ETV Bharat / bharat

ତାଲିବାନୀଙ୍କୁ ଝଟକା, ଆର୍ଥିକ ସହାୟତା ବନ୍ଦ କଲା ବିଶ୍ବ ବ୍ୟାଙ୍କ - ତାଲିବାନ

ଆଫଗାନିସ୍ତାନକୁ ଦିଆଯାଉଥିବା ସମସ୍ତ ଆର୍ଥିକ ସହାୟତାକୁ ସାମୟିକ ଭାବରେ ସ୍ଥଗିତ ରଖିଛି ବିଶ୍ବ ବ୍ୟାଙ୍କ । ଆଫଗାନିସ୍ତାନ ସ୍ଥିତି ଓ ମହିଳାଙ୍କ ଅବସ୍ଥାକୁ ନେଇ ଦେଶର ଭବିଷ୍ୟତକୁ ଗମ୍ଭୀରତାର ସହିତ ନେଇଛି ବିଶ୍ବ ବ୍ୟାଙ୍କ । ଅଧିକ ପଢନ୍ତୁ...

ଆଫଗାନିସ୍ତାନକୁ ଆର୍ଥିକ ସହାୟତା ବନ୍ଦ କଲା ବିଶ୍ବ ବ୍ୟାଙ୍କ

author img

By

Published : Aug 25, 2021, 11:58 AM IST

ନୂଆଦିଲ୍ଲୀ/ନ୍ୟୁୟର୍କ: ଆଫଗାନିସ୍ତାନକୁ ଦିଆଯାଉଥିବା ସମସ୍ତ ଆର୍ଥିକ ସହାୟତାକୁ ସାମୟିକ ଭାବରେ ସ୍ଥଗିତ ରଖିଛି ବିଶ୍ବ ବ୍ୟାଙ୍କ । ଏନେଇ ଗତକାଲି(ମଙ୍ଗଳବାର)ଘୋଷଣା କରିଛି ବିଶ୍ବବ୍ୟାଙ୍କ । ଆଫଗାନିସ୍ତାନରେ ମହିଳାଙ୍କ ଅବସ୍ଥାକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରି ଏହି ନିଷ୍ପତ୍ତି ନେଇଛି ବିଶ୍ବ ବ୍ୟାଙ୍କ ।

2002 ମସିହାରୁ ଆଫଗାନିସ୍ତାନକୁ ବିଶ୍ବ ବ୍ୟାଙ୍କ 5.3 ବିଲିୟନ ଡ଼ଲାର ଯୋଗାଇଥିବା କୁହାଯାଉଛି । ବର୍ତ୍ତମାନ ଦେଶରେ ଏହାର ଦୁଇ ଡଜନରୁ ଅଧିକ ବିକାଶମୂଳକ ପ୍ରକଳ୍ପ ଚାଲିଛି । ବିଶ୍ବ ବ୍ୟାଙ୍କ ବ୍ୟତୀତ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଭଳି ସଂସ୍ଥା ମଧ୍ୟ ଆଫଗାନିସ୍ତାନକୁ ଆର୍ଥିକ ସହାୟତା ଦେଇଛନ୍ତି । ଆଇଏମ୍ଏଫ୍ 370 ନିୟୁତ ଡଲାର ଋଣ ଏବଂ 340 ନିୟୁତ ଡଲାରର ଆର୍ଥିକ ଅନୁଦାନକୁ ସ୍ଥଗିତ ରଖିଛି ।

ଆଫଗାନିସ୍ତାନକୁ ତାଲିବାନ କବଜା କରି ନେବା ପରେ ପ୍ରାୟ ଦେଶ ଆଫଗାନିସ୍ତାନ ସହିତ ଆର୍ଥିକ କାରବାରକୁ ବନ୍ଦ କରିଦେଇଛନ୍ତି । ତାଲିବାନର କୋଟି କୋଟି ଟଙ୍କା ପାଣ୍ଠି ବନ୍ଦ କରିବାରେ ଆମେରିକା ପ୍ରଥମ ଦେଶ ଥିଲା । ଅଗଷ୍ଟ 17 ରେ, ଏହା ଆମେରିକୀୟ ବ୍ୟାଙ୍କଗୁଡିକରେ ଆକାଉଣ୍ଟ ଫ୍ରିଜ୍ କରିଥିଲା ​​ଯାହା ଆଫଗାନିସ୍ତାନର ଭଣ୍ଡାରରୁ ଟଙ୍କା ଆୟ କରିଥିଲା ।

ବୁଡି ଯାଉଥିବା ଅର୍ଥନୀତିକୁ ବଞ୍ଚାଇବାକୁ ଯାଇ ତାଲିବାନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆଫଗାନିସ୍ତାନ କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ମୁଖ୍ୟ ନିଯୁକ୍ତ କରିଛି । ତାଲିବାନ ଅଧିଗ୍ରହଣକୁ ପ୍ରାୟ 10 ଦିନ ବିତି ଯାଇଛି । ହେଲେ ପରିସ୍ଥିତି ସୁଧୁରିନାହିଁ । ଅନୁଦାନ ଏବଂ ଆର୍ଥିକ ସହାୟତାକୁ ସ୍ଥଗିତ ରଖିଥିବା ଦେଶ ତଥା ବିଦେଶୀ ସଂସ୍ଥା ତାଲିବାନ ଏବଂ ଆଫଗାନିସ୍ତାନକୁ ଆର୍ଥିକ ସଙ୍କଟରେ ପକାଉଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.