ETV Bharat / bharat

World Tourism Day 2021: ଆର୍ଥିକ ବିକାଶ କ୍ଷେତ୍ରରେ ପର୍ଯ୍ୟଟନ ସ୍ଥଳୀ ଗୁରୁତ୍ବପୂର୍ଣ୍ଣ

author img

By

Published : Sep 27, 2021, 9:29 AM IST

ଆଜି ହେଉଛି ବିଶ୍ବ ପର୍ଯ୍ୟଟନ ଦିବସ । ପ୍ରତି ବର୍ଷ ସେପ୍ଟେମ୍ବର ୨୭ ତାରିଖକୁ 'ବିଶ୍ବ ପର୍ଯ୍ୟଟନ ଦିବସ' ଦିବସ ଭାବେ ପାଳନ କରାଯାଏ । ଚଳିତ ବର୍ଷ ଥିମ ରହିଛି Tourism for Inclusive Growth' । ଅଧିକ ପଢନ୍ତୁ...

world tourism day 2021:  ସୌନ୍ଦର୍ଯ୍ୟ ବୃଦ୍ଧି କରେ ପର୍ଯ୍ୟଟନ ସ୍ଥଳୀ

ନୂଆଦିଲ୍ଲୀ: ଆଜି 'ବିଶ୍ବ ପର୍ଯ୍ୟଟନ ଦିବସ' । ପ୍ରତି ବର୍ଷ ସେପ୍ଟେମ୍ବର ୨୭ ତାରିଖକୁ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଏ । ଏହି ଦିବସ ଥିମ ସହିତ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ଥିମ ରହିଛି Tourism for Inclusive Growth' । ବିଶ୍ବର କୋଣ ଅନୁକୋଣରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡିକ ବିଷୟରେ ଲୋକଙ୍କୁ ଅବଗତ କରିବା ସହ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ଏହାର ଲକ୍ଷ୍ୟ । ଏଥିସହ କଳା ଓ ସଂସ୍କୃତିର ବିକାଶ ପାଇଁ ମଧ୍ୟ ଗୁରୁତ୍ବ ଦିଆଯାଇଥାଏ । ଏହି ଦିବସ ପାଳନ ପଛରେ ରହିଛି ଅନେକ ମହତ ଉଦ୍ଦେଶ୍ୟ । ପ୍ରତ୍ୟେକ ଦେଶର ପର୍ଯ୍ୟଟନ ସ୍ଥଳୀ ହିଁ ତାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ । ପର୍ଯ୍ୟଟନ ସ୍ଥଳୀ ହିଁ ଏହାର ପରିଚୟ ହୋଇଥାଏ । ବିଶ୍ବର ପ୍ରତ୍ୟେକ ଦେଶର ଆର୍ଥିକ ବିକାଶ ପାଇଁ ପର୍ଯ୍ୟଟନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ପର୍ଯ୍ୟଟନ ଦିବସ ପ୍ରତିବର୍ଷ ପାଳନ କରାଯାଏ । ଯାହା ଦ୍ବାରା ଲୋକ ମାନେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡିକ ବିଷୟରେ ମଧ୍ୟ ଜାଣିବାକୁ ସୁଯୋଗ ପାଇଥାନ୍ତି ।

'ବିଶ୍ୱ ପର୍ଯ୍ୟଟନ ଦିବସ'ର ଇତିହାସ

ସେପ୍ଟେମ୍ବର ୨୭, ୧୯୭୦ରେ ମେକ୍ସିକୋ ସିଟିରେ ଇଣ୍ଟରନ୍ୟାସନାଲ ୟୁନିଅନ ଅଫ ଅଫିସିଆଲ୍ ଟ୍ରାଭେଲ ଅରଗାନାଇଜେସନ୍ସ (IUOTO) ଦ୍ୱାରା ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ବିଶ୍ୱ ପର୍ଯ୍ୟଟନ ସଂଗଠନ ନେଇ ମତ ରଖାଯାଇଥିଲା । ଶେଷରେ UNWTO ସେପ୍ଟେମ୍ବର ୧୯୭୯ 'ବିଶ୍ୱ ପର୍ଯ୍ୟଟନ ଦିବସ' ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା । ଏହାପରେ ପ୍ରଥମ ଥର ପାଇଁ ୨୭ ସେପ୍ଟେମ୍ବର ୧୯୮୦ରେ ଏହି ଦିବସ ପାଳନ କରାଯାଇଥିଲା ।

'ବିଶ୍ୱ ପର୍ଯ୍ୟଟନ ଦିବସ'ର ମୁଖ୍ୟ ଉଦ୍ଦେଶ୍ୟ କଣ ?

ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ବର ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ଅର୍ଥନୈତିକ ମୂଲ୍ୟ ବୋଧକୁ ବୃଦ୍ଧି କରିବା । ଏଥି ସହ ଲୋକଙ୍କ ମଧ୍ୟରେ ସାଂସ୍କୃତିକ ଭାବ ବିନିମୟ କରି ସୁସମ୍ପର୍କ ସ୍ଥାପନ କରିବା । ଭାରତରେ ଗୋଆ, କେରଳ, ରାଜସ୍ଥାନ, ଓଡ଼ିଶା ଏବଂ ମଧ୍ୟପ୍ରଦେଶ ପର୍ଯ୍ୟଟନ କ୍ଷେତ୍ରକୁ ନେଇ ପରିଚିତ ଥିବା ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଝାଡଖଣ୍ଡ ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ ମଧ୍ୟ ପର୍ଯ୍ୟଟନ କ୍ଷେତ୍ରରେ ବେସ ଖ୍ୟାତି ଅର୍ଜନ କରିଛି । ଏହି ସବୁ ରାଜ୍ୟ ଗୁଡିକୁ ପ୍ରତିବର୍ଷ ଦେଶ ତଥା ଦେଶ ବାହାରୁ ବିଦେଶୀ ପର୍ଯ୍ୟଟକ ମାନେ ଭ୍ରମଣ ପାଇଁ ଆସିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.