ETV Bharat / bharat

World Cancer Day: ଚିକିତ୍ସାରେ ନ ହେଉ ଅବହେଳା - ବିଶ୍ବ କର୍କଟ ଦିବସ

କର୍କଟ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଫେବୃଆରୀ 4ରେ ବିଶ୍ବ କର୍କଟ ଦିବସ ପାଳନ କରାଯାଇଥାଏ । 1933 ମସିହାରେ ଜେନିଭାରେ ପ୍ରଥମେ ଏହି ଦିବସକୁ ପାଳନ କରାଯାଇଥିଲା । ସମଗ୍ର ବିଶ୍ବରେ ବାର୍ଷିକ 76 ଲକ୍ଷ୍ୟ ଲୋକ କର୍କଟରେ ପ୍ରାଣ ହରାଉଛନ୍ତି । 2000 ମସିହାରେ କର୍କଟ ବିରୋଧରେ ପ୍ରଥମ ବିଶ୍ବ ସମ୍ମିଳନୀରେ ବିଶ୍ବ କର୍କଟ ଦିବସ ପାଳନକୁ ବିଧିବଦ୍ଧ ଘୋଷଣା କରାଯାଇଥିଲା । ଅଧିକ ପଢନ୍ତୁ

World Cancer Day
World Cancer Day
author img

By

Published : Feb 4, 2022, 11:52 AM IST

ହାଇଦ୍ରାବାଦ: ମଣିଷ ଶରୀର ଏକ ମେସିନ ପରି । ମେସିନରେ ଯେପରି ତ୍ରୁଟି ଆସିଲେ ତାହା ଖରାପ ହୋଇଯାଏ । ସେହିପରି ମଣିଷକୁ ରୋଗ ମାଡି ବସିଲେ ଶରୀର ଧିରେ ଧିରେ ଅସୁସ୍ଥ ହୋଇଥାଏ । ଅଧୁନା ସମାଜରେ ବର୍ତ୍ତମାନ କର୍କଟ ରୋଗ ଏକ ମହାବ୍ୟାଧି ରୂପେ ଉଭା ହୋଇଛି । କର୍କଟ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଫେବୃଆରୀ 4ରେ ବିଶ୍ବ କର୍କଟ ଦିବସ ପାଳନ କରାଯାଇଥାଏ । 1933 ମସିହାରେ ଜେନିଭାରେ ପ୍ରଥମେ ଏହି ଦିବସକୁ ପାଳନ କରାଯାଇଥିଲା । ସମଗ୍ର ବିଶ୍ବରେ ବାର୍ଷିକ 76 ଲକ୍ଷ୍ୟ ଲୋକ କର୍କଟରେ ପ୍ରାଣ ହରାଉଛନ୍ତି । 2000 ମସିହାରେ କର୍କଟ ବିରୋଧରେ ପ୍ରଥମ ବିଶ୍ବ ସମ୍ମିଳନୀରେ ବିଶ୍ବ କର୍କଟ ଦିବସକୁ ଅଫିସିଆଲ୍ କରାଯାଇଥିଲା।

କର୍କଟ କ'ଣ ?

କର୍କଟ ରୋଗ ଏକ ଗୋଷ୍ଠୀ । ଏଥିରେ ଶରୀରର କେତେକ କୋଷ କୌଣସି କାରଣରୁ ଅନିୟନ୍ତ୍ରିତ ଭାବରେ ବଢିଯାଏ । ଚିକିତ୍ସା ହୋଇନଥିବା କର୍କଟଗୁଡିକ ଆଖପାଖର ସାଧାରଣ ଟିସୁ କିମ୍ବା ଶରୀରର ଅନ୍ୟ ଅଂଶରେ ବ୍ୟାପିପାରେ ଏବଂ ଗୁରୁତର ରୋଗ, ଅକ୍ଷମତା ଏବଂ ମୃତ୍ୟୁ ଘଟାଇପାରେ ।

ରୋଗର କାରଣ-

ତମାଖୁରେ ମିଳୁଥିବା ନିକୋଟିନ୍ ଆପଣଙ୍କ କର୍କଟ ରୋଗର ଆଶଙ୍କା ବଢାଇପାରେ । ଖାଦ୍ୟ, ଯେଉଁଥିରେ କୀଟନାଶକ ଏବଂ ଅନ୍ୟାନ୍ୟ କ୍ଷତିକାରକ ଉପାଦାନ ମିଶିଥାଏ । କେତେକ ପ୍ରକାରର କ୍ୟାନ୍ସର ସ୍ତନ କର୍କଟ ପରି ବଂଶଗତ ଅଟେ । ଆର୍ସେନିକ୍, ବେନଜିନ୍, ଆଜବେଷ୍ଟସ ଏବଂ ଅନ୍ୟାନ୍ୟ ବିଷାକ୍ତ ପଦାର୍ଥର ସଂସ୍ପର୍ଶରେ ଆସିବା ବିପଜନକ ହୋଇପାରେ ।

କର୍କଟର ଲକ୍ଷଣ-

1. ଅଚାନକ ଓଜନ ହ୍ରାସ

2.ମୋଟାପଣ ବଢିବା

3.ଅନ୍ତନଳୀ ଏବଂ ବ୍ଲାଡର କାର୍ଯ୍ୟରେ ପରିବର୍ତ୍ତନ

4. ଚର୍ମର ଗୁରୁତର ପରିବର୍ତ୍ତନ

5.ତୀବ୍ର ଯନ୍ତ୍ରଣା

ଚଳିତ ବର୍ଷ ଏହି ଦିବସ ଲାଗି ଏକ ସ୍ଲୋଗାନ ରହିଛି 'କ୍ଲୋଜ ଦି କେୟାର ଗ୍ୟାର'। ଯତ୍ନରେ କୌଣସି ଅବହେଳା କରନ୍ତୁ ନାହିଁ । ଅର୍ଥାତ କ୍ୟାନସର ରୋଗୀ ପ୍ରତି ଯଥେଷ୍ଟ ଯତ୍ନବାନ ହେବା ଜୁରୁରୀ । ଏହିର ଲକ୍ଷଣ ବିଷୟରେ ଜାଣିବା ପରେ ବିଳମ୍ବ ନ କରି ଅଭିଜ୍ଞ କ୍ୟାନସର ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଇବା ଉଚିତ । ଏହା ସହ ଡାକ୍ତରଙ୍କ ପରାମର୍ଶ ପାଳନ କରିବା ଜରୁରୀ । ତେବେ ଯାଇ କ୍ୟାନ୍ସର ରୋଗୀଙ୍କ ଫଳପ୍ରଦ ଚିକିତ୍ସା ହୋଇପାରିବ ।

ଏ ବର୍ଷ ଜଣେ କ୍ୟାନସର ରୋଗୀଙ୍କ ଉପଯୁକ୍ତ ଯତ୍ନ କିପରି ଆହୁରି ନିବିଡ ହେବ ତାହା ଉପରେ ଗୁରୁତ୍ବ ଦିଆଯାଇଛି । କ୍ୟାନ୍ସର ପରି ମାରାତ୍ମକ ରୋଗ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.