ETV Bharat / bharat

Fathers Day: ଜୀବନର ଦିଗ୍‌ଦର୍ଶକ, ଭଗବାନଙ୍କ ବରଦାନ ବାପା - ବିଶ୍ବ ପିତୃ ଦିବସ

ବାପାଙ୍କ ପାଇଁ ଦିନ ଟିଏ । ବାପା କେବଳ ଗୋଟିଏ ଶବ୍ଦ ନୁହେଁ । ଭଗବାନଙ୍କ ମଥାରୁ ଖସି ପଡିଥିବା ଆର୍ଶୀବାଦର ଫୁଲ ହେଉଛନ୍ତି ବାପା । ଭାଙ୍ଗିଲେ ଗଢି ଦିଅନ୍ତି, ହଜିଲେ ଖୋଜି ଆଣନ୍ତି, ଋଷିଲେ ମନେଇ ଆଣୁଥିବା ବ୍ୟକ୍ତିତ୍ବ ହେଉଛନ୍ତି ବାପା । ଆଜି ହେଉଛି ବିଶ୍ବ ପିତୃ ଦିବସ ।

Fathers Day: ଜୀବନର ଦିଗଦର୍ଶକ, ଭଗବାନଙ୍କ ବରଦାନ ବାପା..

author img

By

Published : Jun 19, 2022, 8:42 AM IST

ହାଇଦ୍ରାବାଦ: ବାପାଙ୍କ ପାଇଁ ଦିନ ଟିଏ, ଭଗବାନଙ୍କ ମଥାରୁ ଖସି ପଡିଥିବା ଆର୍ଶୀବାଦର ଫୁଲ ହେଉଛନ୍ତି ବାପା । ଭାଙ୍ଗିଲେ ଗଢି ଦିଅନ୍ତି, ହଜିଲେ ଖୋଜି ଆଣନ୍ତି, ଋଷିଲେ ମନେଇ ଆଣୁଥିବା ବ୍ୟକ୍ତିତ୍ବ ହେଉଛନ୍ତି ବାପା । ଦୁଃଖର ସାଗରକୁ ଯିଏ ଆଖିତଳେ ଚାପି ରଖନ୍ତି, ସନ୍ତାନର ସ୍ବପ୍ନ ପାଇଁ ଯିଏ ଦିନ ରାତି ପରିଶ୍ରମ କରନ୍ତି, ଜୀବନରେ ହାରିଗଲେ ଯିଏ ଆଗକୁ ବଢିବା ପାଇଁ ସାହାସ ଦିଅନ୍ତି, ଅଦୃଶ୍ୟ ପ୍ରେରଣା ଦାତା ସାଜି ମନ ମନ୍ଦିରରେ ଦେବତାଭଳି ପୂଜା ପାଉଥିବା ମନୁଷ୍ୟ ହେଉଛନ୍ତି ବାପା ।

ବାପା ହେଉଛନ୍ତି ସନ୍ତାନର ଚଳନ୍ତି ଠାକୁର । କଥାରେ ଅଛି ବାପା ନାହିଁ ଯାହାର ଏ ଦୁନିଆ ତାପାଇଁ ଅନ୍ଧାର । ବାପାଥିଲେ ପାଖରେ ଭୟ ଲାଗେନା କି ଚଲାପଥରେ କେବେ କଣ୍ଟା ଆସେନା । କାନ ଧରି ଜୀବନ ରାସ୍ତାରେ ଆଗକୁ ବଢାଇବାକୁ ଶକ୍ତି ଦେଉଥିବା ଦରଦୀ ହୃଦୟ କେବଳ ବାପାର ହିଁ ରହିଥାଏ । ଶାସ୍ତ୍ର କୁହେ 'ପିତା ଧର୍ମଃ ପିତା ସ୍ବର୍ଗଃ ପିତା ହି ପରମଂ ତପଃ, ପିତରି ପ୍ରୀତିମାପନ୍ନେ ପ୍ରୀୟନ୍ତେ ସର୍ବଦେବତାଃ' । ଅର୍ଥାତ, ପିତାଙ୍କୁ ସ୍ନେହ, ଭକ୍ତି ଓ ଯର୍ଥାତ ସମ୍ମାନ ଦେବା ଦ୍ୱାରା ଭଗବାନ ଏଥିରେ ଖୁବ ସନ୍ତୁଷ୍ଟ ହୋଇଥାଆନ୍ତି । ପିତାଙ୍କ ସମ୍ମାନ ଭଗବାନଙ୍କ ନିକଟରେ ପ୍ରଣାମ କରିବା ସହ ସମାନ ହୋଇଥାଏ । ବାପା ହେଉଛନ୍ତି ଏକ ଶକ୍ତ ଖୋଳପା ଭିତରେ ସୂକ୍ଷ୍ମ ସୂତା । ଝିଅକୁ ମାଆ ଓ ପୁଅକୁ ବାପା ବୋଲି ସମ୍ବୋଧନ କରିଥାନ୍ତି ବାପା ।

ସନ୍ତାନ ମାଆଙ୍କ ଠାରୁ ସଂସ୍କାର ଶିଖେ ସତ କିନ୍ତୁ ଜୀବନର ଚଲାପଥରେ କିଭଳି ସଫଳତା ପାଇବ ସେହି ପ୍ରେରଣା କେବଳ ବାପାଙ୍କ ଠାରୁ ଶିଖିବାକୁ ମିଳିଥାଏ । ସନ୍ତାନ ପାଇଁ ପ୍ରଥମ ପ୍ରେରଣାସ୍ରୋତ, ସୁରକ୍ଷା କବଚ, ଆତ୍ମବିଶ୍ୱାସର ବାହକ ହେଉଛନ୍ତି ପିତା । ସନ୍ତାନ ଯଦି ମା'ଙ୍କଠାରୁ ବଞ୍ଚିବାର କଳା ଶିଖେ ହେଲେ ବାପା ନିଜେ ଉପାର୍ଜନ କରି ପିଲାକୁ ବଞ୍ଚାଇଥାଏ । ମହାନ ଭାରତୀୟ ସଂସ୍କୃତିରେ ବାପାଙ୍କୁ ଦେବତା ସହ ତୁଳନା କରାଯାଇଥାଏ ।ତାଙ୍କ ସାହାରା ସାଙ୍ଗରେ ଥିଲେ କାନ୍ଥ ମଜଭୁତ ହୋଇଥାଏ । ସନ୍ତାନକୁ ମାଆ ୯ ମାସ ଗର୍ଭରେ ବୋହିଲା ବେଳେ ବାପା କିନ୍ତୁ ସନ୍ତାନର ବୋଝକୁ ବାହୁରେ ବଳଥିବା ପର୍ଯ୍ୟନ୍ତ ବୋହିଥାନ୍ତି ।

ପରିବାରର ମେରୁଦଣ୍ଡ ହେଉଛନ୍ତି ପିତା । ପରିବାରର ଛାତ ହେଉଛନ୍ତି ବାପା । ନିଜର ଇଚ୍ଛାକୁ ବଳିଦେଇ ସେ ସନ୍ତାନ ପାଖେ ଅଜାଡି ଦିଅନ୍ତି ଦୁନିଆର ସବୁ ଖୁସି । ବାପାମାନଙ୍କୁ ସମ୍ମାନ ଜଣାଇବା ପାଇଁପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରରେ ଭାରତ ସମେତ ବିଶ୍ୱର ବହୁ ଦେଶରେ 'ଫାଦର୍ସ ଡେ' ବା ପିତୃଦିବସ ପାଳନ କରାଯାଏ । ସର୍ବପ୍ରଥମେ Father's Day ଜୁନ ୧୯ ତାରିଖ୧୯୧୦ ମସିହାରେ ୱାଶିଂଟନରେ ପାଳନ କରାଯାଇଥିଲା । ମାତ୍ର ୧୯୭୨ ମସିହାରେ ଏହାକୁ ଆନୁଷ୍ଠାନିକ ଭାବେ ପାଳନ କରାଯିବା ପାଇଁ ଘୋଷଣା କରାଗଲା । ଏହାପରେ ସମ୍ପୁର୍ଣ୍ଣ ଦେଶରେ ଏହାକୁ ପାଳନ କରାଗଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.