ETV Bharat / bharat

River Cruise Ganga Vilas: ସମସ୍ତ ଟିକେଟ ବିକ୍ରି, ଜଣେ ଯାତ୍ରୀ ପିଛା ୫୫ଲକ୍ଷ ଟଙ୍କା

author img

By

Published : Jan 13, 2023, 8:45 PM IST

ଦୁନିଆର ସବୁଠୁ ଲମ୍ବା ନଦୀ ପର୍ଯ୍ୟଟନ ଯାତ୍ରାକୁ ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି କ୍ରୁଜରେ ଯାତ୍ରା କରିବା ଲାଗି ସମସ୍ତ ଟିକେଟ ବିକ୍ରି ହୋଇସାରିଛି । ତେବେ ପ୍ରତି ଟିକେଟର ମୂଲ୍ୟ ୫୦ରୁ ୫୫ ଲକ୍ଷ ଟଙ୍କା ରହିଛି । ଅଧିକ ପଢନ୍ତୁ

River Cruise Ganga Vilas
River Cruise Ganga Vilas

ଲକ୍ଷ୍ନୌ: ଦୁନିଆର ସବୁଠୁ ଲମ୍ବା ନଦୀ ପର୍ଯ୍ୟଟନ ଯାତ୍ରା ଯୋଗାଇବାକୁ ଯାଉଛି ଭାରତର ଏମଭି ଗଙ୍ଗା ବିଳାସ କ୍ରୁଜ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଲୋକାର୍ପିତ କରିଥିବା ବେଳେ ଆସନ୍ତା ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ କ୍ରୁଜରେ ଯାତ୍ରା କରିବା ଲାଗି ବିକ୍ରି ହୋଇସାରିଛି ସମସ୍ତ ଟିକେଟ । ଜଣେ ଯାତ୍ରୀ ପିଛା ଟିକେଟର ମୂଲ୍ୟ ୫୦-୫୫ ଲକ୍ଷ ଟଙ୍କା ରହିଛି । ଏଥିରେ ଉଭୟ ଦେଶର ନାଗରିକ ଓ ବିଦେଶୀ ଯାତ୍ରା କରୁଥିବା ବେଲେ ଏହା ୫୧ ଦିନରେ ମୋଟ ୩୨୦୦ କିଲୋମିଟର ଯାତ୍ରା କରିବ ବୋଲି ଜଣାପଡ଼ିଛି ।

River Cruise Ganga Vilas
ଜାହାଜ ମଧ୍ୟରେ ଥିବା ଜିମ୍‌

ଭାରତର ଗଙ୍ଗା ବିଳାସ କ୍ରୁଜ ଯାତ୍ରୀଙ୍କୁ ବିଳାସପୂର୍ଣ୍ଣ ନଦୀ ପର୍ଯ୍ୟଟନ ଯୋଗାଇ ଦେବ । ଏହା ଉତ୍ତରପ୍ରଦେଶ ବାରଣାସୀରୁ ବାହାରି ଆସାମର ଦିବ୍ରୁଗଡ଼ ପର୍ଯ୍ୟନ୍ତ ଯାତ୍ରା କରିବ । ଏହି ୫୧ ଦିନର ଯାତ୍ରାରେ କ୍ରୁଜଟି ୫ଟି ରାଜ୍ୟ ସହିତ ବାଂଲାଦେଶର ନଦୀ ପଥରେ ଯାତ୍ରା କରିବ । ଏହି ଯାତ୍ରା ଲାଗି ଜଣଙ୍କ ପିଛା ରହିଛି ୫୦ରୁ ୫୫ ଲକ୍ଷ ଟଙ୍କା । ଏଥିରେ ସମସ୍ତ ପ୍ରକାର ଖାଦ୍ୟ ସମେତ ବିଭିନ୍ନ ଅତ୍ୟାଧୁନିକ ସେବା ଯୋଗାଇ ଦିଆଯିବ । ଜଣେ ଯାତ୍ରୀ ଏଥିରେ ଯାତ୍ରା କରିବା ଲାଗି ବର୍ଷେ ପୂର୍ବରୁ ଟିକେଟ କରିବାକୁ ପଡ଼ିବ । ଏହି ଯାତ୍ରାରେ ୧୭ଟି ନଦୀ ସମେତ ଅନେକ ଐତିହାସିକ ସ୍ଥାନରେ ଭ୍ରମଣ କରିବେ ଯାତ୍ରୀ ।

River Cruise Ganga Vilas
ଗଙ୍ଗା ବିଳାସ କ୍ରୁଜ ମଧ୍ୟରେ ଥିବା ରେସ୍ତୋରାଁ

ଏହା ବି ପଢନ୍ତୁ- World's Longest River Cruise : ରହିଛି ଅତ୍ୟାଧୁନିକ ସୁବିଧା, ଗଙ୍ଗାନଦୀରୁ ହୁଗୁଳି ନଦୀ ପର୍ଯ୍ୟନ୍ତ ଯାତ୍ରା

ଆସନ୍ତା ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଟିକେଟ ବିକ୍ରି ଶେଷ ହୋଇଥିବା ବେଳେ ଏହାପରେ ଯାତ୍ରା କରିବା ଲାଗି ଏପ୍ରିଲରୁ ଟିକେଟ ବିକ୍ରି ହେବ । ଭାରତ ଓ ବାଂଲାଦେଶ ମଧ୍ୟରେ ରହିଥିବା ବିଭିନ୍ନ ଐତିହାସିକ, କଳା ସଂସ୍କୃତି ସ୍ଥାନ, ଧାର୍ମିକ ପୀଠରେ ଯାତ୍ରୀମାନେ ଭ୍ରମଣ କରିବେ । ଏହା ବାରଣାସାଠୁ ଦିବ୍ରୁଗଡ଼ ପର୍ଯ୍ୟନ୍ତ ଯାତ୍ରା କରିବା ସହିତ ଯାତ୍ରୀଙ୍କୁ ଲମ୍ବା ନଦୀ ଯାତ୍ରା ଯୋଗାଇବ । ଅନ୍ତରା ଲକ୍ସରୀ ରିଭର କ୍ରୁଜ ଏମଭି ଗଙ୍ଗା ବିଳାସ କ୍ରୁଜର ପରିଚାଳନା ଦାୟିତ୍ବ ନେଇଛି । ଆଜି ପ୍ରଧାନମନ୍ତ୍ରୀ ମୋଦି ଗଙ୍ଗା ବିଳାସ ଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଏହି ଯାତ୍ରାରେ ୩୨ ଜଣ ସ୍ବିଜରଲ୍ୟାଣ୍ଡ ଯାତ୍ରୀ ରହିଥିବା ଜଣାପଡ଼ିଛି । ଏନେଇ ଅନ୍ତରା ଲକ୍ସରୀ ରିଭର କ୍ରୁଜର ଉପସଭାପତି ସୌଦାମିନି ମାଥୁର କହିଛନ୍ତି, "ମାର୍ଚ୍ଚ ୨୪ ସୁଦ୍ଧା କ୍ରୁଜର ସମସ୍ତ ଟିକେଟ ବିକ୍ରି ହୋଇସାରିଛି । ଏପ୍ରିଲ ମାସଠାରୁ ପୁଣି ଟିକେଟ ବିକ୍ରି ଆରମ୍ଭ ହେବ । ଏହି ଯାତ୍ରାରେ ଆମେରିକା ଓ ୟୁରୋପର ଅନେକ ଯାତ୍ରୀ ରହିଛନ୍ତି ।" ଏମଭି ଗଙ୍ଗା ବିଳାସ ହେଉଛି ଭାରତର ସ୍ବଦେଶୀ ନିର୍ମିତ କ୍ରୁଜ । ଏଥିରେ ୩ଟି ଡେକ୍‌ ସମେତ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ରହିଛି । ଯାତ୍ରୀଙ୍କ ମନୋରଞ୍ଜନ ଲାଗି କ୍ରୁଜରେ ଅନେକ ବ୍ୟବସ୍ଥା କରାଯାଇଛି । ଏଥିରେ ଯାତ୍ରା କରୁଥିବା ଯାତ୍ରୀମାନେ ପଞ୍ଚ ତାରକା ହୋଟେଲ ଭଳି ସୁବିଧା ପାଇପାରିବେ ।

ଯାତ୍ରା ବେଳେ ଯାତ୍ରୀମାନଙ୍କୁ ସ୍ଥାନୀୟ ଅଞ୍ଚଳର ଲୋକପ୍ରିୟ ଖାଦ୍ୟ ପରଷା ଯିବ । ଏହାସହିତ ଋତୁକାଳୀନ ପରିବାରେ ପ୍ରସ୍ତୁତ ବ୍ୟଞ୍ଜନ ମଧ୍ୟ ପରଷା ଯିବ । ଏହି ଜାହାଜରେ ୩୯ ଜଣ କ୍ରୁ ମେମ୍ବର ରହିଥିବା ବେଳେ ୩୫ବର୍ଷରୁ ଅଧିକ ଅଭିଜ୍ଞ ଥିବା ପାଇଲଟ ରହିବେ । ଯାତ୍ରା ସମ୍ପର୍କରେ ପ୍ରତିକ୍ରିୟା ରଖି ଜଣେ ସ୍ବିଜରଲ୍ୟାଣ୍ଡ ପର୍ଯ୍ୟଟକ କହିଛନ୍ତି, "ଗଙ୍ଗାରେ ଯାତ୍ରା କରିବା ଏକ ଅଦ୍ଭୁତ ଅନୁଭୂତି । ଏଭଳି ସୁଯୋଗ କେବେ ହାତ ଛଡ଼ା କରିବା କଥା ନୁହେଁ । ଏଭଳି ଯାତ୍ରା ନିହାତି ସ୍ବତନ୍ତ୍ର ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.