ETV Bharat / bharat

ବିଶ୍ବ ଦେଖିବ ସ୍ବାଧୀନ ଭାରତର ଚମକ, ଆମେରିକାରେ ଉଡିବ ତ୍ରିରଙ୍ଗା - ବିଶ୍ବର ପ୍ରସିଦ୍ଧ ଅଟ୍ଟାଳିକା

ତ୍ରିରଙ୍ଗା ରଙ୍ଗରେ ଆଲୋକିତ ହେବ ବିଶ୍ବର ବିଭିନ୍ନ ପ୍ରସିଦ୍ଧ ଅଟ୍ଟାଳିକା । ସ୍ବତନ୍ତ୍ରତା ଦିବସରେ ସାରା ବିଶ୍ବ ଦେଖିବ ତ୍ରିରଙ୍ଗାର ଜଲୱା । ଦିଲ୍ଲୀଠୁ ଆରମ୍ଭ କରି ପଲ୍ଲୀ ଯାଏଁ ସବୁକିଛି ଝଲସିବ ସ୍ବାଧୀନତା ରଙ୍ଗରେ । ଅଧିକ ପଢନ୍ତୁ...

ବିଶ୍ବ ଦେଖିବ ସ୍ବାଧୀନ ଭାରତର ଚମକ, ଆମେରିକାର ଉଡିବ ତ୍ରିରଙ୍ଗା

author img

By

Published : Aug 14, 2021, 9:59 PM IST

ନୂଆଦିଲ୍ଲୀ: ଆଉ କେଇ ମୁହୂର୍ତ୍ତର ଅପେକ୍ଷା । ରାତି ପାହିଲେ ଦେଶ ମନାଇବ ଆଜାଦୀର ମହୋତ୍ସବ । ସ୍ବାଧୀନ ଭାରତକୁ ପୁରିବ ୭୫ ବର୍ଷ । ତେବେ ଚଳିତ ବର୍ଷ ସ୍ବତନ୍ତ୍ରତା ଦିବସରେ ସାରା ବିଶ୍ବ ଦେଖିବ ତ୍ରିରଙ୍ଗାର ଜଲୱା । କାରଣ ସ୍ବାଧୀନ ଭାରତର ତ୍ରିରଙ୍ଗରେ ରଙ୍ଗେଇ ହେବ ବିଶ୍ବର ବିଭିନ୍ନ ପ୍ରତିଷ୍ଠିତ ଅଟ୍ଟାଳିକା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆକାଂକ୍ଷା ଅନୁରୂପ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ କରିଛି । 'ଆଜାଦୀ କା ଅମୃତ ମହୋତ୍ସବ'ର ଏକ ଅଂଶ ଭାବେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ମନ୍ତ୍ରଣାଳୟ ବିଭିନ୍ନ ଦେଶର ପ୍ରତିଷ୍ଠିତ କୋଠା ଏବଂ ପର୍ଯ୍ୟଟନସ୍ଥଳ ଚୟନ କରିବା ସହ ସମସ୍ତ ଔପଚାରିକତା ଶେଷ କରିଛି ।

ବିଶ୍ବ ଦେଖିବ ସ୍ବାଧୀନ ଭାରତର ଚମକ, ଆମେରିକାର ଉଡିବ ତ୍ରିରଙ୍ଗା
ବିଶ୍ବ ଦେଖିବ ସ୍ବାଧୀନ ଭାରତର ଚମକ, ଆମେରିକାର ଉଡିବ ତ୍ରିରଙ୍ଗା

ବୈଦେଶିକ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ଏଥର ସ୍ବାଧୀନତା ଦିବସକୁ ନେଇ ବିଶ୍ବରେ ଥିବା ଭାରତୀୟ ଦୂତବାସମାନ ପୁରା ପ୍ରସ୍ତୁତି ଆରମ୍ଭ କରସାରିଛନ୍ତି । ଆମେରିକା, ବ୍ରିଟେନ, ଦୁବାଇ ସମେତ ଅନେକ ସମୃଦ୍ଧଶାଳୀ ରାଷ୍ଟ୍ରର ୭୫ଟି ବିଶ୍ବ ପ୍ରସିଦ୍ଧ କୋଠା ଅଗଷ୍ଟ ୧୫ ତାରିଖ ସନ୍ଧ୍ୟାରୁ ୧୬ ଅଗଷ୍ଟ ସକାଳ ଯାଏଁ ତ୍ରିରଙ୍ଗାର ଆଲୋକରେ ଝଲସିବ । କେବଳ ଏତିକି ନୁହେଁ, କାନାଡାସ୍ଥିତ ବିଶ୍ବ ପ୍ରସିଦ୍ଧ ନିୟାଗ୍ରା ଜଳପ୍ରପାତରେ ପ୍ରବାହିତ ଜଳଧାରା ମଧ୍ୟ ତିନି ରଙ୍ଗରେ ଦୃଶ୍ୟମାନ ହେବ ।

ଯେଉଁସବୁ ମୁଖ୍ୟ ଅଟ୍ଟାଳିକକୁ ତିନି ରଙ୍ଗର ଆଲୋକମାଳାରେ ସୁସଜ୍ଜିତ କରାଯିବ ସେଥିରେ ଜେନେଭାସ୍ଥିତ ସଂଯୁକ୍ତ ରାଷ୍ଟ୍ର ସଙ୍ଘର ମୁଖ୍ୟାଳୟ, ଆମେରିକାର ଏମ୍ପାୟାର ଷ୍ଟେଟ ବିଲ୍ଡିଂ, ଦୁବାଇର ବୁର୍ଜ ଖଲିଫା, ଋଷର ଇଭ୍ୟୁଲେସନ ଟାୱାର, ସାଉଦୀ ଆରବର ଅବୁଧାବି ସହରର ଜଣାଶୁଣା ଏଡିଏନଓସି ଗ୍ରୁପ ଟାୱାର ଏବଂ ୟୁନାଇଟେଡ କିଙ୍ଗଡମର ବର୍ମିଂହାମ ପୁସ୍ତକାଳୟ ଭବନ ଆଦି ଅନ୍ତର୍ଭୁକ୍ତ ।

ଏହି ପରିପ୍ରେକ୍ଷୀରେ ବୈଦେଶିକ ମନ୍ତ୍ରଣାଳୟର ଏକ ଅଧିକାରୀ କହିଛନ୍ତି କି, ଆଜାଦୀର ଅମୃତ ମହୋତ୍ସବ ସାଧାରଣ ଲୋକଙ୍କ ଅଂଶଗ୍ରହଣର ଅଭିଯାନ ଅଟେ । ଏହାର ଉଦ୍ଦେଶ୍ୟ ସେହି ଗୌରବମୟ ମୁହୂର୍ତ୍ତକୁ ମନେ ପକାଇବା ଯେଉଁଥିରେ ଭାରତର ସ୍ବାଧୀନତାର ଇତିହାସ ଯୋଡା ହୋଇଛି ।

ଉଲ୍ଲେଖଯୋଗ୍ୟ, ଏଥର ୧୫ ଅଗଷ୍ଟକୁ ପୁରା ଦେଶ ୭୫ତମ ସ୍ବାଧୀନତା ଦିବସ ଭାବେ ମନାଇବ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୧ ମାର୍ଚ୍ଚ ୧୨ ତାରିଖରୁ ଭାରତର ଆଜାଦୀ କା ମହୋତ୍ସବ ଅଭିଯାନ ଆରମ୍ଭ କରିଛନ୍ତି । ୧୯୩୦ ମସିହା ଏହି ଦିନ ମହାତ୍ମଗାନ୍ଧୀ ଦାଣ୍ଡି ଯାତ୍ରା ଆରମ୍ଭ କରିଥିଲେ । ୧୨ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଅଗଷ୍ଟ ୧୫ ତାରିଖ ଚାଲିଥିଲା ।

ଚଳିତ ଥର ସ୍ବାଧୀନତା ଦିବସର ଚମକ ସାତ ସମୁଦ୍ର ପାରିରେ ମଧ୍ୟ ଦେଖିବାକୁ ମିଳିବେ । ଆମେରିକାର ଭିନ୍ନ ଭିନ୍ନ ରାଜ୍ୟରେ ଏନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ । ଆଜାଦୀ କି ମହୋତ୍ସବର ଏକ ଅଂଶ ଭାବେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୨୫ ଫୁଟ ଉଚ୍ଚ ଖୁମ୍ବରେ ୬ ଫୁଲ ଲମ୍ବା ଏବଂ ୧୦ ଫୁଟ ଚଉଡାର ତ୍ରିରଙ୍ଗା ଉଡିବ । ଆଜି ଯାଏଁ ନ୍ୟୁୟର୍କର ଟାଇମ ସ୍କ୍ବାୟାରରେ ଉତ୍ତୋଳନ ହୋଇଥିବା ପତାକା ମଧ୍ୟରେ ଏହା ସବୁଠୁ ବଡ ହେବ । ଆମେରିକାରେ ବସବାସ କରୁଥିବା ଭାରତୀୟଙ୍କ ଉପସ୍ଥିତିରେ ଟାଇମ ସ୍କ୍ବାୟାରରେ କନସୁଲ ଜେନେରାଲ ରଣଧୀର ଜୈସୱାଲ ପତାକା ଉତ୍ତୋଳନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.