ETV Bharat / bharat

ସହକର୍ମୀଙ୍କ ମଜାକ୍‌ ହେଲା କାଳ, ମଳଦ୍ବାରରେ ପାଇପ ଭର୍ତ୍ତିପରେ କର୍ମଚାରୀ ଗୁରୁତର

author img

By

Published : Aug 7, 2022, 8:02 PM IST

କମ୍ପାନୀର ଜଣେ ସହକର୍ମୀ ବନ୍ଧୁ ଅନ୍ୟଜଣେ ଶ୍ରମିକଙ୍କ ମଳଦ୍ୱାରରେ ଉଚ୍ଚ ଚାପର ଏୟାର ପାଇପ୍ ଭର୍ତ୍ତି କରିଦେବାରୁ କର୍ମଚାରୀ ଗୁରୁତର । ଥଟ୍ଟା ମଜା ହେଉ ହେଉ ଏପରି ଘଟିଥିବା ସୂଚନା । ଅଧିକ ପଢନ୍ତୁ

ଥଟ୍ଟା ମଜାରେ ସହକର୍ମୀଙ୍କ ମଳଦ୍ବାରରେ ଭର୍ତ୍ତିକଲେ ଉଚ୍ଚଚାପର ଏୟାର ପାଇପ, କର୍ମଚାରୀ ଗୁରୁତର

ମୁମ୍ବାଇ: ସହକର୍ମୀଙ୍କ ଥଟ୍ଟା ମଜା ହେଲା ବିପଦର କାରଣ । କମ୍ପାନୀର ଜଣେ ସହକର୍ମୀ ବନ୍ଧୁ ଅନ୍ୟଜଣେ ଶ୍ରମିକଙ୍କ ମଳଦ୍ୱାରରେ ଉଚ୍ଚ ଚାପର ଏୟାର ପାଇପ୍ ଭର୍ତ୍ତି କରିବା ପରେ ଶ୍ରମିକଙ୍କ ପେଟରେ ଗୁରୁତର ଆଘାତ ଲାଗିଛି । ଉପସ୍ଥିତ ଲୋକେ ତୁରନ୍ତ ଶ୍ରମିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି । ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ମହାରାଷ୍ଟ୍ରର ଥାନେ ଅମ୍ବରନାଥ ସହରର ଭଦୋଲ ଗ୍ରାମ ଅଞ୍ଚଳର ଏକ କମ୍ପାନୀରେ ଘଟିଛି ଏହି ଘଟଣା । ଗୁରୁବାର ରାତି ସିଫ୍ଟରେ କାମ କରିବାକୁ ଆସିଥିବା ଜଣେ ଶ୍ରମିକ ଶୁକ୍ରବାର ସକାଳ 8:30ରେ କମ୍ପାନୀରେ ଏକ ମେସିନରେ କାମ କରୁଥିଲେ । ଏହି ସମୟରେ, ତାଙ୍କର ଜଣେ ସହକର୍ମୀ ବନ୍ଧୁ ସେଠାକୁ ଆସିଥିଲେ ଏବଂ କୌତୁହଳ କରିବାକୁ ଶ୍ରମିକଙ୍କ ମଳଦ୍ୱାରରେ ଏକ ଉଚ୍ଚ ଚାପର ଏୟାର ପାଇପ୍ ଭର୍ତ୍ତି କରିଦେଇଥିଲେ । ଫଳରେ ଉଚ୍ଚ ଚାପର ଏୟାର ପାଇପ ଶ୍ରମିକଙ୍କ ଅନ୍ତନଳୀରେ ପ୍ରବେଶ କରିବାରୁ ସେ ତୁରନ୍ତ ତଳେ ପଡିଯାଇଥିଲେ ।

ଅନ୍ୟ ଶ୍ରମିକ ବନ୍ଧୁମାନେ ତାଙ୍କୁ ଉଠାଇ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବା ଏବଂ ତୁରନ୍ତ ଅପରେସନ ଆବଶ୍ୟକ ବୋଲି ଡାକ୍ତର କହିଛନ୍ତି । ଆହତ ଶ୍ରମିକଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିବା ସହ ସମ୍ପୃକ୍ତ ଶ୍ରମିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ ଯାହା ଘଟିଛି ସବୁକିଛି ଥଟ୍ଟା ମଜାରେ ହୋଇଛି ଏଥିରେ କୌଣସି ପୋଲିସରେ ଅଭିଯୋଗ କରିବାର ନାହିଁ ବୋଲି କହିଛନ୍ତି ପୀଡିତ କର୍ମଚାରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.