ETV Bharat / bharat

ଆଜି ଆକାଶରେ ନଜର ଆସିବ ଷ୍ଟ୍ରବେରୀ ମୁନ୍‌

author img

By

Published : Jun 23, 2021, 9:09 PM IST

Updated : Jun 24, 2021, 9:05 AM IST

ଚଳିତବର୍ଷ ଶେଷ ସୁପରମୁନ ଦେଖିବାକୁ ମିଳିବ । ଏହି ଦିନଟି ବେଶ ଖାସ ହେବାକୁ ଯାଉଛି । କାରଣ ଆମେ ସମସ୍ତେ ଆକାଶରେ ଏକ ମହାଜାଗତିକ ଦୃଶ୍ୟର ସାକ୍ଷୀ ରହିବୁ । ରାତିର ଆକାଶରେ ଦୃଶ୍ୟମାନ ହେବ ଷ୍ଟ୍ରବେରୀ ମୁନ । ଅଧିକ ପଢନ୍ତୁ...

ଆଜି ଆକାଶରେ ନଜର ଆସିବ ଷ୍ଟ୍ରବେରୀ ମୁନ୍‌
ଆଜି ଆକାଶରେ ନଜର ଆସିବ ଷ୍ଟ୍ରବେରୀ ମୁନ୍‌

ନୂଆଦିଲ୍ଲୀ: ଜହ୍ନର ସୁନ୍ଦରତାରେ ଆଜି(ଗୁରୁବାର) ଝଲସିବ ରାତିର ଆକାଶ । ରେଡ୍‌ ମୁନ, ବ୍ଲୁ ମୁନ ଭଳି ଅନେକ ରୂପରେ ନଜର ଆସେ ଜହ୍ନ । ଏଥର କିନ୍ତୁ ମନ ମୋହିବ ଷ୍ଟ୍ରବେରୀ ମୁନ ।

ଚଳିତବର୍ଷ ଶେଷ ସୁପରମୁନ ଦେଖିବାକୁ ମିଳିବ । ଏହାକୁ ମହାକାଶବିଜ୍ଞାନୀ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖୁଥିବାବେଳେ ଜ୍ୟୋତିର୍ବିତମାନେ ନିଜ ଗଣନାରେ କରୁଛନ୍ତି ଆକଳନ ।

ଆଜି (ଜୁନ 24) ହେଉଛି ସମର ସୋଲିଷ୍ଟିକ ଅର୍ଥାତ ଗ୍ରୀଷ୍ମ ସଂକ୍ରାନ୍ତି ପରେ ପ୍ରଥମ ପୂର୍ଣ୍ଣମୀ । ଏହି ଦିନଟି ବେଶ ଖାସ ହେବାକୁ ଯାଉଛି । କାରଣ ଆମେ ସମସ୍ତେ ଆକାଶରେ ଏକ ମହାଜାଗତିକ ଦୃଶ୍ୟର ସାକ୍ଷୀ ରହିବୁ । ରାତିର ଆକାଶରେ ଦୃଶ୍ୟମାନ ହେବ ଷ୍ଟ୍ରବେରୀ ମୁନ ।

ଆକାଶରେ ଗୋଲାପୀ ରଙ୍ଗରେ ଦେଖାଯିବ ଜହ୍ନ । ଏହି ଦିନ ଚନ୍ଦ୍ର ପୃଥିବୀର ନିକଟତର ହେବ ଏବଂ ବଡ଼ ଦେଖାଯିବ । ପୂର୍ଣ୍ଣିମା ଦିନ ଉଦୀୟମାନ ହେଉଥିବା ଏହି ଜହ୍ନକୁ କେତେକ ସ୍ଥାନରେ ହଟ ମୁନ ବା ହନୀମୁନ ମଧ୍ୟ କୁହାଯାଏ ।

ବାସ୍ତବରେ ଚନ୍ଦ୍ର ଏହାର କକ୍ଷପଥରେ ପୃଥିବୀର ନିକଟତର ହୁଏ ଏବଂ ଦୂରତା ହ୍ରାସ ହେତୁ ଚନ୍ଦ୍ରର ଆକାର ସାଧାରଣ ଠାରୁ ବଡ ଦେଖାଯାଏ । ଏହି କାରଣରୁ ଏହାକୁ ଷ୍ଟ୍ରବେରୀ ମୁନ ନାଁରେ ନାମିତ କରାଯାଇଛି ।

ଷ୍ଟ୍ରବେରୀ ମୁନ ଏହାର ନାଁ ଆମେରିକୀୟ ଜନଜାତିଙ୍କଠାରୁ ପାଇଛି, ଯେଉଁମାନେ ଷ୍ଟ୍ରବେରୀ ଚାଷରେ ବିଶେଷ ଭାବରେ ପୂର୍ଣ୍ଣିମା ଦିନ ଅମଳ ଆରମ୍ଭ କରିଥାନ୍ତି | ଷ୍ଟ୍ରବେରୀ ମୁନ ହେଉଛି ଏକ ସ୍ଥାନୀୟ ଆମେରିକୀୟ ନାଁ । ୟୁରୋପରେ ଷ୍ଟ୍ରବେରୀ ମୁନକୁ ରୋଜ ମୁନ କୁହାଯାଏ, ଯାହା ଗୋଲାପ ଅମଳର ପ୍ରତୀକ ଅଟେ । ଉତ୍ତର ଗୋଲାର୍ଦ୍ଧରେ ଏହାକୁ ହଟମୁନ ନାଁରେ ଜଣାଯାଏ ।

Last Updated : Jun 24, 2021, 9:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.