ETV Bharat / bharat

World Tuberculosis Day: ପ୍ରାଣଘାତକ ଯକ୍ଷ୍ମା ରୋଗ, କଣ ରହିଛି ଲକ୍ଷଣ ନିରାକରଣ ?

author img

By

Published : Mar 24, 2022, 10:47 AM IST

ଯକ୍ଷ୍ମା ଭଳି ମହାମାରୀ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୨୪ ତାରିଖରେ ବିଶ୍ବ ଯକ୍ଷ୍ମା ଦିବସ ପାଳନ କରାଯାଉଛି । ଶରୀରର ଫୁସଫୁସକୁ ପ୍ରଭାବିତ କରୁଥିବା ଏହି ସାଂଘାତିକ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ । ଅଧିକ ପଢନ୍ତୁ

World Tuberculosis Day:  ବିଶ୍ୱ ଟିବି ଦିବସ
World Tuberculosis Day: ବିଶ୍ୱ ଟିବି ଦିବସ

ହାଇଦ୍ରାବାଦ: ଯକ୍ଷ୍ମାଭଳି ମହାମାରୀ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୨୪ ତାରିଖରେ ବିଶ୍ବ ଯକ୍ଷ୍ମା ଦିବସ ପାଳନ କରାଯାଉଛି । ଟିବି ସୃଷ୍ଟି କରୁଥିବା ବ୍ୟାକେରିଆକୁ ଆବିଷ୍କାର ନେଇ ୧୮୮୨ ମସିହା ଆଜିର ଦିନରେ ଘୋଷଣା କରିଥିଲେ ଡକ୍ଟର ରବର୍ଟ କୋଚ୍ । ଏହାପରେ ଏହାର ଚିକିତ୍ସା ସମ୍ଭବ ହୋଇପାରିଲା ।

ଶରୀରର ଫୁସଫୁସକୁ ପ୍ରଭାବିତ କରୁଥିବା ଏହି ସାଂଘାତିକ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ । ଯକ୍ଷ୍ମା ବିଶ୍ବର ଏକ ପ୍ରାଣଘାତକ ସଂକ୍ରମଣ ହୋଇ ରହିଛି । ପ୍ରତିବର୍ଷ ୪ ହଜାରରୁ ଉର୍ଦ୍ଧ୍ବ ଲୋକ ଏହି ରୋଗରେ ପ୍ରାଣ ହରାଉଛନ୍ତି ଏବଂ ୩୦ ହଜାରରୁ ଉର୍ଦ୍ଧ୍ବ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ୫.୮ କୋଟି ଲୋକ ରୋଗମୁକ୍ତ ହୋଇଛନ୍ତି । ଏଥିରେ ଆକ୍ରାନ୍ତ ହେଇଥିବା ଏବଂ ପ୍ରାଣ ହରାଉଥିବା ରୋଗୀଙ୍କ ସଂଖ୍ୟା ଭାରତରେ ସର୍ବାଧିକ ।

ମାଇକ୍ରୋବ୍ୟକ୍ଟେରିୟମ ଟ୍ୟୁବରକ୍ୟୁଲୋସିସ ନାମକ ଜୀବାଣୁ ଯୋଗୁଁ ଟିବି ହୋଇଥାଏ । ଏହି ରୋଗ ବାୟୁରେ ବ୍ୟାପିଥାଏ । ଟିବିର କୌଣସି ପ୍ରାଥମିକ ଲକ୍ଷଣ ଦେଖାଯାଇନଥାଏ । କିନ୍ତୁ ସଂକ୍ରମଣ ଜୀବିତ ହେଲେ ତାହା ପରେ ସକ୍ରିୟ ହୋଇଥାଏ ।

ଲକ୍ଷଣ :

ଟିବିର ଅନେକ ଲକ୍ଷଣ ରହିଛି । ତିନି ସପ୍ତାହରୁ ଅଧିକ ଦିନ ଧରି କାଶ ହେବା, ଛେପରେ ରକ୍ତ ପଡିବା, ଜ୍ବର ହେବା, ଭୋକ ନହେବା, ଛାତିରେ ଯନ୍ତ୍ରଣା ହେବା, ଥକାପଣ ଅନୁଭବ କରିବା ଆଦି ଟିବିର ଲକ୍ଷଣ ଅଟେ ।

ଡଟ୍ସ ପରି ସଫଳ ଚିକିତ୍ସା କାରଣରୁ ଟିବି ରୋଗକୁ ନିୟନ୍ତ୍ରଣ କରାଯାଇ ପାରୁଛି । ସମଗ୍ର ବିଶ୍ବରୁ ଯକ୍ଷ୍ମାଭଳି ମହାମାରୀ ରୋଗକୁ ମୂଳୋତ୍ପାଟନ କରିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଉଦ୍ୟମ ଜାରି ରଖିଛି । ୨୦୩୫ ସୁଦ୍ଧା ସମସ୍ତ ଟିବି ରୋଗୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ଓ ଆରୋଗ୍ୟ କରିବା ଲକ୍ଷ୍ୟ ରଖିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

ଚଳିତ ବର୍ଷର ଥିମ:

ବିଶ୍ବ ଯକ୍ଷ୍ମା ଦିବସର ଥିମ ରହିଛି 'ଯକ୍ଷ୍ମାର ମୂଳୋତ୍ପାଟନ ନିମନ୍ତେ ନିବେଶ କର । ଜୀବନ ରକ୍ଷା କର । ଏହି ପ୍ରସଙ୍ଗ ମାଧ୍ୟମରେ ଯକ୍ଷ୍ମାର ନିରାକରଣ ଲାଗି ବିନିଯୋଗ ଓ ସମ୍ବଳର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.