ETV Bharat / bharat

World AIDS Day: ସଚେତନ ହେଲେ ହାରିବ AIDS - ବିଶ୍ବ ଏଡସ ଦିବସ ଖବର

AIDSର ପ୍ରଭାବକୁ ପ୍ରତିହତ କରିବା ପାଇଁ ସାରା ବିଶ୍ବରେ ଡିସେମ୍ବର ପହିଲାକୁ ବିଶ୍ବ ଏଡସ ଦିବସ (world aids day) ଭାବରେ ପାଳନ କରାଯାଏ । ଏଡସ ନିୟନ୍ତ୍ରଣ ଓ ନିରାକରଣ ଉଦ୍ଦେଶ୍ୟରେ ଏହି ଦିବସ ସମର୍ପିତ । ଏହି ଦୂରାରୋଗ୍ୟ ବ୍ୟାଧିରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରାଇବା ଏହି ଦିବସର ମୂଳ ଲକ୍ଷ୍ୟ । ଅଧିକ ପଢନ୍ତୁ

World AIDS Day: ସଚେତନ ହେଲେ ହାରିବ AIDS
World AIDS Day: ସଚେତନ ହେଲେ ହାରିବ AIDS
author img

By

Published : Dec 1, 2021, 7:38 AM IST

Updated : Dec 2, 2021, 6:06 AM IST

ହାଇଦ୍ରାବାଦ: ଯେକୌଣସି ଶାରୀରିକ ସମସ୍ୟା ହେଉନା କାହିଁକି ତାକୁ ନ ଡରି ସାମ୍ନା କରିବା ଆବଶ୍ୟକ । ଏଡସର ପ୍ରଭାବକୁ ପ୍ରତିହତ କରିବା ପାଇଁ ସାରା ବିଶ୍ବରେ ଡିସେମ୍ବର ପହିଲାକୁ ବିଶ୍ବ ଏଡସ ଦିବସ (world aids day) ଭାବରେ ପାଳନ କରାଯାଏ । ଏଡସ ନିୟନ୍ତ୍ରଣ ଓ ନିରାକରଣ ଉଦ୍ଦେଶ୍ୟରେ ଏହି ଦିବସ ସମର୍ପିତ । ଏହି ଦୁରାରୋଗ୍ୟ ବ୍ୟାଧିରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରାଇବା ଏହି ଦିବସର ମୂଳ ଲକ୍ଷ୍ୟ ।

୧୯୮୮ ମସିହାରେ ପ୍ରଥମେ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା । ବିଶ୍ବବାସୀଙ୍କ ସ୍ବାସ୍ଥ୍ୟ ନିମନ୍ତେ ଏହା ପ୍ରଥମେ ଅନ୍ତର୍ଜାତୀୟ ଦିବସ ମଧ୍ୟ ଥିଲା। ଆକ୍ବାର୍ଡ ଇମ୍ୟୁନୋଡେଫିସିଏନ୍ସି ସିଣ୍ଡ୍ରୋମ୍ (AIDS) ଏକ ରୋଗ ଯାହା ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ(HIV) ଦ୍ବାରା ହୋଇଥାଏ । ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କ ପ୍ରତିରକ୍ଷା ପ୍ରଣାଳୀ ନଷ୍ଟ ହୋଇଥାଏ । ରୋଗ ସହ ଲଢିବା ପାଇଁ ଶରୀରର ରୋଗ ପ୍ରତିରୋଧ ଶକ୍ତି ହାସ୍ର ପାଏ । ଚଳିତ ବର୍ଷ ବିଶ୍ବ ଏଡସ ଦିବସର ବିଷୟ ବସ୍ତୁ ରହିଛି ଅସମାନତା ସମାପ୍ତ (End inequalities) କର । ଏଡସ ସମାପ୍ତ କର(End AIDS) ।

ଏଡସଠୁ ହାରିବାନି ହରେଇବା । ଲୋକଙ୍କ ମଧ୍ୟରେ ଏହା ଭାବନା ଜାଗ୍ରତ କରିବାକୁ ପଡିବ । ୨୦୧୭ ସୁଦ୍ଧା ଏଡସରେ ବିଶ୍ବସ୍ତରରେ ୪୧.୫ ନିୟୁତ ଲୋକଙ୍କ ମୃ୍ତ୍ୟୁ ହୋଇଛି । ପାଖାପାଖି ୩୬.୭ ନିୟୁତ ଲୋକ ଏଚଆଇଭରେ ସଂକ୍ରମିତ ହୋଇଛନ୍ତି । 2030 ସୁଦ୍ଧା ଏଡସ ସଂକ୍ରମଣକୁ ସମାପ୍ତ କରିବା ଲକ୍ଷ୍ୟରେ ଆଗକୁ ଯିବାକୁ ହେବ । ଏ ନେଇ ସମସ୍ତଙ୍କ ସହଭାଗୀ ପ୍ରତିବଦ୍ଧତାକୁ ବ୍ୟାପକ କରିବାକୁ ପଡିବ । ଗାଁଠୁ ନେଇ ସହରକୁ ଏଡସ ମୁକ୍ତ କରିବା ଓ ଏକ ସୁସ୍ଥ ସମାଜ ଗଢିବାକୁ ସମସ୍ତେ ଯତ୍ନବାନ ହେବା ଦରକାର । ଯଦି ଏହି ରୋଗ ପ୍ରତି ସଚେତନ ହେବା ତେବେ ଏହାକୁ ହରାଇପାରିବା ଏଥିରେ ସନ୍ଦେହ ନାହିଁ । କେବଳ ଡିସେମ୍ବର ୧ କାହିଁକି ପ୍ରତି ଦିନ ଏଡସ ବିରୋଧରେ ସଚେତନତା ଦରକାର । ଆଉ ଏହି ସଂଗ୍ରାମ ପାଇଁ ଲୋଡା କେବଳ ସହଯୋଗ ଆଉ ପ୍ରୋତ୍ସାହନ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Dec 2, 2021, 6:06 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.