରିଥିଲା । ସୁଶୀଲଙ୍କୁ 6 ଦିନିଆ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସ । ପୂର୍ବରୁ ସାଗର ରାଣା ହତ୍ୟା ମାମଲାରେ ଫେରାର ଥିବା ଭାରତର ତାରକା ସୁଶୀଲ କୁମାର ଗିରଫ ଭୟରେ ଦିଲ୍ଲୀର ରୋହିଣୀ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ କୋର୍ଟ ତାଙ୍କ ଜାମିନ ଖାରଜ କରିଥିଲେ । ମେ 23 ତାରିଖରେ ଦିଲ୍ଲୀ ମୁଣ୍ଡକା ଅଞ୍ଚଳରୁ ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.