ETV Bharat / bharat

World Consumer Rights Day: ଅଧିକାର ବିଷୟରେ ଜାଣନ୍ତୁ, ଠକାମୀରୁ ବଞ୍ଚନ୍ତୁ

ଆଜି ବିଶ୍ବ ଉପଭୋକ୍ତା ଅଧିକାର ଦିବସ । ପ୍ରତିବର୍ଷ ମାର୍ଚ୍ଚ 15 ତାରିଖରେ ଏହି ଦିବସ ପାଳନ ହୋଇ ଆସୁଛି । ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉପଭୋକ୍ତାଙ୍କ ଅଧିକାର ଓ ଆବଶ୍ୟକତା ଉପରେ ସଚେତନ କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ । ଅଧିକ ପଢନ୍ତୁ

ଆଜି ବିଶ୍ବ ଉପଭୋକ୍ତା ଅଧିକାର ଦିବସ
ଆଜି ବିଶ୍ବ ଉପଭୋକ୍ତା ଅଧିକାର ଦିବସ
author img

By

Published : Mar 15, 2022, 9:11 AM IST

Updated : Mar 15, 2022, 9:49 AM IST

ହାଇଦ୍ରାବାଦ: ରାତି ପାହିଲେ ଦୋକାନ ଆଗରେ ଖାଉଟିଙ୍କ ଭିଡ ଲାଗେ । ଦୈନନ୍ଦିନ ଜୀବନରେ ଆବଶ୍ୟକତା ପାଇଁ ବିଭିନ୍ନ ଖାଦ୍ୟ ସାମଗ୍ରୀ କିଣିଥାନ୍ତି ଉପଭୋକ୍ତା । ଏସବୁ ସାମଗ୍ରୀ କେତେ ସୁରକ୍ଷିତ ସେ ନେଇ ଗ୍ରାହକଙ୍କୁ ସଚେତନ ହେବାକୁ ପଡିବ । ଯାହାଫଳରେ ଜଣେ ଉପଭୋକ୍ତା ନିଜ ପ୍ରତି ହେଉଥିବା ଅନ୍ୟାୟ ପ୍ରତି ସ୍ବର ଉଠାଇପାରିବ । ଆଜି ବିଶ୍ବ ଉପଭୋକ୍ତା ଅଧିକାର ଦିବସ । ପ୍ରତିବର୍ଷ ମାର୍ଚ୍ଚ 15 ତାରିଖରେ ଏହି ଦିବସ ପାଳନ ହୋଇ ଆସୁଛି । ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉପଭୋକ୍ତାଙ୍କ ଅଧିକାର ଓ ଆବଶ୍ୟକତା ଉପରେ ସଚେତନ କରିବା ।

ପ୍ରତିଟି ଗ୍ରାହକ କିଣୁଥିବା ଉତ୍ପାଦ, ସାମଗ୍ରୀ ଓ ସେବାର ଗୁଣବତ୍ତା, ଶୁଦ୍ଧତା ମୂଲ୍ୟ ଓ ମାନଦଣ୍ଡ ଉପରେ ତଥ୍ୟ ହାସଲ କରିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଅଧିକାର । ଏହା ତ ହେଉଛି ଖାଉଟି ଅଧିକାର । ଜଣେ ଖାଉଟି ଭାବରେ ସେମାନେ ଯେକୌଣସି ସ୍ଥାନରେ ଅଭିଯୋଗ ଦାଖଲ କରିପାରିବେ । ଅଧିକାଂଶ ଲୋକ ଖାଉଟି ଭାବେ ସେମାନଙ୍କ ଅଧିକାର ପ୍ରତି ସଚେତନ ନାହାନ୍ତି । ତେଣୁ ବଜାରରେ ଅସାଧୁ ବ୍ୟକ୍ତିଙ୍କ ଠକେଇ କାର୍ଯ୍ୟକଳାପ ବଢୁଛି । ଠକେଇର ଶିକାର ହେବାରୁ ବଞ୍ଚିବା ସହ ସେମାନଙ୍କ ଅଧିକାର ସ୍ବର ଉଠାଇବା ପାଇଁ ଏହି ଦିବସ ପାଳନ କରାଯାଏ ।

ବିଶ୍ବ ଉପଭୋକ୍ତା ଅଧିକାର ଦିବସ ଆମେରିକା ରାଷ୍ଟ୍ରପତି ଜନ୍ ଏଫ କେନେଡିଙ୍କ ଦ୍ବାରା ଆରମ୍ଭ ହୋଇଥିଲା । ୧୯୬୨ ମାର୍ଚ୍ଚ ୧୫ରେ ଆମେରିକା କଂଗ୍ରେସକୁ ଏକ ସ୍ବତନ୍ତ୍ର ବାର୍ତ୍ତା ପଠାଇଥିଲା । ଯେଉଁଥିରେ ସେ ଉପଭୋକ୍ତା ଅଧିକାର ପ୍ରସଙ୍ଗକୁ ଆନୁଷ୍ଠାନିକ ଭାବେ ଗୁରୁତ୍ବ ଦେଇଥିଲା । ଉପଭୋକ୍ତା ଆନ୍ଦୋଳନ ଅନ୍ତର୍ଗତ ପ୍ରଥମେ ୧୯୮୩ ମାର୍ଚ୍ଚ ୧୫ରେ ଏହି ଦିବସ ପାଳନ ଲାଗି ନିଷ୍ପତ୍ତି ହୋଇଥିଲା । ଚଳିତ ବର୍ଷ ଏହି ଦିବସର ବିଷୟ ବସ୍ତୁ ରହିଛି ଫେୟାର ଡିଜିଟାଲ ଫାଇନାନ୍ସ (Fair Digital Finance) । ଉପଭୋକ୍ତାମାନେ ଡିଜିଟାଲ ନେଣଦେଣରେ ଭୋଗୁଥିବା ସମସ୍ୟା ଉପରେ ଗୁରୁତ୍ବାରୋପ କରାଯାଇଛି । ଡିଜିଟାଲ ଆର୍ଥିକ କାରବାରରେ ସେମାନେ କିପରି ଏକ ଅନ୍ତର୍ଭୂକ୍ତ, ନିରାପଦ, ତଥ୍ୟ ସଂରକ୍ଷିତ ଏବଂ ବ୍ୟକ୍ତିଗତ କରାଯାଇପାରିବ ସେ ଦିଗରେ କୁହାଯାଇଛି ।

ଭାରତରେ ଉପଭୋକ୍ତା ଖାଉଟି ଦିବସ...

ଭାରତରେ ଉପଭୋକ୍ତା ଆନ୍ଦୋଳନ 1966 ମସିହାରେ ମହାରାଷ୍ଟ୍ରରୁ ଆରମ୍ଭ ହୋଇଥିଲା । 1974 ମସିହାରେ ପୁଣେରେ ଉପଭୋକ୍ତା ପଞ୍ଚାୟତ ପ୍ରତିଷ୍ଠା ପରେ ଅନେକ ରାଜ୍ୟରେ ଉପଭୋକ୍ତା କଲ୍ୟାଣ ପାଇଁ ଅନୁଷ୍ଠାନ ଗଠନ କରାଯାଇଥିଲା ଏବଂ ଏହି ଆନ୍ଦୋଳନ ବଢିବାକୁ ଲାଗିଲା । 9 ଡିସେମ୍ବର 1986ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଉଦ୍ୟମରେ ଉପଭୋକ୍ତା ସୁରକ୍ଷା ବିଲ୍ ପାରିତ ହୋଇ ରାଷ୍ଟ୍ରପତିଙ୍କ ଦସ୍ତଖତ ପରେ ସାରା ଦେଶରେ ଲାଗୁ ହେଲା । ଏହି ଦିବସ ପାଳନ ଫଳରେ ଗ୍ରାହକଙ୍କୁ ଅଧିକ ସଶକ୍ତ, ଦକ୍ଷ କରାଯାଇଛି ।

Last Updated : Mar 15, 2022, 9:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.